No Result
View All Result
୧୫ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ମହାନଗର ନିଗମ ୫୮ ନମ୍ବର ୱ।ର୍ଡ଼କଟକ ସଦର ଥାନା ନିକଟସ୍ଥ ଡାହାଳିଆବାଗ ଠାରେ ଥିବା ଶ୍ରୀ ଶ୍ରୀ ସାଇ ସରସ୍ୱତୀ ଶିଶୁ ମନ୍ଦିର ର ଛାତ୍ରଛାତ୍ରୀଙ୍କ ପକ୍ଷରୁ ୭୮ ତମ ସ୍ୱାଧୀନତା ଦିବସ ବିଦ୍ୟାଳୟର ପ୍ରତିଷ୍ଠାତା ସୀମା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।
ଏହି ଉତ୍ସବରେ କଟକ ନଗର ବିଜେଡି ସଂପାଦକ ତଥା ଡାହାଳିଆବାଗ ଗ୍ରାମ୍ୟ କମିଟିର ସଂପାଦକ ସୁଶାନ୍ତକୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଛାତ୍ରଛାତ୍ରୀଙ୍କ ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିଥିଲେ ।
ସମ୍ମାନିତ ଅତିଥି ଭାବେ ଗ୍ରାମ୍ୟ କମିଟିର ଉପ ସଭାପତି ପ୍ନଶାନ୍ତ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଅତିଥିମାନେ କହିଲେ ଯେ , ଭାରତର ମହାନ ସନ୍ଥ ବୀରମାନେ ଇଂରେଜ ସରକାର ବିରୁଦ୍ଧରେ ଲଢ଼େଇ କରି ପ୍ରାଣବଳୀ ଦେଇଛନ୍ତି ।
ସେମାନଙ୍କ ସଂଗ୍ରାମ ପାଇଁ ଆଜି ଆମ ଦେଶ ସ୍ୱାଧୀନ ହୋଇ ପାରିଛି ବୋଲି ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ସମସ୍ତ ଗୁରୁମା, ଗୁରୁଜୀ,ଅଭିଭାବକ ମାନେ ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନରେ ଅଂଶ ଗ୍ରହଣ କରିଥିଲେ ।
No Result
View All Result