୨୩ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ମହଙ୍ଗା :-> ଗୁରୁବାର ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ମହୋଦୟ ଙ୍କ ଦ୍ଵାରା ପ୍ରତି ପଞ୍ଚାୟତ ରୁ ବ୍ଲକ୍ କୁ ଆସିବା ପାଇଁ ମାତ୍ର -୫ ଟଙ୍କା ରେ ଏକ ସୁସଂଯୋଜିତ ଓ ନିର୍ଭରଯୋଗ୍ୟ ସେବା ଯୋଗାଇ ଗ୍ରାମାଞ୍ଚଳ ବାସୀ ଙ୍କ ଆର୍ଥିକ ଏବଂ ସାମାଜିକ ବିକାଶ କ୍ଷେତ୍ର ରେ ସହଯୋଗୀ ହୋଇ ଲକ୍ଷ୍ମୀ ବସ୍ ର ଶୁଭ ଉଦ୍ଘାଟନ କରିଥିଲେ ।

ବ୍ଲକ୍ ସ୍ତରୀୟ ଭତ୍ତା କାର୍ଯ୍ୟ କ୍ରମ ରେ -୨୩୯୭ ଜଣ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ । ସିକିମ୍ ସତ୍ଵ ଭାବେ ରେକର୍ଡ ହୋଇଥିବା ଜମି ର ଦଖଲ କରୀ ଙ୍କୁ ସେହି ଜମି ଉପରେ ସ୍ଥିତି ବାନ ସତ୍ଵ ର ପଟ୍ଟା -୨୦୮ ଜଣ ଙ୍କୁ ପ୍ରଦାନ କରିଥିଲେ ।

ମାହାଙ୍ଗା ବ୍ଲକ୍ କଲୋନୀ ଗୃହ ର ଶୁଭ ଉଦ୍ଘାଟନ ଓ ମାହାଙ୍ଗା ବ୍ଲକ୍ ର କନଫରେନ୍ସ ରୁମ୍ ର ଶୁଭ ଉଦ୍ଘାଟନ କରିଥିଲେ । ଏହି ଉସବାରେ ବ୍ଲକ୍ ଅଧ୍ୟକ୍ଷା ଦୀପା ମଲ୍ଲିକ , ଉପାଧ୍ୟକ୍ଷ ସତ୍ୟ ନାରାୟଣ ମହାନ୍ତି, ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ,ପଞ୍ଚାୟତ ର ମୂରବୀ, ଯୁବ, ଛାତ୍ର, ମହିଳା ଓ ପଞ୍ଚାୟତ ଲିଡର ମାନେ ମଧ୍ଯ ଯୋଗ ଦେଇଥିଲେ ।
















