୩୦ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) ନିଆଳି :-> କଟକ ଜିଲ୍ଲା ଅନ୍ତର୍ଗତ ନିଆଳି ବ୍ଲକ kasarda ର ଓଡ଼ିଶା ପ୍ରସିଦ୍ଧ ଐତିହାସିକ ଦୋପଟି ମେଳଣ ମହା ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି । ଏହି ମେଳଣରେ ୬୪ ଟି ଦୋଳବିମାନ ଯୋଗ ଦେଇଥିଲାବେଳେ ଏଥିରେ kasarda ର ଲକ୍ଷ୍ମୀ ନାରାୟଣ ଠାକୁର ଥାନପତି ଭାବେ ଏଠାରେ ବସିଥିଲେ । ଗୁରୁବାର ଦିନ ବିରାଟ ଶୋଭାଯାତ୍ରାରେ ପ୍ରଥମେ ସୁସଜ୍ଜିତ ବିମାନ ଦ୍ଵାରା ଠାକୁର ମେଲଣ ପଡିଆକୁ ଆସିଥିଲେ।

ରାତ୍ରରେ ଜୁମାନ ହେବା ପରେ ଶୁକ୍ରବାର ଦିନ ପାରମ୍ପରିକ ରୀତିନୀତିରେ ଠାକୁରମାନଙ୍କୁ ପୂଜାନୀତି କରାଯାଇ,ଶହ ଶହ ପାଚିଲା କଦଳୀ କାନ୍ଦି ରାଧା କୃଷ୍ଣଙ୍କୁ ଭୋଗ ରୁପେ ଅର୍ପଣ କରାଯାଇଥିଲା । ୧୮୯୮ ମସିହାରେ ଜୈନିକ ଡେପୁଟୀ କଲେକ୍ଟର ଏହି ମେଲଣ ଆରମ୍ଭ କରିଥିଲେ । କାଳକ୍ରମେ ଏହାର ନାମ ଡେପୁଟିରୁ ଦୋପୋଟି ମେଳଣରେ ପରିଣତ ହୋଇଛି ।

ଏହା ଦୋଳ ପୂର୍ଣ୍ଣିମାର ଦୁଇ ଦିନ ପରେ ଏହି kasarda ର ଦିପୋଟି ମେଲଣ ଆରମ୍ଭ ହୁଏ ।ପ୍ରଭୂ ଲକ୍ଷ୍ମୀ ନାରାୟଣ ଏବଂ ବିଲାସୁନୀର ଗୋପାଳ ଜୀଉଙ୍କ ସମେତ ଠାକୁରମାନଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଥିଲା । ଓଡ଼ିଶାର ଐତିହାସିକ ଦୋଳ ମେଲଣ ମଧ୍ୟରେ ଏହା ଅନ୍ୟତମ ଅଟେ । ଗତେଶ୍ୱର ମହାଦେବଙ୍କ ସହ ଲକ୍ଷ୍ମୀନାରାୟଣଙ୍କ ଭେଟକୁ ହରିହର ଭେଟ କୁହାଯାଏ ।
















