No Result
View All Result
୨୫ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ଦେଶ ସ୍ବାଧିନତାର ୭୭ ବର୍ଷ ହୋଇଥିଲେ ମଧ୍ୟ ଦୀପତଳ ଅନ୍ଧାର ଭଳି ବେଗୁନିଆ ସଦର ମହକୁମାର ଠାରୁ ମାତ୍ର ୪ କିମି ଦୂରରେ ଅବସ୍ଥିତ ଦୁର୍ଗାପୁର ଗ୍ରାମ ଏବେ ପ୍ରଶାସନର ଅବହେଳା ଯୋଗୁଁ ପକ୍କା ରାସ୍ତା,ଜଳ ଯୋଗାଣ ଓ ପୋଖରୀ ଆଦି ସମସ୍ୟା ଉପରେ କାହାର ନଜର ନାହିଁ । କେବଳ ନିର୍ବାଚନ ସମୟ ଆସିଲେ ନେତା ଓ କର୍ମୀ ଆସି ସମସ୍ୟାକୁ ଶୁଣିବା ପରେ ଆଶ୍ଵାସନା ଦେଇ ଭୁଲି ଯାଇଥାନ୍ତି । ଏହି ଗ୍ରାମର ଜନସଂଖ୍ୟା ଦୃଷ୍ଟିରୁ ଦେଖିବାକୁ ଗଲେ ୨ ଶହ । ତେବେ ଜନ ସଂଖ୍ୟା ଦୃଷ୍ଟିରୁ ଦୁଇଟି ନଳକୂପ ଓ ଦୁଇଟି ଖୋଲାକୂପ ଓ ଗୋଟିଏ ପୋଖରୀ ।
ଲୋକମାନେ ଗାଧୋଇବା ପାଇଁ ଗୋଟିଏ ମାତ୍ର ପୋଖରୀ ବ୍ୟବହାର କରୁଥିବା ବେଳେ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ତାହା ପୋତି ହୋଇଯାଇଥିବାରୁ ଖରାଦିନେ ଜଳସ୍ତର ସମ୍ପୂର୍ଣ୍ଣ କମି ଯାଇ ବ୍ୟବହାର ଅନୁପଯୋଗୀ ହୋଇଥିବାରୁ ପୁନରୁଦ୍ଧାର ହେବା ପାଇଁ କହିଛନ୍ତି।ଗ୍ରାମର ଦୁଇ ମୁଣ୍ଡରେ ଦୁଇଟି ନଳକୂପ ରହିଥିବାରୁ ଆବଶ୍ୟକ ଅନୁଯାଇ ଆଉ ଗୋଟିଏ ନଳକୂପ ନିତାନ୍ତ ଆବଶ୍ୟକ ରହିଛି ବୋଲି ଗ୍ରାମବାସୀ ମାନେ ବିଧାୟକ ପ୍ରଦୀପ କୁମାର ସାହୁଙ୍କ ସହ ଆଲୋଚନା କରିଥିଲେ ।
ଏତଦ ବ୍ୟତୀତ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଥିବାରୁ ଯାତାୟାତ ପାଇଁ ମଧ୍ୟ ଏକ ପକ୍କା ସଡକର ଆବଶ୍ୟକ ରହିଛି । ଯାହାକୁ ବଡ଼ବେରଣା ନୂଆସାହି ଠାରୁ ଗୋବିନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପର୍ଯ୍ୟନ୍ତ ମାତ୍ର ୨ .୫କିମି ରାସ୍ତା । ଏହି ରାସ୍ତାଟିରେ କେବଳ ବ୍ଲକ ପ୍ରଶାସନ ପକ୍ଷରୁ ଗତ କିଛି ବର୍ଷ ତଳେ କେବଳ ମୋରମ ବିଛାଇ କାର୍ଯ୍ୟ ହୋଇଥିଲା । ତେବେ ରାସ୍ତାରେ ବର୍ଷା ହେଲେ ପାଣି ଓ କାଦୁଅରେ ଗ୍ରାମର ଜନ ସାଧାରଣ ମାନେ ଯାତାୟାତ କରୁଥିବାରୁ ପକ୍କା ସଡ଼କ କରିବା ପାଇଁ ସାଧାରଣରେ ମତ ପ୍ରକାଶ ପାଇଛି । ଏଥିରେ ବିଧାୟକ ଶ୍ରୀ ସାହୁ ଗ୍ରାମର ସମସ୍ୟାକୁ ଅନୁଧ୍ୟାନ କରି ତୁରନ୍ତ ସମସ୍ୟା ସମାଧାନ କରିବାକୁ ଦୃଢ଼ ଭାବରେ ପ୍ରତିଶୃତି ଦେଇଛନ୍ତି ।

No Result
View All Result