ମୁଖ୍ୟମନ୍ତ୍ରୀଙ୍କ ଵିକାଶମୂଳକ ଯୋଜନା ଦ୍ୱାରା ବିଦ୍ୟାଳୟଗୁଡ଼ିକର ରୂପାନ୍ତରୀକରଣ କରାଯିବା ସହିତ,ଗମନାଗମନରେ ସୁବିଧା ,ପାନୀୟଜଳ ସୁବିଧା , ଧାର୍ମିକ ସ୍ଥଳୀ ରୂପାନ୍ତରୀକରଣ, ବ୍ୟାଙ୍କିଙ୍ଗ ଭିତିଭୂମିର ବିକାଶ ଆଦି ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସଫଳ ରୂପାୟନ ହୋଇପାରିଛି, ଆମେ ଏହି ପଂଚାୟତରେ ଆହୁରି ଅଧିକରୁ ଅଧିକ ବିକାଶମୂଳକ କାର୍ଯ୍ୟ କରିବା ପାଇଁ ହାତରେ ହାତ ମିଶାଇ ଏକଜୁଟ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାର
ବୋଲି ବିଧାୟକ ପ୍ରତାପ ଜେନା ପ୍ରକାଶ କରିଥିଲେ l ପଞ୍ଚାୟତର ଵିକାଶ ପାଇଁ ପଞ୍ଚାୟତବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ ସରପଞ୍ଚ, ସମିତି ସଭ୍ୟ ଓ ସଭ୍ୟା ଙ୍କ ସମେତ ବହୁ ବିଜୁ ଜନତା ଦଳ ନେତୃବୃନ୍ଦ,
ଗ୍ରାମବାସୀ, ଏସଏଚଜିମହିଳା ମାନେ ଯୋଗଦାନ କରିଥିଲେ ଶେଷରେ ବିଧାୟକ ଶ୍ରୀ ଜେନା । ବରିଷ୍ଠ ନାଗରିକ ମାନଙ୍କୁ ଉତ୍ତରୀୟ ପ୍ରଦାନ ଓ ରାସନ କାର୍ଡ ଧରିଙ୍କୁ ଏକ ହଜାର ଟଙ୍କା ଓ ଦୁଇଟି ବ୍ୟାଗ ପ୍ରଦାନ କରିଥିଲେ l ପରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ପାଲା ଗାୟକ ମାନଙ୍କ ଦ୍ଵାରା ବାଦୀ ପାଲା ନୃତ୍ୟ ପରିବେଷଣ କରାଯାଇଥିଲା ।

© 2023 Odisha Taza News.