୨୯ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ବାଲିପାଟଣା :-> ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ବ୍ଲକ, ବନମାଳୀପୁର ନିକଟବର୍ତୀ ପୁରାଣ ପ୍ରସିଦ୍ଧ ପୂର୍ଣ୍ଣ ତୋୟା ପ୍ରାଚୀ ନଦୀ ତଟସ୍ଥ ଅନ୍ତର ବେଦୀ ମଠ ପରିସରରୁ ଏକ ପ୍ରାଚୀନ ଶିଳା ଉଦ୍ଧାର ହୋଇଥିବା ଜଣାପଡିଛି । ମଠ ପରିସରରେ ଏକ ଗୃହ ନିର୍ମାଣ ପାଇଁ ମାଟି ଖୋଳିବାବେଳେ ମାଟି ତଳୁ ଏହି ଶିଳା ବାହାରିଛି ।

ଏହି ଶିଳାରେ ମାଧବାନନ୍ଦ ଦାସ ଓ ୧୩୩୯ ବୋଲି ଖୋଦିତ ହୋଇଛି । ଯାହାକି ଏହି ପୀଠର ପ୍ରାଚୀନତା ପ୍ରମାଣ ଦେଉଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଶିଳାରେ ଖୋଦିତ ଶ୍ରୀ ମଧବାନନ୍ଦ ଦାସ ତତ୍ କାଳୀନ ମଠର ମହନ୍ତ ଥିଲେ ବୋଲି ଅନୁମାନ କରାଯାଉଛି ।

ଏ ସଂପର୍କରେ ପ୍ରତ୍ନତତ୍ତ୍ଵ ବିଭାଗ ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି , ବୋଲି ସ୍ଥାନୀୟ ଲୋକେ ମତବ୍ୟକ୍ତ କରିଛନ୍ତି । ପ୍ରାଚୀ ତଟ ଦେଶରେ ବହୁ ପ୍ରାଚୀନ ଭଗ୍ନାଶେଷ ପୋତିହୋଇ ରହିଥିବା ପ୍ରାଚୀ ଗବେଷକମାନେ ମତବ୍ୟକ୍ତ କରିଛନ୍ତି । ଏହି ତ୍ରିବେଣୀ ସ୍ଥାନଟି ପ୍ରାଚୀ ନଦୀର ଅଷ୍ଟଶମ୍ଭୁ ମଧ୍ୟରେ ଅନ୍ୟତମ ଅଟେ ।














