ଏହି ପୀଠରେ କାର୍ତ୍ତିକ ପୂର୍ଣ୍ଣିମା, ଅଷ୍ଟମ ପ୍ରହାର ନାମଯଞ ସାଙ୍ଗକୁ ବିଶ୍ୱଶାନନ୍ତି ମହାଯଞ , ଶିବରାତ୍ରି, ଦୋଳଯାତ୍ରା, ରାମ ଚରିତ ମାନସ ଆଦି କାର୍ଯ୍ୟକ୍ରମ ଗ୍ରାମ ବାସୀଙ୍କ ପକ୍ଷରୁ କରାଯାଇ ଆସୁଛି । ଚଳିତ ବର୍ଷ ମଙ୍ଗଳବାର ଠାରୁ ଅଷ୍ଟମ ପ୍ରହର ନାମ ସଂକୀର୍ତ୍ତନ ଆରମ୍ଭ ହୋଇ ଗୁରୁବାର ଶେଷ ହୋଇଥିଲା । ଗୁରୁବାର ମଧ୍ୟାହ୍ନରେ ୧୪ ତମ ବାର୍ଷିକ ବିଶ୍ୱ ଶାନ୍ତି ମହାଯଞ ପାଇଁ କାଠଯୋଡ଼ି ନଦୀରେ ମହିଳା
ପୁରୁଷ ଶ୍ଳଦ୍ଧାଳୁମାନେ କଳସ ବୁଡାଇ ବାଜ ବାଣ ରୋଷଣୀ କରି ଆସି ସ୍ୱପ୍ନେଶ୍ୱର ମହାଦେବଙ୍କ ପୀଠ ସ୍ଥଳୀ ଯଞ ମଣ୍ଡପରେ ପହଞ୍ଚି କଳସ ସ୍ଥାପନ କରିଥିଲେ । ପରେ ପରେ ଅଗ୍ନି ସ୍ଥାପନ, ହୋମ ଯଞ ଆରମ୍ଭ ହୋଇଥିଲା । ଏହି ଉପଲକ୍ଷେ ପ୍ରତି ଦିନ ମାଳିକା ବର୍ଣ୍ଣିତ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ପ୍ରବଚନ ଶୁଣିବା ପାଇଁ ପ୍ରବଳ ଜନ ସ ମାଗମ ହୋଇଥିଲା ।
ରବିବାର ସନ୍ଧ୍ୟାରେ ଯଞର ପୂର୍ଣ୍ଣହୁତି କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା, ଓସିଏର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରା, ରାଜ୍ୟ ମହିଳା ବିଜେଡ଼ିର ସାଧାରଣ ସଂପାଦିକା ପୂର୍ବତନ କର୍ପୋରେଟର ରାଜକୁମାରୀ ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯଞରେ ଯୋଗ ଦେଇଥିଲେ । ମହନ୍ତ ବନମାଳୀ ଦାସ, କୀର୍ତ୍ତି ଚନ୍ଦ୍ର ବିଶୋଇ, ରମାକାନ୍ତ ବିଶୋଇ, ସୋମନାଥ ବିଶୋଇ, ଧିରେନ୍ଦ୍ର ଦଳାଇ,
ଇନ୍ଦ୍ରମଣି ସ୍ୱାଇଁ, ଦତ୍ତହରି ନାୟକ, ଜୟନ୍ତ ବିଶୋଇ, ପ୍ରହଲ୍ଲାଦ ସାହୁ, ବିଚିତ୍ରାନନ୍ଦ ଦାସ, ସଞ୍ଜୟ ବରାଳ,ନାରାୟଣ ଦାସ, ହେମନ୍ତ ପ୍ରଧାନ, ମାନସ ପରିଜା ,ଶିବ ପ୍ରସାଦ ଦାସ,ହେମନ୍ତ ପ୍ରଧାନ, ରଞନ ପ୍ରଧାନ ନାରାୟଣ ବେଉରା ପ୍ରମୁଖ ଗ୍ରାମର ସମସ୍ତ ଯୁବକ ଏବଂ ଗ୍ରାମବାସୀ ଦୀର୍ଘ ୬ ଦିନ ଧରି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ଦିନ ଏବଂ ରାତିରେ ୧୫ ହଜାର ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ଶେବନର ବ୍ୟବସ୍ଥା କରାଯାଇଥିଲା ।

© 2023 Odisha Taza News.