୧୫ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ବ୍ଲକ ଅଞ୍ଚଳରେ ଆଡମ୍ବର ସହ ୭୮ ତମ ସ୍ବାଧିନତା ଦିବସ ପାଳନ ହୋଇଯାଇଛି। ମୋହନା ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ବ୍ଲକ ଉପାଧ୍ୟକ୍ଷା ବାଲ୍ମୀନା ଅଧିକାରୀ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ପତାକା ଉତ୍ତୋଳନ କରି ଉପସ୍ଥିତ ଛାତ୍ର ଛାତ୍ରୀ ଏବଂ କର୍ମଚାରୀଙ୍କୁ କର୍ମଠ ହେବାକୁ ଉପଦେଶ ପ୍ରଦାନ କରିଥିଲେ ।

ଏହା ସଙ୍ଗେ ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିଥିଲେ । ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ ଉପସ୍ଥିତ ଥିବା ସମସ୍ତଙ୍କୁ ସ୍ଵାଧୀନତା ବଜାୟ ରଖିବା ନିମନ୍ତେ ମତ ପ୍ରକାଶ କରିଥିଲେ । ସେହିପରି ମୋହନା ଜୋର୍ଣାଲିଷ୍ଟ ୟୁନୀୟନ ଅସ୍ଥାୟୀ କାର୍ଯ୍ୟାଳୟ ଠାରେ ତହସିଲଦାର ସତ୍ୟବାନ ନାୟକ ପତାକା ଉତ୍ତୋଳନ କରିଥିଲେ ।
















