No Result
View All Result
୧୩ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) କଟକ :-> କଟକ ସଦରଥାନା ଫୁଲନଖରା ନିକଟସ୍ଥ ପୁରୁଣା କାଚରାମାଳ ଗ୍ରାମର ଶନିଶ୍ଚର ଯୁବକ ସଂଘ ପକ୍ଷରୁ ଦୁଇ ଦିନିଆ ୧୮ ତମ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଉଦଘାଟିତ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟକୁ ପୁରୁଣା କାଚରାମାଳ ଗ୍ରାମ୍ୟ କମିଟିର ସଭାପତି ଭକ୍ତବନ୍ଧୁ ବରାଳ ଫିତା କାଟି ଉଦଘାଟନ କରିଥିଲେ । ପୂର୍ବତନ କର୍ପୋରେଟର ସୁକାନ୍ତ କୁମାର ଭୋଇ , ଗ୍ରାମ୍ୟ କମିଟିର ବରିଷ୍ଠ କର୍ମକର୍ତ୍ତା ପ୍ରଶାନ୍ତ କୁମାର ମହାନ୍ତି, ବସନ୍ତ କୁମାର ସାହୁ,ସୁଧାକର ସ୍ୱାଇଁ , ରଶ୍ମିରଞ୍ଜନ ମିଶ୍ର, ଯୋଗେନ୍ଦ୍ର ଜେନା,

ଅଜୟ କୁମାର ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଦୁଇ ଦିନ ଧରି ହେବାକୁ ଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ୧୬ ଗୋଟି ଫୁଟବଲ ଟିମ ଅଂଶଗ୍ରହଣ କରିବେ । ଉଦଘାଟନୀ ମାଚ୍ୟ ୪୨ ମୌଜାର ଦେଉଳୀ ଫୁଟବଲ ଟିମ ବନାମ ଗୋବିନ୍ଦପୁର ଅଞ୍ଚଳର ଗେଲପୁର ଫୁଟବଲ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।

ଦେଉଳୀ ଟିମ ଗେଲପୁରକୁ ଗୋଟିଏ ଗୋଲଦେଇ କ୍ୱାଟର ଫାଇନାଲ ମ୍ୟାଚ ଖେଳିବା ସୁଯୋଗ ପାଇଥିଲା । ଏହି ମ୍ୟାଚ କୁ ପରିଚାଳନା କରିଥିଲେ ଶନିଶ୍ଚର ଯୁବକ ସଂଘର ସମସ୍ତ ସଦସ୍ୟ, ଗ୍ରାମର ଯୁବକ ମାନେ । ଏହି ଟୁର୍ଣ୍ଣାମେଣ୍ଟ ଦେଖିବା ପାଇଁ ଆଖପାଖ ଅଞ୍ଚଳର ବହୁ ଲୋକଙ୍କର ସମାଗମ ହୋଇଥିଲା । ବୁଧବାର ଫାଇନାଲ ଖେଳ ଅନୁଷ୍ଠିତ ହେବ ।
No Result
View All Result