No Result
View All Result
୨୨ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଆର,ଉଉଦୟଗିରି :- ଗଜପତି ଜିଲ୍ଲା ଅଡବା ଥାନାର ଚଡଙ୍ଗପୁର ପଞ୍ଚାୟତର ପାଲକୁଆ ଅଞ୍ଚଳକୁ ଗଞ୍ଜେଇ ଧରପଗଡ ପାଇଁ ଯାଇଥିବା ପୁଲିସକୁ ହଟହଟା ହେବାକୁ ପଡିଥିଲା । ଆର,ଉଦୟଗିରି ଏସ୍ଡିପିଓ ଅଶ୍ବିନୀ ନାୟକଙ୍କ ନେତୃତ୍ବରେ ଯାଇଥିବା ପୁଲିସର ଏକ ଟିମ୍କୁ ଗ୍ରାମବାସୀ ଘେରିଯାଇଥିଲେ । ପୁଲିସବାହିନୀକୁ ବହୁ ସମୟ ଧରି ଅଟକ ରଖିଥିଲେ ।
ଏପରିକି ତିନିଶହରୁ ଚିରିଶହ ପୁରୁଷ ଓ ମହିଳା ପୁଲିସକୁ ଚାରିପଟୁ ଘେରିଯାଇ ସେମାନଙ୍କ ମୋବାଇଲ୍ ଓ ବନ୍ଧକ ଛଡାଇ ରଖିଥିଲେ । ଏସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ଏସ୍ପି ସ୍ବାତୀ ଏସ୍. କୁମାର ପହଞ୍ଚି ସ୍ଥାନୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିବା ପରେ ବିବାଦର ସମାଧାନ ହୋଇଥିଲା । ପୁଲିସକୁ ଗ୍ରାମବାସୀ ମୋବାଇଲ୍ ଏବଂ ବନ୍ଧୁକ ଫେରିଇବା ସହ ଛାଡିଥିଲେ । ଏହି ଅଞ୍ଚଳରେ ଏକ ଘରେ ଗଞ୍ଜେଇ ଥିବା ଖବରପାଇ ଏହି ଚଢାଉ କରିଥିଲେ ।

No Result
View All Result