୧୩ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଶ୍ରୀକ୍ଷେତ୍ର ରେ ମହାପ୍ରଭୁଙ୍କ ରଥଯାତ୍ରା ଦେଖିବାରେ ଶ୍ରଦ୍ଧାଳୁଙ୍କ ଆଗ୍ରହର ପଟାନ୍ତର ନ ଥାଏ।କିବା ଦିନ କିବା ରାତି ଦୂର ଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ଟିକେ ମହାପ୍ରଭୁଙ୍କ ଦର୍ଶନ କରିଦେଲେ କଟିଯାଏ ତା’ର ପଥ କ୍ଲାନ୍ତି।ସେ ଉଲ୍ଲସିତ ହୁଏ।ଘରକୁ ଫେରିବା ବେଳେ ସ୍ମୃତି ର ମହକ ସ୍ୱରୂପ ଉତ୍କଳ ପ୍ରସଙ୍ଗ ଖଣ୍ଡେ ହାତରେ ନେବାକୁ ଭୁଲେ ନାହିଁ।ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରତ୍ୟେକ ବର୍ଷ ରଥଯାତ୍ରା ଅବସରରେ ପ୍ରକାଶିତ ହୁଏ ଉତ୍କଳ ପ୍ରସଙ୍ଗ ଓ ଓଡିଶା ରିଭ୍ୟୁର ସ୍ୱତନ୍ତ୍ର ବିଶେଷାଙ୍କ।ତା ସହ ଆମ ସାଂସ୍କୃତିକ ଓ ଐତିହ୍ୟ ର ଚେତନାଧର୍ମୀ ପାରମ୍ପରିକ ଭଜନ ଓ ଜଣାଣର ଭଜନ ପୁସ୍ତିକା।ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ,ଗବେଷକ,















