No Result
View All Result
୨୧ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିଆଳି :-> କଟକ ଜିଲ୍ଲା ଅନ୍ତର୍ଗତ ନିଆଳି ବ୍ଳକର ସିଠାଲ ଗ୍ରାମର ମନୋରଞ୍ଜନ ଭୋଇ ୫୨ବର୍ଷ ନାମକ ଜଣେ ଦୁର୍ଘଟଣା ଅସହାୟ ବ୍ୟକ୍ତିଙ୍କୁ ଓଡ଼ିଶା ରାଜ୍ୟ ଶ୍ରମିକ ସମବାୟ ସମିତି ପକ୍ଷରୁ ତାଙ୍କର ଅକର୍ମଣୀୟ ବିମା ବାବଦେ ୫ହଜାର ଟଙ୍କା ପ୍ରଦାନ କରାଯାଇଛି । ମନୋରଞ୍ଜନ ଭୋଇ ଶ୍ରମିକ ହିସାବରେ ଜଣକ ଘରେ ଇଟା ବାଲି ସିମେଣ୍ଟ କାମକରୁଥିବା ବେଳେ ହଟାତ ତଳକୁ ଖସିପଡ଼ି ଗୁରୁତର ଭାବେ ଆହତ ହୋଇଥିଲେ । ତାଙ୍କ ପରିବାର ପକ୍ଷରୁ କଟକ ଏକ ମେଡ଼ିକାଲରେ ଚିକିତ୍ସା କରାଯାଉଥିଲା ।
ଦୁର୍ଘଟଣାର ଖବର ପାଇ ଓଡ଼ିଶା ରାଜ୍ୟ ଶ୍ରମିକ ସମବାୟ ସମିତିର addional CEO ଶ୍ରୀଧର ବେହେରା,DM କୃଷ୍ଣଚନ୍ଦ୍ର କୁଣ୍ଡ,BM ଉମେଶ ଚନ୍ଦ୍ର ଭୋଇ, ABM ବିପିନ ବିହାରୀ ଦାସ, ପୂଜା ଭୋଇ ପ୍ରମୁଖ କର୍ମଚାରୀ ପହଞ୍ଚି ସିଠାଲ ସରପଞ୍ଚ କବିତା ମହାପାତ୍ରଙ୍କ ଉପସ୍ଥିତିରେ ୫ହଜାର ଟଙ୍କାର ଏକ ଚେକ୍ ପ୍ରଦାନ କରିଥିଲେ, ଓଡ଼ିଶା ରାଜ୍ୟ ଶ୍ରମିକ ସମବାୟ ସମିତି ପକ୍ଷରୁ ଗରିବ ଲୋକମାନଙ୍କୁ ରିହାତି ମୁଲ୍ୟରେ ଘରୋଇ ବେବହାର୍ଯ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଛି ବୋଲି ଏସିଓ ଶ୍ରୀଧର ବେହେରା କହିଛନ୍ତି, ଆହାତ ମନୋରଞ୍ଜନ ଭୋଇ ଗତ କିଛି ମାସ ତଳେ ଏହି ଅନୁଷ୍ଠାନ ସହାୟତାରେ ୨୫୦ ଟଙ୍କା ପ୍ରଦାନ କରି ମେମ୍ବର ହୋଇଥିଲେ ।

No Result
View All Result