No Result
View All Result
୨୧ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) କଟକ :-> କଟକ ମହାନଗର ନିଗମ ( ସିଏମସି ) ୫୯ ନମ୍ବର ୱ।ର୍ଡ଼ ରେ ଆଜି ଆମ ଓଡ଼ିଶା ନବୀନ ଓଡିଶା ସହରାଞ୍ଚଳ ପକ୍ଷରୁ ବସ୍ତି ବାସିନ୍ଦାଙ୍କ ବିକାଶ ରାଜ୍ୟ ସରକାରଙ୍କ ସଂକଳ୍ପ , ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସିଓ ସୁନିତା ସାହୁ , ସମାଜସେବୀ ଞାନରଞନ ସାହୁ, ପ୍ରକାଶ କୁମାର ବେହେରା, ପିୟୁଷ ମହାପାତ୍ର ,ପବିତ୍ର କୁମାର ବେହେରା, ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଜରିଆରେ, ମୁଖ୍ୟମନ୍ତ୍ରୀ ସହରାଞ୍ଚଳର ବସ୍ତିବାସିନ୍ଦାଙ୍କ ବିକାଶ ପାଇଁ ଜାଗା ମିଶନରେ ଅନ୍ତର୍ଭୁକ୍ତ ହୋଇଥିବା ଭୂମିହୀନ ଲୋକ ମାନଙ୍କୁ ଘର ଏବଂ ଭୂମି ପ୍ରମାଣ ପତ୍ର ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ଏହା ସହିତ ଖୁବଶୀଘ୍ର ପର୍ଯ୍ୟାୟ କ୍ରମେ ବସ୍ତି ବାସିନ୍ଦାଙ୍କୁ ପ୍ରମାଣ ପତ୍ର ଯୋଗାଇ ଦିଆଯିବ ।

ପିଲାମାନଙ୍କ ମଧ୍ୟରେ ଲୁଚି ରହିଥିବା ବିଭିନ୍ନ କଳା ପ୍ରତିଭା କୁ ଲୋକ ଲୋଚନକୁ ଆଣିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଯାହା ଫଳରେ ଲୁଚି ରହିଥିବା କଳାର ବିକାଶ ହୋଇପାରିବ । ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ଯେମିତି ଲୋକଙ୍କ ପାଖରେ ପହଞ୍ଚି ପାରିବ ସେନେଇ ଆୟୋଜିତ କାର୍ଯ୍ୟକ୍ରମ ରେ ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ମୁରୁଜ ପ୍ରତିଯୋଗିତା,

ପିଲାମାନଙ୍କୁ ନେଇ ଚିତ୍ରାଅଙ୍କନ ଆଦି କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଥିବା ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରଷ୍କାର ପ୍ରଦାନ କରି ଥିଲେ । ଦୀପକ ସାହୁ, ଜବୀର ସା, ପିୟୁ ରଞ୍ଜନ ମହାପାତ୍ର, ସୁଜାତା ପ୍ରଧାନ, ଡ଼ଲି ସାହୁ, ବିଭିନ୍ନ ବସ୍ତିର ସଭାପତି, ସଂପାଦକ, ଜଳସାଥୀ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


No Result
View All Result