No Result
View All Result
୧୫ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଭୁବନେଶ୍ୱରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଓଡିଏମ ଗ୍ଲୋବାଲ ସ୍କୁଲରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ମହା ଆଡ଼ମ୍ବର ସହକାରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଅଛି । ପ୍ରଭାତ ସମୟରେ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଶୈଳେନ୍ଦ୍ର କୁମାରୀଙ୍କ ସ୍ୱାଗତ ଭାଷଣରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ପତାକା ଉତୋଳନ ପରେ ପରେ ସମୂହ ଜାତୀୟ ସଂଗୀତ ଗାନ ସହିତ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ରାଜ୍ୟ ସରକାରଙ୍କ ପୂର୍ବତନ ଅର୍ଥ କମିଶନ ଅଧ୍ୟକ୍ଷ, ଉତ୍କଳ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ ଓ ବିର୍ଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଡଃ. ସୁଧାକର ପଣ୍ଡା ଯୋଗ ଦେଇଥିଲେ ।
ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସୁଧାକର ପଣ୍ଡା ମହୋଦୟ ଛାତ୍ରମାନଙ୍କୁ ଦେଶ ଗଠନରେ ବ୍ରତୀ ହେବା ପାଇଁ ଉପଦେଶ ପ୍ରଦାନ କରିଥିଲେ । ଛାତ୍ର କିଭଳି ରାଷ୍ଟ୍ର ନିର୍ମାଣର ମୁଖ୍ୟ ବିନ୍ଧାଣୀ ସାଜିବା ସହିତ ଦେଶ ଭକ୍ତିର ଜ୍ୱଳନ୍ତ ଉଦାହରଣ ସାଜିବେ ସେ ବିଷୟରେ ନିଜର ଓଜସ୍ୱିନୀ ଭାଷଣ ମାଧ୍ୟମରେ ଛାତ୍ରମାନଙ୍କୁ ଦିଗଦର୍ଶନ ପ୍ରଦାନ କରିଥିଲେ । ଏହି ଉତ୍ସବରେ ଓଡିଏମ୍ ଶିକ୍ଷା ସମୂହର ପ୍ରତିଷ୍ଠାତା ନିର୍ଦ୍ଦେଶକ ଡଃ. ସତ୍ୟବ୍ରତ ମୀନକେତନ ଓ ଓଡିଏମ୍ ଶିକ୍ଷା ସମୂହର ଶିକ୍ଷା ନିର୍ଦ୍ଦେଶକ ଡଃ.ଆର୍ତତ୍ରାଣ ମିଶ୍ର ଅତିଥି ଭାବରେ ଯୋଗ ଦେଇ ଦେଶ ଭକ୍ତିର ଗୁରୁମନ୍ତ୍ର ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରିଥିଲେ ।
ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାର । ପ୍ୟାରେଡ଼ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଦ୍ୟାଳୟର ସମାଜ ବିଜ୍ଞାନ ବିଭାଗ ଦ୍ୱାରା ସ୍ୱାଧୀନତା ସମ୍ବନ୍ଧିତ ଏକ କୁଇଜ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତାରେ ବିଜୟ ଲାଭ କରିଥିବା ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଇଂରାଜୀ ବିଭାଗର ଶିକ୍ଷୟତ୍ରୀ କୁମାରୀ ଶେଜଲ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ବିଦ୍ୟାଳୟ ପରିସରରେ ସମସ୍ତଙ୍କୁ ମିଷ୍ଠାନ୍ନ ବଂଟନ କରାଯାଇ ଆପ୍ୟାୟିତ କରାଯାଇଥିଲା l
No Result
View All Result