• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

‘ସମୟ’, ‘ସମୟ ଲାଇଭ’ ପକ୍ଷରୁ ସ୍ୱାଧୀନତା ଦିବସ ପୂର୍ବର ଉତ୍ସବ ଆଞ୍ଚଳିକ ସମ୍ବାଦପତ୍ରର ଭୂମିକା ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ – ବାଚସ୍ପତି

Proprietor Abhimanyu Maharana by Proprietor Abhimanyu Maharana
August 12, 2024
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
‘ସମୟ’,  ‘ସମୟ ଲାଇଭ’ ପକ୍ଷରୁ ସ୍ୱାଧୀନତା ଦିବସ ପୂର୍ବର ଉତ୍ସବ ଆଞ୍ଚଳିକ ସମ୍ବାଦପତ୍ରର ଭୂମିକା ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ – ବାଚସ୍ପତି
Share on FacebookShare on TwitterWhatsapp

ଜରୁରୀ ପରିସ୍ଥିତି ବିରୋଧରେ ଜନମତର ସୂତ୍ରଧର ଥିଲେ ଆଞ୍ଚଳିକ ସମ୍ବାଦପତ୍ର : ପୃଥିରାଜ

୧୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର  :-> ଭାରତର ବିଭିନ୍ନ ଭାଷାରେ ପ୍ରକାଶ ପାଉଥିବା ସମ୍ବାଦପତ୍ର ଆଜି ଆମ ସମାଜ ପାଇଁ ଗୌରବଶାଳୀ ଅନୁଷ୍ଠାନରେ ପରିଣତ ହୋଇଛି । ସମାଜରେ ଘଟୁଥିବା ସମ୍ପ୍ରତିକ ଘଟଣାବଳୀ ସମ୍ପର୍କରେ ସୂଚନା ଦେଇଥାନ୍ତି ସମ୍ବାଦପତ୍ର ବା ଗଣମାଧ୍ୟମ । ତତ୍କାଳ ଘଟଣା, କ୍ରୀଡ଼ା, ସୂଚନା, ଶିକ୍ଷା ଏବଂ ମନୋରଞ୍ଜନ ସମ୍ପର୍କିତ ଖବର ପ୍ରସାର କରିବା କ୍ଷେତ୍ରରେ ସମ୍ବାଦପତ୍ରଗୁଡ଼ିକର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହା ମଧ୍ୟ ସମାଜରେ ଜାଗ୍ରତ ପ୍ରହରୀର ଭୂମିକା ଗ୍ରହଣ କରିଥାଏ । ତେବେ ଏଦିଗରେ ଆଞ୍ଚଳିକ ସମ୍ବାଦପତ୍ରଗୁଡ଼ିକର ଭୂମିକା ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ ବୋଲି ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି ।
‘ସମୟ’ ଓ ‘ସମୟ ଲାଇଭ୍‌’ ପକ୍ଷରୁ ସ୍ୱାଧୀନତା ଦିବସ ପୂର୍ବର ଉତ୍ସବ ପାଳନ ଅବସରରେ ବାଚସ୍ପତି ଶ୍ରୀମତୀ ପାଢୀ କହିଛନ୍ତି ଯେ ଆଲୋଚନାର ବିଷୟ ହେଉଛି: ‘ଭାରତର ସ୍ୱାଧୀନତା ପରବର୍ତ୍ତୀ, ୭୮ବର୍ଷ ଧରି ଆଞ୍ଚଳିକ ସମ୍ବାଦପତ୍ରର ଭୂମିକା’ ।

ଆଞ୍ଚଳିକ ସମ୍ବାଦପତ୍ରର ଭୂମିକା ସବୁବେଳେ ଗୁରୁତ୍ୱପୂର୍ଣ୍ଣ । ଯଦି ଆମେ ଭାରତୀୟ ସମ୍ବାଦପତ୍ର ଇତିହାସକୁ ଯିବା ୧୭୮୦ ମସିହା ଜାନୁଆରୀ ୨୯ରେ ଦେଶର ପ୍ରଥମ ସମ୍ବାଦପତ୍ର ପ୍ରକାଶ ପାଇଥିଲା । ବ୍ରିଟିଶ ଶାସନ ସମୟରେ ଜେମ୍ସ ଅଗଷ୍ଟସ୍‌ ହିକିଂଙ୍କ ପକ୍ଷରୁ ‘ବେଙ୍ଗଲ ଗେଜେଟ’ ନାମରେ ସମ୍ବାଦପତ୍ର ପ୍ରକାଶିତ ହୋଇଥିଲା । କ୍ରମାଗତ ଭାବେ ଅନେକ ସମ୍ବାଦପତ୍ର ପ୍ରକାଶ ପାଇଥିଲା । ତେବେ ଏହି ସମୟରେ ଆଞ୍ଚଳିକ ସମ୍ବାଦପତ୍ରଗୁଡିକ ଦେଶର ଜନମତକୁ ଯଥେଷ୍ଟ ପ୍ରଭାବିତ କରିଥିଲା । ସ୍ୱାଧୀନତା ପରେ ସମ୍ବାଦପତ୍ରଗୁଡିକରେ ଅନେକ ପରିବର୍ତ୍ତନ ଘଟିଥିଲା । ଅଧିକାଂଶ ସମ୍ବାଦପତ୍ର ମାଲିକାନା ଭାରତୀୟଙ୍କ ହାତକୁ ଆସିଲା । ବ୍ରିଟିଶ ଶାସନ ସମୟରେ ଆତ୍ମପ୍ରକାଶ କରିଥିବା ଭାରତୀୟ ସମ୍ବାଦପତ୍ରଗୁଡିକ ଦେଶର ସ୍ୱାଧୀନତା ସମୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ବାସ୍ତବ ପକ୍ଷେ ଏହି ସମ୍ବାଦପତ୍ର ଜାତୀୟ ଓ ଆଞ୍ଚଳିକ ସ୍ତରରେ ସ୍ୱାଧୀନତା ସଂଗ୍ରାମର ମୁଖପାତ୍ର ରୂପେ କାର୍ଯ୍ୟ କରୁଥିଲେ । ସରକାର ଓ ପ୍ରଶାସକଙ୍କ ବିଭିନ୍ନ ଯୋଜନା ଏବଂ ନୀତି ଉପରେ ସମ୍ବାଦପତ୍ର ତୀକ୍ଷ୍‌ଣ ନଜର ରଖିଥାନ୍ତି । ସମାଜରେ ଘଟୁଥିବା ତ୍ରୁଟି, ବିଚୁ୍ୟତି, ଏକଚ୍ଛତ୍ରବାଦ, ଦୁର୍ନୀତି ଏବଂ ଅସାଧୁ ଉପାୟ ବିରୋଧରେ ସେମାନେ ସ୍ୱର ଉତ୍ତୋଳନ କରିଥାନ୍ତି ।

ଗତ ୭୭ବର୍ଷର ସ୍ୱାଧୀନତାର ଦୀର୍ଘ ଯାତ୍ରାରେ ଆଞ୍ଚଳିକ ସମ୍ବାଦପତ୍ରଗୁଡିକ ଦେଶ ସାର୍ବଭୌମତ୍ୱ ଓ ସଂହତିକୁ ମଜଭୁତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛନ୍ତି । ଏହି ଅବସରରେ ଶ୍ରୀମତୀ ପାଢ଼ୀ ଓଡ଼ିଶାରୁ ଏକଦା ପ୍ରକାଶିତ ଉତ୍କଳ ଦୀପିକା ଓ ସମାଜ, ପ୍ରଜାତନ୍ତ୍ର ଆଦି ସମ୍ବାଦପତ୍ରର ମଧ୍ୟ ନଜିର ଦେଇଥିଲେ । ଓଡ଼ିଶାରେ ମଧ୍ୟ ଶତାଧିକ ସମ୍ବାଦପତ୍ର ପ୍ରକାଶ ପାଉଥିଲାବେଳେ ସେଗୁଡିକ ମଧ୍ୟ ପାଠକମାନଙ୍କ ଦ୍ୱାରା ଆଦୃତ ହୋଇପାରିଛି ବୋଲି ଶ୍ରୀମତୀ ପାଢୀ ପ୍ରକାଶ କରିଛନ୍ତି । ଏହି ଅବସରରେ ଅନ୍ୟତମ ଅତିଥି ଆଇନ, ପୂର୍ତ୍ତ, ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଆଜିର ସମୟରେ ଖବରକାଗଜ ବଞ୍ଚେଇ ରଖବା ବହୁ କଷ୍ଟସାଧ୍ୟ । ଏହାକୁ ଚଳାଇବା ମାଲିକମାନଙ୍କ କ୍ଷେତ୍ରରେ ଅସମ୍ଭବ ହୋଇଥିଲେ ମଧ୍ୟ ସମୟ ନିଜର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି । ଆଜିର ପାଠକ କେବଳ ହେଡ୍‌ଲାଇନ ପଢିବା ପରେ ପାଠ ଭିତରକୁ ଯାଉନାହାନ୍ତି । ବୟସ୍କ ପାଠକମାନେ ଖବରର ପ୍ରତିଟି ଶବ୍ଦକୁ ପଢିବାକୁ ଇଚ୍ଛା କରିଥାନ୍ତି । ତାହା ଏବେ ଦେଖବାକୁ ମିଳୁନି । ଟେକ୍‌ନୋଲୋଜି ଯୁଗର ପରିବର୍ତ୍ତନ ଆସିଛି । ସମ୍ବାଦପତ୍ରର ଆକର୍ଷଣ କମିଛି ଓ ଟିଭି ମାଧ୍ୟମରେ ଧାଡିକିଆ ଖବର ପ୍ରସାରଣ କରାଯାଉଛି ।

ତେବେ ଖବରକାଗଜରେ ଏହା ବିସ୍ତୃତ ଭାବେ ପ୍ରକାଶିତ ହେଉଛି । ଭାରତ ଛାଡ ଆନ୍ଦୋଳନରେ ଛାପା ଗଣମାଧ୍ୟମ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ସେତେବେଳ କାଶ୍ମୀର ଠାରୁ କନ୍ୟାକୁମାରୀ ଓ ଗୁଜରାଟଠୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଲୋକଙ୍କୁ ଏଥରେ ଯୋଡ଼ିବା କାର୍ଯ୍ୟ କରିଥିଲା ସମ୍ବାଦପତ୍ର । ୧୯୭୫ ମସିହାରେ ଜରୁରୀକାଳୀନ ପରିସ୍ଥିତିବେଳେ କଳା ଦିବସ ପାଳନ କରାଯାଉଥାଏ । ସେହି ସମୟରେ ଗଣମାଧ୍ୟମର କଣ୍ଠରୋଧ କରାଯାଉଥାଏ, ସବୁ ସମ୍ବାଦପାତ୍ର ଏହାର ବିରୋଧରେ ସମ୍ପାଦକୀୟକୁ ଖାଲି ଛାଡ଼ିଥିଲେ । ସେତେବେଳେ ଏହା ବିରୋଧରେ ଯେଉଁ ତୀବ୍ର ଜନମତ ସୃଷ୍ଟି ହୋଇଥିଲା, ତାହାର ସୂତ୍ରଧାର ଥିଲେ ଗଣମାଧ୍ୟମ । ସମୟ ଆଜି ଯେଉଁଭଳି ଭାବେ ରୂପ ପ୍ରଦର୍ଶନ କରିଛି, ତାହା ପ୍ରଶଂସନୀୟ । ରାଜ୍ୟର ଜଣେ ଧୁରୀଣ ଜନନେତା ସ୍ୱର୍ଗତ ବସନ୍ତ ବିଶ୍ୱାଳ ‘ସମୟ’ ପ୍ରତିଷ୍ଠା କରିଥିଲେ, ମାତ୍ର ‘ସମୟ’ କେବେହେଲେ କୌଣସି ନିର୍ଦ୍ଧିଷ୍ଟ ଦଳ ସପକ୍ଷରେ ଅଯଥା ପ୍ରଶସ୍ତି ଗାନ କରି ନାହିଁ । ଦେଶ ତଥା ରାଜ୍ୟର ବିକାଶ ଯାତ୍ରାରେ ଆଞ୍ଚଳିକ ସମ୍ବାଦପତ୍ରଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଆଶା ପ୍ରକଟ କରିଥିଲେ ।

‘ସମୟ’ର ମୁଖ୍ୟ ସମ୍ପାଦକ ରାକେଶ ଚନ୍ଦ୍ର ମହାନ୍ତି କହିଛନ୍ତି, ସାରା ଦେଶରେ ହରଘର ତ୍ରିରଙ୍ଗା ଉତ୍ସବ ପାଳନ କରାଯାଉଛି । ସ୍ୱାଧୀନତାର ୭୭ ବର୍ଷ ପୂରିଯିବ, ୭୮ବର୍ଷକୁ ପଦାର୍ପଣ କରିବ । ଦେଶର ବିକାଶରେ ପ୍ରତ୍ୟେକ ସରକାରଙ୍କ ଅବଦାନ କିଛିନା କିଛି ରହିଛି । ଭାରତ ଏବେ ବି ଯୁବା ଅବସ୍ଥାରେ ରହିଛି । ୬୦ରୁ ଊଦ୍ଧ୍ୱର୍ ବୟସ୍କ ସଂଖ୍ୟା ୧୪୭ ନିୟୁତ ରହିଛି । ୨୦୫୦ ସୁଦ୍ଧା ଏହା ୩୫ କୋଟିରେ ପହଞ୍ଚିବ । ଏହାର ଅର୍ଥ ଆମର ବିକାଶ ଆଗେଇଛି । ଆଞ୍ଚଳିକ ଭାଷାଭିତ୍ତିକ ଗଣମାଧ୍ୟମ ସ୍ୱାଧୀନତା ପୂର୍ବରୁ ଥିଲା, ଏବେବି ଅଛି । ବେଳେବେଳେ କିଛି ସ୍ଥାନରେ ଗଣମାଧ୍ୟମର କଣ୍ଠରୋଧ କରାଯାଉଛି । ତେବେ ଗଣମାଧ୍ୟମ ସବୁବେଳେ ନିରପେକ୍ଷ ଖବର ପ୍ରକାଶ କରିଆସୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । କାର୍ଯ୍ୟକ୍ରମ ଆରମ୍ଭରୁ ‘ସମୟ’ ଓ ‘ସମୟ ଲାଇଭ୍‌’ର ସମ୍ପାଦକ ପପୁ ମହାନ୍ତି ସ୍ୱାଗତ ଭାଷଣ ଦେଇଥିବାବେଳେ ଅନ୍ୟତମ ଅତିଥି ଆଏନ୍‌ଡବ୍ଳì୍ୟଇସି ଓଡ଼ିଶା କାଉନସିଲର କୋର୍ଡିନେଟର ପ୍ରୀତିପଲ୍ଲବୀ ପଟ୍ଟନାୟକ ଯୋଗଦେଇ ଗଣମାଧ୍ୟମ, ବ୍ୟକ୍ତି ଓ ବାକ ସ୍ୱାଧୀନତା ସମ୍ପର୍କରେ ଆଲୋକପାତ କରିଥିଲେ । ଶେଷରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବିଶିଷ୍ଟ ବ୍ୟକ୍ତି ଓ ସମୟ ଲାଇଭର ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
କଟକ ମହାନଗର ମହାସଂଘ ପକ୍ଷରୁ ରଜ ମହୋତ୍ସବ ଧୁମଧାମରେ ପାଳିତ

କଟକ ମହାନଗର ମହାସଂଘ ପକ୍ଷରୁ ରଜ ମହୋତ୍ସବ ଧୁମଧାମରେ ପାଳିତ

June 15, 2026
୨୦ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

୨୦ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

June 15, 2026
ଭୁବନେଶ୍ୱରରେ ସଫଳତାର ସହ ସମାପ୍ତ ହେଲା “କୋର ୪ ଚାମ୍ପିଅନ୍ସ କପ୍” ଅଣ୍ଡର-୧୬ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱରରେ ସଫଳତାର ସହ ସମାପ୍ତ ହେଲା “କୋର ୪ ଚାମ୍ପିଅନ୍ସ କପ୍” ଅଣ୍ଡର-୧୬ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

June 15, 2026
ବାଲିପାଟଣା , ନିଆଳି ଅଞ୍ଚଳରେ ଧୁମଧାମରେ ରଜ ମହୋତ୍ସବ ପାଳିତ

ବାଲିପାଟଣା , ନିଆଳି ଅଞ୍ଚଳରେ ଧୁମଧାମରେ ରଜ ମହୋତ୍ସବ ପାଳିତ

June 15, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

କଟକ ମହାନଗର ମହାସଂଘ ପକ୍ଷରୁ ରଜ ମହୋତ୍ସବ ଧୁମଧାମରେ ପାଳିତ

କଟକ ମହାନଗର ମହାସଂଘ ପକ୍ଷରୁ ରଜ ମହୋତ୍ସବ ଧୁମଧାମରେ ପାଳିତ

June 15, 2026
୨୦ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

୨୦ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

June 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version