No Result
View All Result
୨୩ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଜଟଣୀ :-> ରାମଚନ୍ଦ୍ର ପୁର ସ୍ଥିତ ମା’ଉତ୍ତରାୟଣୀ ପୀଠରୁ ଆରମ୍ଭ ହୋଇଥିବା ଅନୁଷ୍ଠାନ “ମୋ ପରିବାର” ଧିରେ ଧିରେ ନିଜର ନୀତି,ନିୟମ ଏବଂ ସେବା ପାଇଁ ସବୁ ସ୍ଥାନରେ ପ୍ରଶଂସାର ପାତ୍ର ହୋଇପାରିଛି l ନୟାଗଡ ଜିଲ୍ଲା ଓଡଗାଁ ବ୍ଲକର ଭାଡ଼ିକିଳା ଗ୍ରାମର ପ୍ରତିଷ୍ଠିତ ଶ୍ରୀକପିଳେଶ୍ୱର ମହାଦେବଙ୍କ ବାର୍ଷିକ ଉତ୍ସବରେ “ମୋ ପରିବାର”କୁ ସମ୍ବର୍ଦ୍ଧିତ କରାଯାଇଥିଲା l

ଗୁରୁବାର ଦିନ ଜଟଣୀରୁ ବାହାରି ପ୍ରଥମେ ଶରଣକୂଳରେ ଲଡ଼ୁକେଶ୍ୱରଙ୍କ ଦର୍ଶନ ତାପରେ ଓଡଗାଁ ଶ୍ରୀରଘୁନାଥଙ୍କ ଦର୍ଶନ କରିସାରିବା ପରେ ଭାଡ଼ିକିଳା ଗ୍ରାମର ଶ୍ରୀକପିଳେଶ୍ୱର ମହାଦେବଙ୍କ ବାର୍ଷିକ ଉତ୍ସବରେ “ମୋ ପରିବାର”ପ୍ରତିଷ୍ଠାତା ସାମ୍ବାଦିକ ଶୁଭେନ୍ଦ୍ର ଶତପଥୀଙ୍କ ନେତୃତ୍ୱରେ ସଦସ୍ୟ ନର୍ମଦା ଦୋରା, ଜ୍ୟୋସ୍ନା ରାଣୀ ମିଶ୍ର,ସାମ୍ବାଦିକ ସୁରେଶ ମହାରଣା, ପୁରୁଷୋତ୍ତମ ମହାରଣା ଏବଂ ମାଷ୍ଟର ଶୁଭମ ପ୍ରଥମେ କଳସ ଯାତ୍ରାରେ ଯୋଗ ଦେଇଥିଲେ l

ଗ୍ରାମରେ ପରିକ୍ରମା ପରେ ଠାକୁରଙ୍କ ବିମାନ ମନ୍ଦିରକୁ ନିଆଯାଇଥିଲା l କପିଳେଶ୍ୱର ପୀଠରେ “ମୋ ପରିବାର”ସଦସ୍ୟଙ୍କ ସେବା ଦେଖି ଉପସ୍ଥିତ ଶ୍ରଦ୍ଧାଳୁ,ଭକ୍ତ ଏବଂ ମନ୍ଦିର କମିଟିର ସଦସ୍ୟମାନେ ଉଚ୍ଚ ପ୍ରଶଂସା କରିଥିଲେ l ନୀତି,ନିୟମ ବିଷୟରେ ଶୁଣିଵା ପରେ କମିଟିର ସଭାପତି ରବୀନ୍ଦ୍ର କୁମାର ପ୍ରଧାନ,ବିପିନ ବିହାରୀ ଦୋରା,କାଶୀନାଥ ରାଉତ,ପୂର୍ଣ୍ଣ ଚନ୍ଦ୍ର ରାଉତ,ପୂଜକ ରଞ୍ଜନ କୁମାର ନନ୍ଦଙ୍କ ଉପସ୍ଥିତ ରେ “ମୋ ପରିବାର”କୁ ସମ୍ବର୍ଦ୍ଧିତ କରିଥିଵା ପ୍ରତିଷ୍ଠାତା ଆଇନଜୀବୀ ଶୁଭେନ୍ଦ୍ର ଶତପଥୀ ସୂଚନା ଦେଇଛନ୍ତି l

No Result
View All Result