No Result
View All Result
୨୮ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଚିଲିକା :- ବାଣପୁର ବ୍ଲକ ଅନ୍ତର୍ଗତ କହ୍ନେଇପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଇକୋ କ୍ଲବ୍ ଆନୁକୂଲ୍ୟରେ ଆଜି ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ବାସୁଦେବ ବାରିକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉପଲକ୍ଷେ ସାଧାରଣ ସଭା ରେ ବିଶିଷ୍ଟ ଶିକ୍ଷାବିତ୍ ତଥା ହିଞ୍ଜିଳିକାଟୁ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟାପକ ମନମୋହନ ବଳିୟାର ସିଂହ ମୁଖ୍ୟ ଅତିଥି ଭାବେ ଯୋଗ
ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଜାତୀୟ ବିଜ୍ଞାନ ଦିବସ ର ତାତ୍ପର୍ଯ୍ୟ ସମ୍ପର୍କରେ ଉଦ୍ ବୋଧନ ଦେଇଥିଲେ। ଶିକ୍ଷକ ଦୁର୍ଯ୍ୟୋଧନ ମୁଦୁଲି, ଦୁର୍ଗା ପ୍ରସନ୍ନ ମହାପାତ୍ର, ଶିକ୍ଷୟିତ୍ରୀ ସୁନିତା ମହାପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ବ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।

No Result
View All Result