No Result
View All Result
୧୩ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା/ଜଟଣୀ :-> ଟ୍ରେନ୍ ମାଧ୍ୟମରେ ଟିକେଟ୍ ବିହୀନ ଏବଂ ଅନିୟମିତ ଟିକେଟ୍ ଯାତ୍ରାକୁ ରୋକିବା ପାଇଁ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ଦ୍ୱାରା, ବାଣୀବିହାର ପାସେଞ୍ଜର ହଲ୍ଟରେ ଏକ ଆମ୍ବୁଶ୍ (ଅଚାନକ) ଟିକେଟ୍ ଯାଞ୍ଚ କରଯାଇଥିଲା ।

ବାଣିଜ୍ୟ ଅଧିକାରୀ, ଟିକେଟ୍ ଯାଞ୍ଚ କର୍ମଚାରୀ ଏବଂ ରେଳ ସୁରକ୍ଷା ବଳଙ୍କୁ ନେଇ ଏକ ଟିମ୍ ବାଣୀବିହାର ପାସେଞ୍ଜର ହଲ୍ଟରେ ଏବଂ ପାସେଞ୍ଜର ହାଲ୍ଟ ଦେଇ ଯାଉଥିବା ଟ୍ରେନରେ ଅଚାନକ ଟିକେଟ୍ ଯାଞ୍ଚ ଅଭିଯାନ କରିଥିଲେ। ଉପରୋକ୍ତ ଟିକେଟ୍ ଯାଞ୍ଚ ଅଭିଯାନ ସମୟରେ, ୨୧୮ଟି ବିନା ଟିକେଟ୍ ଯାତ୍ରୀ ଚିହ୍ନଟ ହୋଇଥିଲେ ଏବଂ ଏହି ଯାତ୍ରୀ ମାନଙ୍କ ଠାରୁ ଭଡା ସହିତ ଜୋରିମାନା ଆକାରରେ ୫୧,୫୫୦ ଟଙ୍କା ସଂଗ୍ରହ କରାଯାଇଥିଲା।

ବାଣୀବିହାରରେ ଏହି ଅଚାନକ ଟିକେଟ୍ ଯାଞ୍ଚ ଅଭିଯାନ ଯୋଗୁଁ, ବାଣୀବିହାର ଏବଂ ନିକଟସ୍ଥ ଷ୍ଟେସନ ଗୁଡ଼ିକରେ କାଉଣ୍ଟରସ୍ ଟିକେଟ୍ ବିକ୍ରି ଯଥେଷ୍ଟ ବୃଦ୍ଧି ପାଇଛି । କିଛି ଅନଧିକୃତ ବିକ୍ରେତା, ଯେଉଁମାନେ ଉପଯୁକ୍ତ ଲାଇସେନ୍ସ ବିନା ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିଲେ, ସେମାନଙ୍କୁ ଅଭିଯାନ ସମୟରେ ଦଣ୍ଡିତ କରାଯାଇଥିଲା।

ଏହି ଅଭିଯାନ ସମୟରେ ଟ୍ରେନରେ ଯାତ୍ରା କରୁଥିବା ଜଣେ ନାବାଳକକୁ ବାଣୀବିହାର ପାସେଞ୍ଜର ହାଲ୍ଟରେ ଉଦ୍ଧାର କରାଯାଇ, ଆବଶ୍ୟକ ସହାୟତା ପାଇଁ ରେଳ ସୁରକ୍ଷା ବଳକୁ ହସ୍ତାନ୍ତର କରାଯାଇଥିଲା।

ପ୍ରକୃତ ଟିକେଟ୍ ଧାରୀ ଯାତ୍ରୀମାନଙ୍କ ପାଇଁ ଆରାମ ଦାୟକ ଯାତ୍ରା ସୁନିଶ୍ଚିତ କରିବା ପାଇଁ ଏବଂ ରେଳ ରାଜସ୍ୱରେ ହ୍ରାସକୁ ରୋକିବା ପାଇଁ ଆଗାମୀ ଦିନରେ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳରେ ଥିବା ସମସ୍ତ ରେଳ ଷ୍ଟେସନରେ ଏହି ପ୍ରକାରର ଟିକେଟ୍ ଯାଞ୍ଚ ଅଭିଯାନ ପାଇଁ ଯୋଜନା କରାଯାଉଛି।

ଯାତ୍ରା ସମୟରେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନ’ହେବା ପାଇଁ ଉପଯୁକ୍ତ ଟିକେଟ୍ ପ୍ରାଧିକରଣ ସହିତ ଟ୍ରେନରେ ଯାତ୍ରା କରିବା ପାଇଁ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଶ୍ରୀ ଅନୀଲ କୁମାର ଏସ୍ ଯାତ୍ରୀମାନଙ୍କୁ ନମ୍ରତାର ସହିତ ଅନୁରୋଧ କରିଛନ୍ତି।
No Result
View All Result