No Result
View All Result
୧୪ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ବାଲିପାଟଣା :-> ଭୁବନେଶ୍ୱର ଉପକଣ୍ଠ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅନ୍ତର୍ଗତ ବନମାଳୀପୁର ନିକଟ ତ୍ରିବେଣୀ ଘାଟ, ଅନ୍ତ୍ରବେଦି ମଠ ପଡିଆ ଠାରେ ପାଞ୍ଚ ଦିନ ବ୍ୟାପୀ ଅନୁଷ୍ଠିତ ପ୍ରସିଦ୍ଧ ତ୍ରିବେଣୀ ମହୋତ୍ସବ ଶେଷ ସମେତ ହୋଇଯାଇଛି । ଉତ୍ସବର ଶେଷ ଦିବସରେ ଡାଲଖାଇ ନୃତ୍ୟ ଥିଲା ମୁଖ୍ୟ ଆକର୍ଷଣ । ପାଞ୍ଚ ଦିନ ବ୍ୟାପୀ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ହୋଇଥିବା ସମ୍ବଲପୁରୀ ,ଓଡ଼ିଶୀ ନୃତ୍ୟ ସମେତ , ମେଲୋଡି, ଭଜନ ଆଦି ବହୁ ସାଂସ୍କୃତିକ କାର୍ଯକ୍ରମକୁ ହଜାର ହଜାର ଦର୍ଶକ ଉପଭୋଗ କରିଥିଲେ ।

ଚତୁର୍ଥ ସନ୍ଧ୍ୟାରେ ଆମଣାକୁଦ ମଦର ପବ୍ଲିକ ସ୍କୁଲ ଛାତ୍ର ଛାତ୍ରୀଙ୍କ ଦ୍ଵାରା ପରିବେଷିତ ଗୀତ ଗୋବିନ୍ଦ, ଛଉ ନୃତ୍ୟ ଓ ଶ୍ରୀଗଣେଶ ଦେବ ଗୀତ ସୋରରେ ନୃତ୍ୟ ବେଶ୍ ଚିତ୍ତାକର୍ଷକ ଥିଲା । ସେହିପରି ଗୋଟି ପୁଅ ନୃତ୍ୟ, ପାଇକ ଆଖଡ଼ା ଆଦି ପାରମ୍ପାରିକ ନୃତ୍ୟ ପ୍ରତି ଦିନ ସନ୍ଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କରୁଥିଲା । ପ୍ରସିଦ୍ଧ ତ୍ରିବେଣୀ ମେଳା ପ୍ରତିବର୍ଷ ଅମାବାସ୍ୟା ଦିନ ଅନୁଷ୍ଠିତ ହୋଇଥାଏ ।

ବୁଡି ଯାଉଥିବା ଏହି ପ୍ରସିଦ୍ଧ ତ୍ରିବେଣୀ ମେଳାକୁ ପୁର୍ନଜୀବିତ କରିଥିବା ଆମ ସଂଗଠନର ଏ ଭଳି ମହତ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇ ଛି । ସଂଗଠନର ମୁଖ୍ୟ କମଳ କୁମାର ପାତ୍ର ଯୋଗ ଦେଇ ଏହି ଉତ୍ସବକୁ ଉଦ୍ ଯାପନ କରିଥିଲେ ।ଏହି ତ୍ରିବେଣୀ ମହୋତ୍ସବର ଅମାବାସ୍ୟା ଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ବୁଡ ପକାଇବା ସହ ପିତୃ ପୁରୁଷଙ୍କ ଲାଗି ପିଣ୍ଡ ଦାନ କରିଥିଲେ ।

No Result
View All Result