No Result
View All Result
୨୧ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ପୁରୀ :-> ଏଠାକାର ସର୍କିଟ ହାଉସ ଠାରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟ ସାମାଜିକ ସୁରକ୍ଷା, ଭିନ୍ନକ୍ଷମ କଲ୍ୟାଣ, ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଏବଂ ସରକାରୀ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା,

ପୁରୀର ପୁରୁଣା ସଦର ଥାନା ଅଂଚଳର ନିବାସୀ ସ୍ବର୍ଗତଃ ପ୍ରଫେସର ସୁବୋଧ ନନ୍ଦ ପରିବାର ଙ୍କ ତରଫରୁ ଦାନ କରାଯାଇଥିବା ସ୍ୱର୍ଗରଥ କୁ ଫିତା କାଟି ଶୁଭ ଉଦଘାଟନ କରିଛନ୍ତି । ଏହି ଅତ୍ୟାଧୁନିକ ଗାଡି ଶବଦାହ ସ୍ଥଳକୁ ମୃତ ବ୍ୟକ୍ତି ମାନଙ୍କୁ ପରିବହନ କରିବା କାର୍ଯ୍ୟରେ ସରକାର ଙ୍କ ଦ୍ଵାରା ନିୟୋଜିତ ହେବ ।

ସମଗ୍ର ପୁରୀବାସୀ ଏହି ସେବାର ଲାଭ ପାଇ ପାରିବେ ବୋଲି ଜଣାଯାଇଛି। ନନ୍ଦ ପରିବାର ତରଫରୁ ଗୁଜୁରାଟ ର ଅଵସର ପ୍ରାପ୍ତ ଆଇ.ଏ.ଏସ ଡ଼ଃ ସୁଦୀପ କୁମାର ନନ୍ଦ ଏବଂ ତାଙ୍କର ତିନି ଭଉଣୀ ନୀଳିମା କର, ଇଲିମା କର ଓ ଡ଼ଃ ସିଲିମା ନନ୍ଦ, ସେମାନଙ୍କର ମାତା ସ୍ବର୍ଗତଃ ତିଳୋତ୍ତମା ନନ୍ଦ ଙ୍କର ପବିତ୍ର ସ୍ମୃତି ଉଦ୍ଦେଶ୍ୟ ରେ ଏହି ସ୍ୱର୍ଗରଥ କୁ ଉତ୍ସର୍ଗ କରିଛନ୍ତି ।

ସ୍ବର୍ଗତଃ ତିଳୋତ୍ତମା ନନ୍ଦ ଏକାଧାରରେ ଜଣେ ଅଗ୍ରଣୀ ସମାଜସେବୀ,ସୁସାହିତ୍ୟିକ, ସୁନାମଧନ୍ୟ ନାରୀନେତ୍ରୀ, ଜ୍ୟୋତିଷ ଶାସ୍ତ୍ର ବିଶାରଦ, ପରୋପକାରୀ ଏବଂ ଧର୍ମପରାୟଣ ମହିଳା ଥିଲେ ।ଏହି ମହିୟସୀ ମନିଷୀ ଦୀର୍ଘ ଦିନ ଧରି ପୁରୀ ନାରୀ ସେବା ସଙ୍ଘର ମୁଖ୍ୟ ସମ୍ପାଦିକା ଭାବରେ କାର୍ଯ୍ୟ କରିଥିଲେ ।

ତିଳୋତ୍ତମା ନନ୍ଦ ଙ୍କର ପିତା ସ୍ଵର୍ଗତଃ ଜଗନ୍ନାଥ ମିଶ୍ର ଆଇ.ସି.ଏସ ଅଧିକାରୀ ଭାବରେ ହୀରାକୁଦ ବନ୍ଧ ନିର୍ମାଣ ରେ ଉଲ୍ଲେଖଯୋଗ୍ୟ ଭୂମିକା ଗ୍ରହଣ କରିଥିଲେ ଏବଂ ପତି ବିଶିଷ୍ଟ ଶିକ୍ଷାଵିତ ଡ଼ଃ ସୁବୋଧ ନନ୍ଦ ଥିଲେ । ସ୍ୱର୍ଗରଥକୁ ସ୍ୱର୍ଗଦ୍ୱାର ଟ୍ରଷ୍ଟ କୁ ହସ୍ତାନ୍ତରୀକରଣ କରାଯିବା ସମାରୋହରେ ନନ୍ଦ ପରିବାର ପକ୍ଷରୁ ନୀଳିମା କର ଉପସ୍ଥିତ ଥିଲେ ।

ଶ୍ରୀମତୀ କର ଏବଂ ଗୁଜୁରାଟରେ ଅବସ୍ଥାପିତ ଉଦ୍ୟୋଗପତି ଓ ସମାଜସେବୀ ବଦ୍ରୀ ମହାପାତ୍ର, ଏହି ଅବସରରେ ସ୍ୱର୍ଗରଥକୁ ଜିଲ୍ଲାପାଳ ବିଜୟ ଦାସ ଙ୍କୁ ସମର୍ପଣ କରିଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ ଶିଳ୍ପଦ୍ୟୋଗୀ ଆଶିଷ କୁମାର ସାମଲ ସ୍ୱର୍ଗରଥ ନିର୍ମାଣ ରେ ସହଯୋଗ କରିଛନ୍ତି ।ସ୍ୱର୍ଗରଥର ସଦୁପଯୋଗ ହେବାରେ ସମଗ୍ର ପୁରୀବାସୀ ସାହାଯ୍ୟ ଓ ସହଯୋଗ ପ୍ରଦାନ କରିବାକୁ, ଡ଼ଃ ସୁଦୀପ କୁମାର ନନ୍ଦ ନିବେଦନ କରିଛନ୍ତି ।

No Result
View All Result