୨୫ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) କଟକ :-> ଖାନନଗର ହାଇସ୍କୁଲରେ ଅଧ୍ୟୟନ କରି ପାସଆଉଟ ହୋଇଥିବା ୧୯୮୭ ମସିହା ବ୍ୟାଚର ପୁରାତନ ଛାତ୍ରଛାତ୍ରୀଙ୍କର ଏକ ବନ୍ଧୁମିଳନ ଉତ୍ସବ , ରବିବାର ଦିନ ଗୋପାଳପୁର ନିକଟସ୍ଥ ଜଗନ୍ନାଥ ମନ୍ଦିର ବାଟିକା କାଠଯୋଡି ନଦୀ କୂଳ ସବୁଜ ବନାନୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପୂର୍ବତନ କର୍ପୋରେଟର ତଥା ପୁରାତନ ଛାତ୍ର ପ୍ରଦୀପ ବେହେରାଙ୍କ ଆବାହକ ତ୍ୱରେ ଆୟୋଜିତ ବନ୍ଧୁମିଳନରେ ଶତାଧିକ ଛାତ୍ରଛାତ୍ରୀ ଏବଂ ସେମାନଙ୍କର ପିଲାମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଛାତ୍ରଛାତ୍ରୀମାନେ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବନ୍ଧୁମିଳନ ମଞ୍ଚରେ ପୁଲ ଚନ୍ଦନ ଦେଇ ପୂଜା କରିବା ସହ , ଉତ୍ତରୀୟ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରି ଆଶୀର୍ବାଦ ନେଇଥିଲେ । ଦୀର୍ଘ ୩୭ ବର୍ଷ ପରେ ସମସ୍ତ ଛାତ୍ରଛାତ୍ରୀ ଏକତ୍ରିତ ହୋଇ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ ସାଙ୍ଗକୁ, ନୃତ୍ୟ ଗୀତରେ ସାମିଲ ହୋଇ ପରସ୍ପର ମଧ୍ୟରେ ଖୁସି ବାଣ୍ଟିଥିଲେ ।

ଭୋଜିଭାତ କରି ଏକାଠି ବସି ଖାଇଥିଲେ । ରମାକାନ୍ତ ବେହେରା, ସୁକାନ୍ତ ବେହେରା ,ବିଦ୍ୟାଧର ନନ୍ଦି,ନମିତା ସିଂ ,ଗୀତାରାଣି ଜେନା, ମୋହିନୀ ଦାସ, ସ୍ମୀତା ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଏଥିରେ ସମସ୍ତ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ ।















