୧୫ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକ ସଭାଗୃହ ଠାରେ ” ନିଶାମୁକ୍ତ ଭାରତ ଅଭିଯାନ” ସଭାର ଆୟୋଜନ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ନିର୍ଦେଶ କ୍ରମେ ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

ତାଙ୍କସହ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଅରଣ ଉଦୟଭାନୁ, ସଶାଙ୍କ ଶେଖର ସୁବୁଦ୍ଧି ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ନିଶା ଜନିତ ବ୍ୟବହାର ଏବଂ ଏହାର ପରିଣତ କେତେ ଯେ ଭୟଙ୍କର ସେ ସଂପର୍କରେ ଆଲୋକପାତ କରିଥିଲେ ।

ଗୁଟକା, ସିଗାରେଟ, ମଦ୍ୟପାନ ଆଦି ସେବନ କରିବା ଦ୍ବାରା ନିଜର ତଥା ନିଜ ପରିବାର କେତେ ଯେ କ୍ଷତି ଘଟିଥାଏ ସେ ସଂପର୍କ ମଧ୍ୟ ବିଭିନ୍ନ ଉଦାହରଣ ପୂର୍ବକ ବଣ୍ଣନା କରିଥିଲେ । ସେହିଭଳି ମହାବିଦ୍ୟାଳୟର ଇତିହାସ ବିଭାଗର ବରଷ୍ଠ ଅଧ୍ୟାପକ ନିଳାଞ୍ଚଳ ମହାପାତ୍ର ମଧ୍ୟ ନିଜ ବକ୍ତବ୍ୟରେ ଡ୍ରଗସ୍ ସେବନ,
ଗୁଡାଖୁ, ଗଞ୍ଜେଇ ଆଦି ସେବନରୁ ନିବୃତ ରହିବା ସହ ସମାଜର ସଚେତନତା ଆଣିବାରେ ଯୁବପିଢୀ ଆଗେଇ ଆସିବା ଉଚିତ ବୋଲି କହିଥିଲେ । ଶେଷରେ ଅଧ୍ୟକ୍ଷ ନିଶାନିବାରଣ ନିମନ୍ତେ ତରଫରୁ ଯୋଗଦେବା ମହେନ୍ଦ୍ରତନୟା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନକୁ ପ୍ରଦାନ କରାଯାଇଥିଲା ଶପଥ ପତ୍ରକୁ ସମସ୍ତଙ୍କୁ ପାଠ କରାଇଥିଲେ ବ୍ଳକ ପ୍ରଶାସନ ।

















