୧୧ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ନୟାଗଡ଼ :- ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ଦିନକୁ ଦିନ ଶକ୍ତିଶାଳୀ ହେଉଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶକୁ ଗ୍ରହଣ କରି ଅନେକ ବିରୋଧି କର୍ମୀ ଓ ନେତା ବିଜେଡିରେ ସାମିଲ ହେଉଛନ୍ତି । ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ଶନିବାର ରାତିରେ ନାଟୁଗାଁ ପଞ୍ଚାୟତ ଅନ୍ତର୍ଗତ ଖେଡ଼ବାରଣା ଗ୍ରାମର ଓ ବାଲୁଗାଁ ପଞ୍ଚାୟତ ଖେଡ଼ପଡା ସ୍କିମ ସାହିର ବିଜେପି ଦଳର ଆଗ ଧାଡ଼ିର ନେତା ଓ କର୍ମୀମାନେ ବିଦ୍ଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ।
ବାଉରୀବନ୍ଧୁ ଜେନା, ଚିରଞ୍ଜିବି ରାଉତ, ବିଜୟ କୁମାର ରାଉତ, ହରିବନ୍ଧୁ ଜେନା, ଦାମୋଦର ପ୍ରଧାନ, ବ୍ରାହ୍ମଚାରୀ ମାଝୀ, ଜୟକୃଷ୍ଣ ପ୍ରଧାନ, ଶାନ୍ତନୁ ପ୍ରଧାନ, କାର୍ତ୍ତିକ ପ୍ରଧାନ, ଅଧିକାରୀ ପ୍ରଧାନ, ଘନଶ୍ୟାମ ପ୍ରଧାନ, ଧର୍ମାନନ୍ଦ ଜେନା, ନବକିଶୋର ବେହେରା ଓ ସଜାନାପଡା ଗ୍ରାମ ପବିତ୍ର ପ୍ରଧାନ ଆଜି ବିଜେଡିରେ ଯୋଗ ଦେଇଛନ୍ତି । ସେହିପରି ବାଲୁଗାଁ ପଞ୍ଚାୟତ ସ୍କିମ ସାହିର ପତିଆ ବିଶ୍ୱାଳ, ଭଗବାନ ଜେନା, ଛବି ଗୁରୁ, ପ୍ରଶାନ୍ତ ପାତ୍ର, ଜିତୁ ମାଝି, ଜଗନ୍ନାଥ ଗୁରୁ, ଅଭିମନ୍ୟୁ ପାତ୍ର, ନବକିଶୋର ପାତ୍ର, ମାନସ ବିଶ୍ୱାଳ, ପ୍ରହଲ୍ଲାଦ ପାତ୍ର, ନିତ୍ୟାନନ୍ଦ ଗୁରୁ, ପ୍ରଦୀପ୍ତ ମୁଦୁଲି, ପ୍ରଫୁଲ୍ଲ ପାତ୍ର ଓ ପ୍ରଦୀପ ଗୁରୁ ପ୍ରମୁଖ ବିଜେଡ଼ିରେ ଯୋଗ ଦେଇଛନ୍ତି ।
ଆଗାମୀ ଦିନରେ ସମସ୍ତେ ଏକତ୍ରିତ ହୋଇ ନାଟୁଗାଁ ଗ୍ରାମ ପଞ୍ଚାୟତ ଓ ବାଲୁଗାଁ ଗ୍ରାମ ପଞ୍ଚାୟତରେ ବିଜେଡିକୁ ଶକ୍ତିଶାଳୀ କରିବା ପାଇଁ ସଂକଳ୍ପ ବଦ୍ଧ । ଏହି ମିଶ୍ରଣ ପର୍ବରେ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସୁବାଷ ଚନ୍ଦ୍ର କଁଅର, ଜିଲ୍ଲା ପରିଷଦ ସରୋଜ କୁମାର ରଣସିଂ, ବାଲୁଗାଁ ସରପଞ୍ଚ ମନୋଜ କୁମାର ନାୟକ, ବିଜେଡ଼ି ଜିଲ୍ଲା ଉପ ସଭାପତି ପଦ୍ମ ଚରଣ ଉଦୟଭାନୁ, ନୟାଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡା, ନାଟୁଗାଁ ପଞ୍ଚାୟତର ସମାଜସେବୀ ଭଗବାନ ଜେନା, ବାଲୁଗାଁର ରାଜକିଶୋର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।

© 2023 Odisha Taza News.