୧୦ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> ’ରଖେ ହରି ମାରେ କିଏ’ ‘ମାରେ ହରି ରଖେ କିଏ’ ଏହି ଲୋକକଥା ବା ପ୍ରହେଳିକା ହେଲେ ମଧ୍ୟ ବାସ୍ତବ ରେ ମଧ୍ୟ ତାହା ସତ୍ୟ । ଏକ ଜନ୍ମିତ ଶିଶୁ ଟି ନିଶ୍ଵାସ ପ୍ରଶ୍ଵାସ ନେବାରେ ସମସ୍ୟା ସୃଷ୍ଟି ହେବା ସହ ଦୀର୍ଘ ଏକ ମାସ ଜୀବନ ସହ ସଂଗ୍ରାମ ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ହସ୍ତକ୍ଷେପ ପରେ ଶିଶୁଟି ନୂଆ ଜୀବନ ପାଇଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର କ. ନୂଆଗାଁ ବ୍ଲକ ବଣ୍ଡଗୁଡା ପଞ୍ଚାୟତ ର ଗଟାମାହା ଗ୍ରାମର ଅନନ୍ତ ପ୍ରଧାନ ଙ୍କ ଶିଶୁ ପୁତ୍ର ଙ୍କ ଠାରେ ।
ଅନନ୍ତ ଙ୍କ ଶିଶୁଟି ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟ ରେ ଜନ୍ମ ହେବା ପରେ ଶିଶୁଟିର ନିଶ୍ଵାସ ପ୍ରଶ୍ଵାସ ନେବାରେ ସମସ୍ୟା ସୃଷ୍ଟି ହେବାରୁ ଡାକ୍ତର ଫୁଲବାଣୀ ରୁ ବ୍ରହ୍ମପୁର ଏମକେସିଜି ବଡ ମେଡିକାଲ ସେଠାରୁ କଟକ ଶିଶୁ ଭବନ ରେ ମଧ୍ୟ ଶିଶୁ ଟିର ଉତ୍ତମ ଚିକିତ୍ସା ହୋଇ ନପାରିବାରୁ ପରିବାର ଲୋକ ବିଜୁ ସ୍ୱାସ୍ଥ୍ୟ କାର୍ଡ ରେ ଅପୋଲ ପ୍ରାଇଭେଟ ମେଡିକାଲ ରେ ଭର୍ତ୍ତି କଲେ ସେହି କାର୍ଡ ରୁ ସମସ୍ତ ଅର୍ଥ ସରିଯିବା ପରେ ମଧ୍ୟ ଶିଶୁଟି ଜୀବନ ମରଣ ସହ ସଂଗ୍ରାମ କରୁଥିଲା । ପରିବାର ଲୋକେ ଆଶା ଛାଡି ଦେଇଥିଲେ ଯେ ତାଙ୍କର ଜନ୍ମିତ ଶିଶୁ ପୁତ୍ର ଟି ବଞ୍ଚିବ ଓ ଦୁନିଆ ଦେଖିବ । ବାଲିଗୁଡା ପୂର୍ବତନ ବିଧାୟକ କରେନ୍ଦ୍ର ମାଝି ଙ୍କ ନଜରକୁ ଏହି ଘଟଣା ଆସିବା ପରେ ଉକ୍ତ ପରିବାର ସଦସ୍ୟ ଙ୍କୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ.ମୁକେଶ ମହାଲିକ ଙ୍କ ନିକଟକୁ ଯାଇ ସମସ୍ତ ଘଟଣା ସମ୍ପର୍କ ରେ କହିବା ଓ ରିପୋର୍ଟ ଦେଖାଇଥିଲେ ।















