• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଦିଲ୍ଲୀ ର ହାଉଜଖାସ ଜଗନ୍ନାଥ ମନ୍ଦିର ର ପ୍ରତିଷ୍ଠା ଦିବସ ପାଳନ

Proprietor Abhimanyu Maharana by Proprietor Abhimanyu Maharana
February 16, 2024
in ଓଡ଼ିଶା, ଦେଶ, ମନୋରଞ୍ଜନ, ମହାନଗର, ଶିକ୍ଷା ଓ ନିଯୁକ୍ତି, ସୁନ୍ଦରଗଡ଼, ହୋମ୍
0
ଦିଲ୍ଲୀ ର ହାଉଜଖାସ ଜଗନ୍ନାଥ ମନ୍ଦିର ର ପ୍ରତିଷ୍ଠା ଦିବସ ପାଳନ
Share on FacebookShare on TwitterWhatsapp

୧୫ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ନୂଆଦିଲ୍ଲୀ :-> ନୂଆଦିଲ୍ଲୀର ହାଉଜଖାସ ସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ରର ପ୍ରମୁଖ ଜଗନ୍ନାଥ ମନ୍ଦିର ର ୪୬ତମ ପ୍ରତିଷ୍ଠା ଦିବସ ମହାସମାରୋହ ରେ ପାଳନ କରାଯାଇଛି।ତିନିଦିନ ଧରି ଅନୁଷ୍ଠିତ ଏହି ମହୋତ୍ସବ ରେ ସହସ୍ରାଧିକ ଓଡ଼ିଆ ଓ ଅଣଓଡ଼ିଆ ଭକ୍ତ ସେମାନଙ୍କର ପରିବାର ବର୍ଗ, ବନ୍ଧୁବାନ୍ଧବ ଓ ପରିଜନଙ୍କ ସହିତ ସାମିଲ ହୋଇଥିବାର ଦେଖା ଯାଇଥିଲା ।

ଏହି ଉପଲକ୍ଷେ ମନ୍ଦିର ର ପରିସରକୁ ଖୁବ ଭବ୍ୟ ଢଙ୍ଗରେ ରଙ୍ଗବେରଙ୍ଗ ର ଫୁଲ ଏବଂ ନାନା କିସମର ଆଲୋକମାଳାରେ ସଜ୍ଜା ଯାଇଥିଲା।ତିନିଦିନର ପ୍ରତିଷ୍ଠା ଉତ୍ସବ, ଗତ ୧୨ ତାରିଖ ସନ୍ଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରୁ ଆରମ୍ଭ ହୋଇ ୧୪ତାରିଖ ରେ ସରସ୍ୱତୀ ପୂଜାର ଶୁଭ ଅବସରରେ ସମାପ୍ତ ଘଟିଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ଦିବ୍ୟ ମନ୍ଦିର ର ସଂସ୍ଥାପନା ୧୯୭୯ ମସିହାର ସରସ୍ୱତୀ ପୂଜା ତିଥିରେ ହୋଇଥିଲା।

ଗତ ୧୪ ତାରିଖ ବସନ୍ତ ପଞ୍ଚମୀ ର ଶୁଭ ଦିନରେ ପ୍ରତିଷ୍ଠା ଦିବସ ର ମୁଖ୍ୟ ଉତ୍ସବ ବୈଦିକ ନୀତି କ୍ରମେ ସମ୍ପନ୍ନ କରାଯାଇଥିଲା। ସେଦିନ ସକାଳ ୧୦ଟା ସମୟରେ ମନ୍ଦିର ର ରତ୍ନ ସିଂହାସନରେ ବିରାଜମାନ ଚାରିଠାକୁର ଜଗତର ନାଥ ଶ୍ରୀଜଗନ୍ନାଥ, ବଡଭାଇ ଶ୍ରୀବଳଭଦ୍ର,ଦେବୀ ସୁଭଦ୍ରା ଓ ପ୍ରଭୁ ସୁଦର୍ଶନ ଙ୍କର ପୂଜାର୍ଚ୍ଚନା ଓ ନୀତିକାନ୍ତି ବିଧି ମୁତାବକ ଅନୁଷ୍ଠିତ ହୋଇଥିଲା । ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କ ଦ୍ୱାରା ଶଙ୍ଖ, ଘଣ୍ଟ, କରତାଳ, ମୃଦଳ, ଝାଞ୍ଜ ଓ ମୃଦଙ୍ଗ ବାଜଣାର ଘନ ଘନ ନାଦ ତଥା ହରିବୋଲ, ହୁଳହୁଳି ଏବଂ ଜୟ ଜଗନ୍ନାଥ ଧ୍ୱନୀରେ ସମଗ୍ର ଗଗନ ପବନ ପ୍ରକମ୍ପିତ ହୋଇ ଉଠିଥିଲା ।

ମଧ୍ୟାହ୍ନ ୧୧ଟା ସମୟରେ ମନ୍ଦିର ସମ୍ମୁଖରେ ହୋମଯଜ୍ଞ ଆରମ୍ଭ କରାଯାଇଥିଲା। ଅପରାହ୍ନ ୪ଟା ବେଳେ ନାମଯଜ୍ଞର ପୂର୍ଣ୍ଣାହୁତି ଦିଆ ଯାଇଥିଲା।ଏଠାରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ବିଧାୟକ ସୋମନାଥ ଭାରତୀ ଯୋଗ ଦେଇଥିଲେ।ଏହି ଅବସରରେ ଶ୍ରୀ ଭାରତୀ ମନ୍ଦିର ସମ୍ମୁଖସ୍ଥ ବିଦ୍ୟୁତ ତାରର ଭୂତଳ ସରବରାହ ବ୍ୟବସ୍ଥା କୁ ଶୁଭ ପ୍ରଦାନ କରିଥିଲେ।

ସମଗ୍ର ପରିବେଶ ବେଶ ଭକ୍ତିପୂତ ହେବା ସାଙ୍ଗକୁ ଶ୍ରଦ୍ଧାଳୁ ମାନେ ଚତୁର୍ଦ୍ଧା ମୂର୍ତ୍ତି ଙ୍କର ଦର୍ଶନ କରି ଅପୁର୍ବ ଆଧ୍ୟାତ୍ମିକ ଉଛ୍ୱାସ ଏବଂ ଅଲୌକିକ ଐଶ୍ୱରୀୟ ଆନନ୍ଦ ଉପଲବଦ୍ଧି କରିବା ର ବିରଳ ଦୃଶ୍ୟ ବେଶ ଭାବଦ୍ଦୀପକ ଓ ମର୍ମସ୍ପର୍ଶୀ ଥିଲା । ପ୍ରତିଷ୍ଠା ଦିବସ ଉପଲକ୍ଷେ ଭୁବନେଶ୍ୱର ର ସଂସ୍କୃତିକ ଅନୁଷ୍ଠାନ କଳାଶ୍ରମ ଏବଂ ନୀଳାଚଳ ସେବାସଂଘ ର ମିଳିତ ସହଯୋଗ ରେ ମନ୍ଦିର ପରିସରରେ ଆୟୋଜିତ ତିନି ଦିନିଆ ଗୁରୁକୃପା ଉତ୍ସବ-୨୦୨୩-୨୪ ଅବସରରେ ବହୁ ବିଶିଷ୍ଟ କଳାକାର ସେମାନଙ୍କର ସୃଜନଶୀଳ ପ୍ରତିଭା ଓ ପାରଦର୍ଶିତା ର ଚତୁର୍ଯ୍ୟ ପ୍ରଦର୍ଶନ କରି ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ।

ପ୍ରତ୍ୟେକ ସନ୍ଧ୍ୟା ର କାର୍ଯ୍ୟକ୍ରମ ସୁନାମଧନ୍ୟ ସଙ୍ଗୀତଜ୍ଞ ଗୁରୁ ପ୍ରଶାନ୍ତ କୁମାର ବେହେରା ଓ ସାଥିଙ୍କ ଦ୍ୱାରା ସୁମଧୁର ଜଗନ୍ନାଥ ଭଜନ ପରିବେଷଣ ରୁ ଆରମ୍ଭ ହୋଇଥିଲା।ଗୁରୁ ଶ୍ରୀ ବେହେରା ଙ୍କ ସହିତ ଗାୟନରେ ତନୁଶ୍ରୀ ତ୍ରିପାଠୀ, ରିତୀକା ଖାରେ,କିବୋର୍ଡ ରେ ସୁବୋଧ ନାରାୟଣ ପାଢ଼ୀ ଏବଂ ତବଲା ରେ ପ୍ରଦୀପ ମହାରଣା ସହଯୋଗ କରିଥିଲେ। ଗୁରୁକୃପା ଉତ୍ସବ ର ଅନ୍ୟାନ୍ୟ ବିଶେଷ ଆକର୍ଷଣ ମଧ୍ୟରେ କୋଲକତା ର ରିଂପା ସିବା ଙ୍କର ତବଲା ବାଦନ,

ନୃତ୍ୟାଳୟ ଦ୍ୱାରା ଓଡ଼ିଶୀ ଗୋଷ୍ଠୀ ନୃତ୍ୟ ‘ନୀଳାଦ୍ରି ନାଥ’ ଓ ‘ବାଳଗୋପାଳଷ୍ଟକ’ ତଥା ସମ୍ବଲପୁରୀ ନୃତ୍ୟନାଟିକା ‘ମଥୁରା ଗମନ’ ,ଗୁରୁ ବିଜୟ କୁମାର ଦାଶ ଓ ଶଚିକାନ୍ତ ପ୍ରଧାନଙ୍କ ଓଡିଶୀ ନୃତ୍ୟାଭିନୟ ‘କୈବର୍ତ୍ତ ପ୍ରସଙ୍ଗ’, ଗୁରୁ ରୀଲା ହୋତା ଓ ସୁଦର୍ଶନ ସାହୁ ଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ, ‘ଉଇ ଆର ୱାନ’ ପକ୍ଷରୁ ମଞ୍ଚସ୍ଥ ହୁଇଲ ଚେୟାରରେ ନୃତ୍ୟାଭିନୟ, ଗଣେଶ ବନ୍ଦନା ଓ ଭାଗବତ ଗୀତା ନୃତ୍ୟ ନାଟିକା ,

ଗୁରୁ ବନଶ୍ରୀ ରାଓଙ୍କର ଭାରତ ନାଟ୍ୟମ, ଛଉ, କୁଚୁପୁଡି ଆଦି ନୃତ୍ୟ ସଂରଚନା, ଗୁରୁ ସନାତନ ନାୟକ ଓ ଟ୍ରୁପ ଦ୍ଵାରା ପ୍ରସ୍ତୁତ ସମ୍ବଲପୁରୀ ନୃତ୍ୟ ନାଟିକା ‘ମାନିନୀ’, ଦେବଜାନି ମୀତ୍ର ଓ ବିଟ୍ଟୁ ସରକାର ଫାଉଣ୍ଡେସନଙ୍କ ଦ୍ୱାରା କଥକ ନୃତ୍ୟ, କଳାଶ୍ରମ ର ଗୁରୁ ନିତ୍ୟାନନ୍ଦ ଦାସ ଓ ଗୁରୁ ବିଜୟ କୁମାର ଦାଶ ଙ୍କ ଦ୍ୱାରା ପ୍ରସ୍ତୁତ ‘ହେ ଶଖା’ ନୃତ୍ୟାଭିନୟ, ସୀତାକାନ୍ତ ବେହେରା ଓ ସାଥିଙ୍କ ଦ୍ଵାରା ମଞ୍ଚସ୍ଥ ହାସ୍ୟନାଟକ ‘ପେଟେଣ୍ଟ ମେଡ଼ିସିନ’,

ପତିତପାବନ କଳାନିକେତନ ଦ୍ୱାରା ପରିବେଷିତ ଓଡ଼ିଶୀ ଓ ସମ୍ବଲପୁରୀ ଗୋଷ୍ଠୀ ନୃତ୍ୟ ଏବଂ ଯାତ୍ରା ଜଗତର ପ୍ରସିଦ୍ଧ ତାରକା ଦୈତାରୀ ପଣ୍ଡା ଙ୍କର ଦମଦାର ଅଭିନୟ ଆଦି ଅନ୍ତର୍ଭୂକ୍ତ ଥିଲା। ବିଭିନ୍ନ ଦିବସ ର ସାଂସ୍କୃତିକ ସନ୍ଧ୍ୟାରେ ଅତିଥି ଭାବରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମିନାକ୍ଷୀ ଲେଖୀ, ବରିଷ୍ଠ ପ୍ରଶାସକ ଡ଼ଃ ଅମରେନ୍ଦ୍ର ଖଟୁଆ, ଭି. ଶ୍ରୀନିବାସ, ଡ଼ଃ ନିତିନ ମଦନ,ମହାବୀର ସିଙ୍ଗଭୀ, ଡ଼ଃ.ସରୋଜ କୁମାର ଜେନା,

ରବି ପାଣି ,ବିମଳ ପଣ୍ଡା, ସବିତା ପ୍ରଧାନ ଓ ମୀନା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଇଂଜିନିୟର ଡ଼ଃ ଶ୍ରୀନିବାସ ଘଟୁଆରୀ ସମଗ୍ର କାର୍ଯ୍ୟକ୍ରମ କୁ ସୁଚାରୁ ରୁପେ ସଞ୍ଚାଳନା କରିଥିଲେ। ଗୁରୁକୃପା ଉତ୍ସବ ପରିଚାଳନା କରିବାରେ ରବୀନ୍ଦ୍ର ନାଥ ପ୍ରଧାନ, ଗୁରୁ ନିତ୍ୟାନନ୍ଦ ଦାସ ଏବଂ ବିଜୟ କୁମାର ଦାଶ ପ୍ରମୁଖ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ।

ମନ୍ଦିର ର ପ୍ରତିଷ୍ଠା ଦିବସ ସମାରୋହକୁ ଦକ୍ଷତାର ସହିତ ଆୟୋଜନ ଏବଂ ସଫଳତା ର ସହିତ ସମାପନ କରିବାରେ ମନ୍ଦିର ପରିଚାଳନା କମିଟିର ସଭାପତି ବିଘ୍ନେଶ୍ବର ରାଉତ, ସମ୍ପାଦକ ରବୀନ୍ଦ୍ର ନାଥ ପ୍ରଧାନ ତଥା କର୍ମକର୍ତ୍ତା ବୃନ୍ଦ ଯଥା ଅଶୋକ ପ୍ରଧାନ(କ), କ୍ଷୀରୋଦ ପାତ୍ର,ଗଜେନ୍ଦ୍ର ସାମନ୍ତ, ଅଭିରାମ ସୁତାର, ଅଶୋକ ପ୍ରଧାନ(ଖ), ଅଜୟ ପ୍ରଧାନ,ପଙ୍କଜ ମହାନ୍ତି, ରଙ୍କନିଧି ସାହୁ,

ବିଜୟ ସାହୁ, ଦିଲ୍ଲୀପ କୁମାର ସ୍ବାଇଁ, ଅମୂଲ୍ୟ ଓଝା, ସୁକାନ୍ତ ସାହୁ ଏବଂ ମନ୍ଦିରର ପରିଚାଳକ ରଶ୍ମି ରଞ୍ଜନ ପ୍ରଧାନ,ସହ ପରିଚାଳକ ଶଶୀକାନ୍ତ ସାହୁ, ସଂଜୀଵ ଜେନା ଏବଂ ମନ୍ଦିର ର ପୂଜକ ସନାତନ ପାଢ଼ୀ, ଦେଵବ୍ରତ ମିଶ୍ର, ଜଗବନ୍ଧୁ ଦାଶ, ପ୍ରେମାନନ୍ଦ ଶତପଥି, ସନ୍ତୋଷ ପଣ୍ଡା ଓ ପ୍ରଶାନ୍ତ ଦାଶ ପ୍ରମୁଖଙ୍କର ଭୂମିକା ଉଲ୍ଲେଖଯୋଗ୍ୟ ଥିଲା।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Vigilance Day against Child Marriage on the Occasion of Akshaya Tritiya

ଅକ୍ଷୟ ତୃତୀୟା ଅବସରରେ ବାଲ୍ୟ ବିବାହ ବିରୋଧରେ ସତର୍କତା ଦିବସ ପାଳିତ

April 23, 2026
Vigilance Day against Child Marriage on the Occasion of Akshaya Tritiya

Vigilance Day against Child Marriage on the Occasion of Akshaya Tritiya

April 23, 2026
ଶ୍ରମ କୋଡ ପ୍ରତ୍ଯାହାର ଦାବିରେ ସିଟୁର ବିକ୍ଷୋଭ

ଶ୍ରମ କୋଡ ପ୍ରତ୍ଯାହାର ଦାବିରେ ସିଟୁର ବିକ୍ଷୋଭ

April 23, 2026
କୋଷ୍ଟାଲ ମାରାଥନ ଓଡିଶା ପର୍ଯ୍ୟଟନ କୁ ଅଧିକ ଋଦ୍ଧିମନ୍ତ କରିବ

କୋଷ୍ଟାଲ ମାରାଥନ ଓଡିଶା ପର୍ଯ୍ୟଟନ କୁ ଅଧିକ ଋଦ୍ଧିମନ୍ତ କରିବ

April 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Vigilance Day against Child Marriage on the Occasion of Akshaya Tritiya

ଅକ୍ଷୟ ତୃତୀୟା ଅବସରରେ ବାଲ୍ୟ ବିବାହ ବିରୋଧରେ ସତର୍କତା ଦିବସ ପାଳିତ

April 23, 2026
Vigilance Day against Child Marriage on the Occasion of Akshaya Tritiya

Vigilance Day against Child Marriage on the Occasion of Akshaya Tritiya

April 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version