୧୮ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ବାଲୁଗାଁ :- ବାଲୁଗାଁ ସ୍ଥିତ ୧୧ ନମ୍ବର ୱାର୍ଡର ସରଳାପଦର ଗ୍ରାମ ଠାରେ ଶନିବାର ସନ୍ଧ୍ୟାରେ ମା ଉତ୍ତରାୟଣୀ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଫ୍ଲଡ ଲାଇଟ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା,ସାଂସଦ ପ୍ରତିନିଧି ତଥା ବାଣପୁର ବ୍ଲକ ପୂର୍ବତନ ଅଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ ଏବଂ ବାଲୁଗାଁ ଏନ ଏ ସି ଅଧ୍ୟକ୍ଷା ଙ୍କ ପ୍ରତିନିଧି ସନ୍ତୋଷ ପାଇକରାୟ ଯୋଗ ଦେଇ ଟୁର୍ନାମେଣ୍ଟ କୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ୬ ଓଭର ବିଶିଷ୍ଟ ଏହି ଟୁର୍ନାମେଣ୍ଟ ରେ ମୋଟ ୧୬ ଗୋଟି ଟିମ ଅଂଶଗ୍ରହଣ କରିଥିଲେ l
ଫାଇନାଲ ମ୍ୟାଚ ରେ ବଉଳାବନ୍ଧ ଟିମ ଟସ ଜିଣି ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୬ ଓଭର ରେ ୫ ଉଇକେଟ ହରାଇ ୭୨ ରନ ସଂଗ୍ରହ କରିଥିଲେ l ଏହାର ଜବାବରେ ପ୍ରତିପକ୍ଷ ଛୋଟରାୟପୁର ୬ ଉଇକେଟ ହରାଇ ୫୮ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ l ଚମ୍ପିୟାନ ବଉଳାବନ୍ଧ ଟିମ କୁ ଟ୍ରଫି ସହ ନଗଦ ୧୩ହଜାର ଏବଂ ରନର୍ସ ଟିମ କୁ ଟ୍ରଫି ସହ ୯ ହଜାର ଟଙ୍କା ଅତିଥି ମାନେ ପୁରସ୍କୃତ କରିଥିଲେ l ମ୍ୟାଚ ପରିଚାଳନା କରିଥିଲେ ଶଙ୍କର ନାୟକ, ଅଭିଷେକ ପଟ୍ଟନାୟକ, ଦୀପକ ଜେନା ଏବଂ ଅରବିନ୍ଦ ସ୍ୱାଇଁ l ଆୟୋଜକ ଉତ୍ତରାୟଣୀ କ୍ଲବ ର ସମସ୍ତ ସଦସ୍ୟ ଏହି ଟୁର୍ନାମେଣ୍ଟ କୁ ଶୃଙ୍ଖଳିତ ଭାବେ ପରିଚାଳନା କରିଥିଲେ l

© 2023 Odisha Taza News.