୨୧ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଓଡ଼ିଶାର ପ୍ରଥମ ଶିଶୁ ସମ୍ବାଦ ପତ୍ର ଶିଶୁ ସମାଚାର ର ୧୭ଶ ସ୍ୱ ନକ୍ଷତ୍ର ଉତ୍ସବ ପାଳନ ଅବସରରେ ରାଜ୍ୟସ୍ତରୀୟ ଚେସ ପ୍ରତିଯୋଗିତା ସ୍ଥାନୀୟ ସୁଖଲତା ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇ ଯାଇଛି।ଏଥିରେ ରାଜ୍ୟର ବିଭିନ୍ନ ସ୍କୁଲରୁ ଆସିଥିବା ୬୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଯୋଗ ଦେଇ ଥିଲେ।ବିଭିନ୍ନ ବିଭାଗରେ ହୋଇଥିବା ପ୍ରତିଯୋଗିତାରେ ସବ ଜୁନିଅର ବିଭାଗରେ ଶୋଭିତ ସାହୁ ଓ ଅଂଶୁମାନ ବଳିଆର ସିଂହ ସେଣ୍ଟ ଯାଭିର ହାଇସ୍କୁଲ୍ର ଯଥା କ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି , ବ୍ଲେସଡ ସକ୍ରମେଣ୍ଟ ହାଇ ସ୍କୁଲ୍ ରୁଦ୍ରାଂଶୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ସେହିପରି ଜୁନିଅର୍ ଗ୍ରୁପରେ ପ୍ରଶାନ୍ତି ଇଂଲିଶ ମିଫିଆମ୍ ସ୍କୁଲ ର ଶାନ୍ତନୁ ବରାଳ ପ୍ରଥମ, ସଂତୋଷୀ ଇଂଲିଶ ମିଡ଼ିଆମ୍ ସ୍କୁଲର ଆଦିତି ନାୟକ ଦ୍ୱିତୀୟ, ବିଶ୍ବମ୍ବର ବିଦ୍ୟାପୀଠ ର ଆଦିତ୍ୟ ପଟ୍ଟନାୟକ ତୃତୀୟସ୍ଥାନ ଅଧିକାର କରିଛନ୍ତି । ମିନି ଗ୍ରୁପ୍ ରେ ଡି ଏ ଭି ପବ୍ଲିକ ସ୍କୁଲ ର ତତ୍ତ୍ଵ ତରୁଣ ମହାପାତ୍ର । ପ୍ରଥମ ସ୍ଥାନ, କେନ୍ଦ୍ରୀୟ ବିଦ୍ୟାଳୟ ର ସାଇ ଆମ୍ରିତ ପତିଆରି ଦ୍ୱିତୀୟ ଓ ବ୍ଲେସଡ ଶାକ୍ରମେଣ୍ଟ ହାଇ ସ୍କୁଲ ର ଶାନ୍ତି ଶ୍ରେୟା ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।















