No Result
View All Result
୦୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ବରିଷ୍ଟ ବିଜେଡି ନେତା ତଥା ଫୁଲବାଣୀ ମୁନିସିପାଲିଟିର ପୂର୍ବତନ କାଉନସିଲର ପ୍ରଦୀପ କୁମାର ମୁନିଙ୍କ ଅକାଳ ବିୟୋଗ ହୃଦଘାତରେ ରାଜଧାନୀର କେଆର ହସ୍ପିଟାଲ ରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା । ତାଙ୍କର। ଅକାଳ ବିୟୋଗ ରେ ଫୁଲବାଣୀ ସହର ସମେତ ଜିଲ୍ଲାରେ ଶୋକର ବାତାବରଣ ଦେଖିବାକୁ ମିଳିଛି। ତାଙ୍କ ପତ୍ନୀ ଲୋପାମୁଦ୍ରା ମୁନି ମୁନିସିପାଲିଟିର ପୂର୍ବତନ ଅଧ୍ଯକ୍ଷ ଥିଲେ । ସ୍ବର୍ଗତ ପ୍ରଦୀପ ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରି ଜନତା ।
ଦଳରେ ସାମିଲ ହୋଇ ବିଜେଡିର ବିଭିନ୍ନ ସଂଗଠନ ଦାଇତ୍ବରେ ଥିଲେ । ସେଜଣେ ପରୋପକାରୀ ଭଲ ସଂଗଠକ,କ୍ରୀଡ଼ାବିତ ସମାଜସେବୀ ଓ ରାଜନେତା ଭାବେ । ସମସ୍ତଙ୍କ ନିକଟରେ ବେଶ ପରିଚିତ ଥିଲେ । ତାଙ୍କର ଅକାଳ ବିୟୋଗରେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ, ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା,ପୂର୍ବତନ ସାଂସଦ ଡ଼ ଅଚ୍ୟୁତ ସାମନୁ, ପୂର୍ବତନ ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ଅଙ୍ଗଦ କଂହର ବରିଷ୍ଠ ବିଜେଡି ନେତା କମଳା କାନୁ ପାଣ୍ଡେ, ସରୋଜ କର୍ଣ୍ଣ,
ବରିଷ୍ଟ ଆଇନଜୀବୀ ବନ ମହାନ୍ତି,ବରିଷ୍ଠ ସାମ୍ବାଦିକ ତଥା ଫ୍ରଣ୍ଟ ଲାଇନ ମିଡିଆ ଆସୋସିଏସନ୍ ର ସଭାପତି ସୁନୀଲ ବିଶ୍ଵାଳ,ସମ୍ପାଦକ ସୁଜିତ୍ ବେହେରା ,ତ୍ରିନାଥ ସାହୁ,ବରିଷ୍ଠ ସାମ୍ବାଦିକ ଶିବ ପ୍ରସାଦ ତ୍ରିପାଠୀ, ଗୋପାଳ କୃଷ୍ଣ ପଟନାୟକ, ଅଜିତ ମହାରଣା,ବିଜେଡି ଯୁବ ନେତା ରାଧାମୋହନ ମହାପାତ୍ର, ଜିଲ୍ଲା ମିଡିଆ ଫୋରମ୍ ସଭାପତି ସୂର୍ଯ୍ୟ ବେହେରା,ସମ୍ପାଦକ ଶିବ ବିଶ୍ଵାଳ,ବିଜେଡି ନେତା ପ୍ରଦୀପ ମହାନ୍ତି,ସତ୍ୟନାରାୟଣ ବେହେରା ପ୍ରମୁଖ ଗଭୀର ଶୋକ ବ୍ୟକ୍ତି କରିବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ ।
No Result
View All Result