No Result
View All Result
୨୨ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ନିଆଳି :- କଟକ ଜିଲ୍ଲା ଅନ୍ତର୍ଗତ ନିଆଳି ସ୍ଥିତ ମାଘ ସପ୍ତମୀ ପଡିଆରେ ଅନୁଷ୍ଠିତ ପ୍ରସିଦ୍ଧ ନିଆଳି ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି । ଏହାକୁ ଜଗତସିଂହପୁର ଲୋକସଭା ସାଂସଦ ଡ଼କ୍ଟର ରାଜଶ୍ରୀ ମଲ୍ଲିକ ପ୍ରଦୀପ ଜାଳି ଉଦ୍ଘାଟନ କରିଥିଲେ । ଏହି ଉତ୍ସବରେ ବିଧାୟକ ଡକ୍ଟର ପ୍ରୋଫେସର ପ୍ରମୋଦ କୁମାର ମଲ୍ଲିକ ସଭାପତିତୋ କରିଥିଲାବେଳେ ଏଥିରେ ଅନୁଷ୍ଠାନର ଉପ ସଭାପତି ଆଦିତ୍ୟ ପାଣି, ଜିଲ୍ଲାପରିଷଦ ଅଧ୍ୟକ୍ଷ କିଶୋର ମିଶ୍ର, ସରପଞ୍ଚ ବବିତା ରାଣୀ ବେହେରା,ଜିଲ୍ଲାପରିଷଦ ସଭ୍ୟ ଦେବାଶିଷ ଷଡ଼ଙ୍ଗୀ, ପୀୟୂଷ ମିଶ୍ର ପ୍ରମୁଖ ବହୁ ବ୍ୟକ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ଏହି ଅବସରରେ କଳାକାରଙ୍କ ଦ୍ଵାରା ସାରଳା ଓ ରଣପା ନୃତ୍ୟ ପରିବେଷଣ ହୋଇଥିଲା । ଏଥି ସହ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଚିତ୍ତାକର୍ଷକ ସମ୍ବଲପୁରୀ ନୃତ୍ୟ , ହାସ୍ୟ ଅଭିନେତା ବ୍ରଜ ଭାଇଙ୍କ ପକ୍ଷରୁ ଭରପୁର ହାସ୍ୟ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସେହି ପରି କଣ୍ଠ ଶିଳ୍ପୀ ସମ୍ବିତ ଓ ପ୍ରିତିରେଖାଙ୍କ ସଂଗୀତ ମୂର୍ଚ୍ଚନା ଉପସ୍ଥିତ ଦର୍ଶକଙ୍କୁ ମନ ମୁଗ୍ଧ କରିଥିଲା, ନିଆଳିର ଏହି ମହୋତ୍ସବ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ମହୋତ୍ସବରେ ବିଭିନ୍ନ ପ୍ରକାରର ଦୋକାନ ବଜାର ସମେତ ଦୋଳି ଖେଳ, ମିନାବଜାର, ଏବଂ ମିଶନ ଶକ୍ତି ଦ୍ୱାରା ବିଭିନ୍ନ ଷ୍ଟଲ୍ମ ମାନ ଖୋଲା ଯାଇଛି।

No Result
View All Result