No Result
View All Result
୧୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ପଥୁରୀପଡ଼ା ଗ୍ରାମ ସ୍ଥିତ ମା ମହାବେରେଣୀ ପୀଠ ପରିସରରେ ବାଙ୍କୀ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ସାମ୍ପ୍ରତିକ ସ୍ଥିତିରେ ପ୍ରାଥମିକ ଶିକ୍ଷା ଓ ଶିକ୍ଷକ ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । ଏଥିରେ ଶିକ୍ଷକ ଲକ୍ଷ୍ମୀକାନ୍ତ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣା, ସଂପାଦକ ବିଭୁପ୍ରସାଦ ସାହୁ ଓ ପୂର୍ବତନ ସଂଗଠନ ସମ୍ପାଦକ ତଥା ବେଗୁନିଆ ବ୍ଲକ ସମ୍ପାଦକ ରବୀନ୍ଦ୍ର ନାଥ ସାହୁ ଯୋଗଦେଇ ଗୁଣାତ୍ମକ ଶିକ୍ଷା ପାଇଁ ଶିକ୍ଷକମାନଙ୍କ ହାତରୁ ମଧ୍ୟାହ୍ନ ଭୋଜନ ବଣ୍ଟନ ବ୍ୟବସ୍ଥା ହଟେଇବା,

ପୋଷାକ ଔଷଧ ବଣ୍ଟନ ସହ ଅଣଶୈକ୍ଷିକ କାର୍ଯ୍ୟରୁ ମୁକ୍ତ କରିବା, ଶିକ୍ଷକଙ୍କ କ୍ୟାଡର ତ୍ରୁଟିପୂର୍ଣ୍ଣ ସଂଶୋଧନ ଓ ତୁରନ୍ତ ପଦୋନ୍ନତି ତଥା ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଓ ଶିକ୍ଷକ ନିଯୁକ୍ତି ଆଦି ବିଷୟରେ ଆଲୋଚନା କରାଯାଇଥିଲେ । ଏହି ଆଲୋଚନା ଚକ୍ରରେ ମଣ୍ଡଳ ସ୍ତରରୁ ବିଭିନ୍ନ ବିଦ୍ୟାଳୟରୁ ଯୋଗଦେଇ ଥିବା ରମେଶ ବେହେରା, ବିରଞ୍ଚି ନାରାୟଣ ପୃଷ୍ଟି, ନରୋତ୍ତମ ବେହେରା, ସୂର୍ଯ୍ୟମଣି ବେହେରା, ଦୀପକ କୁମାର ମହାପାତ୍ର ଅଜୟ କୁମାର ପଲେଇ, ବସନ୍ତ କୁମାର ପରିଡ଼ା, ବଳଭଦ୍ର ମହାପାତ୍ର, ହରେକୃଷ୍ଣ ପାଣିଗ୍ରାହୀ, ହରପ୍ରିୟା ମିଶ୍ର, ଅଶୋକ ସାହୁ, ରଞ୍ଜିତ ପରିଡା, ମିଟୁ ବେହେରା, ସଞ୍ଜୟ କୁମାର ସେଠୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଶେଷରେ ଶିକ୍ଷକ କାଳନ୍ଦୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
No Result
View All Result