୦୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :-> କନ୍ଧମାଳ ଜିଲ୍ଲା ପାହିରାଜୁ ପଞ୍ଚାୟତରେ ଥିବା ମୁଚ୍ଛଳପଡା ଗାଁର ପ୍ରଶ୍ନ ଦିଗାଲ ଦୀର୍ଘ ୪ ବର୍ଷ ହେବ ଏକ ଅଜଣା ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ହୋଇ ପଡିଛନ୍ତି। ବର୍ତମାନ ଚିକିତ୍ସାରେ ଅର୍ଥ ବାଧକ ସାଜିଛି। ମୂଲ ଲାଗି ପରିବାର ପ୍ରତି ପୋଷଣ କରି ଆସୁଥିବା ପ୍ରଶ୍ନ ଦିଗାଲ ଏବେ ଅଜଣା ରୋଗରେ ପୀଡିତ ହେବା ପରେ ତାଙ୍କ ସ୍ତ୍ରୀ ଜାନକୀ ଦିଗାଲ ବର୍ତ୍ତମାନ ସ୍ବାମୀର ଚିକିତ୍ସା କରାଇବା ଲାଗି ଟଙ୍କା ଅଭାବରୁ ଅସମର୍ଥ ହୋଇ ପଡି ଭାଙ୍ଗି ପଡିଛନ୍ତି ।
ସୂଚନା ଅନୁସାରେ ମୁଚ୍ଛଳପଡା ଗାଁରେ ପ୍ରଶ୍ନ ଦିଗାଲ, ସ୍ତ୍ରୀ ଜାନକୀ ଦିଗାଲ, ମା ଟୁବି ଦିଗାଲ, ପୁଅ ସାନୁଜ ଦିଗାଲ, ଝିଅ ଭୁମିକା ଦିଗାଲ, ମାଣିକଦିଗାଲ ମିଶି ସୁରୁଖୁରୁରେ ମୁଲ ମଜୁରୀ କରି ପରିବାର ପ୍ରତିପୋଷଣ କରୁଥିଲେ । ପରିବାରରେ ସମୁଦାୟ ୬ ଜଣ ସଦସ୍ୟ ରହି ଆସୁଥିବା ବେଳେ ଦିନ ଥିଲା ଏହି ପରିବାର ମଧ୍ୟ ବହୁ ହସଖୁସିରେ ଚଳୁଥିଲେ। କିନ୍ତୁ ଗତ କିଛି ଦିନ ମଧ୍ୟରେ ପରିବାରର ମୁଖ୍ୟ ରୋଜଗାରିଆ ପ୍ରଶ୍ନ ଦିଗାଲ ଅଜଣା ରୋଗରେ ପୀଡିତ ହେବାରୁ ବହୁ ଅସୁବିଧା ଭୋଗୁଛନ୍ତି ।















