No Result
View All Result
୧୧ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ଖୋରଧା :- ସାଧାରଣ ନିର୍ବାଚନ ଆଉ କେତଟା ମାସ ବାକି ଥିବାବେଳେ ବିଜୁ ଜନତା ଦଳର ଆଶାୟୀ ପ୍ରାର୍ଥୀ ବିଜୁ ମହିଳା ଜନତା ଦଳ ବରିଷ୍ଠ ଉପସଭାପତି ତଥା ପ୍ରାକ୍ତନ ଜିଲ୍ଲା ପରିଷଦ ସଭାପତି ଙ୍କ ତୃଣମୂଳ ସ୍ତର ରୁ ସଂଗଠନ କୁ ମଜଭୁତ କରିବାପାଇ ଦୁଇ ବର୍ଷ ତଳୁ ଖୋରଧା ନିର୍ବାଚନମଣ୍ଡଳୀରେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ସେହି ଆଧାରରେ ଭିନ୍ନ ଭିନ୍ନ ଜୋନ ରେ ସମର୍ଥକ ଙ୍କ ଗହଣରେ ଲୋକ ସମ୍ପର୍କ, ଘରେ ଘରେ ଶଙ୍ଖ ଏବଂ ହୃଦୟଯୋଡ ଯାତ୍ରା କାର୍ଯ୍ୟକ୍ରମ ଚାଲୁ ରହିଅଛି l ସେ କ୍ରମରେ ଆଜି ୯ନଂ ଜୋନ ର ବିଭିନ୍ନ ପଞ୍ଚାୟତ ର ପ୍ରତିଟି ୱାର୍ଡ ରେ ଏକ ବିଶାଳ ବାଇକ ଶୋଭାଯାତ୍ରା ରେ ଶ୍ରୀମତୀ ମହାପାତ୍ର ପହଞ୍ଚି ସରକାର ଙ୍କ ବହୁବିଧ ଯୋଜନା ଓ ତାର କାର୍ଯ୍ୟକାରିତା ସମ୍ପର୍କ ରେ ସମସ୍ତ ଙ୍କୁ ଅବଗତ କରାଇବା ସହ ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଷଷ୍ଠ ଥର ପାଇ ମୁଖ୍ୟମନ୍ତ୍ରୀ ଭାବରେ ଅଭିଶିକ୍ତ କରିବାକୁ ସେ ନିବେଦନ ବାଢିଥିଲେ l
ପ୍ରତିଟି ୱାର୍ଡ ରେ ଶ୍ରୀମତୀ ମହାପାତ୍ର ଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା l ଏହି ଯାତ୍ରା ରେ ନେତୃତ୍ୱ ନେଇଥିଲେ ଯଥା କ୍ରମେ :- ଓଳସିଂହ ଗ୍ରା. ପ. ର କେଦାର ଶ୍ରୀଚନ୍ଦନ, ଲିପୁ ଶ୍ରୀଚନ୍ଦନ, ପ୍ରକାଶ ଭୋଳ ଏବଂ ସତୁରା ସ୍ୱାଇଁ , ଛଣଗିରି ଗ୍ରା. ପ. ର କାର୍ତ୍ତିକ ସାହୁ, ରମେଶ ନାୟକ,ଏବଂ ସୁକେଶ ପରିଡା , ସରପାରି ଗ୍ରା. ପ. ର ଅଶୋକ ସାମନ୍ତସିଂହାର, ରଶ୍ମି ରଞ୍ଜନ ଦାସ ଏବଂ ରବୀନ କୁମାର ସାହୁ , ଅଚ୍ୟୁତପୁର ଗ୍ରା. ପ. ର କେଶବ ରାଉଳ, ମହାଦେବ ମହାପାତ୍ର, ସଂଗ୍ରାମ ସିଂ ଏବଂ ବିକ୍ରମ ସିଂ, କମାଗୁର ଗ୍ରା. ପ. ର ବୀର ପ୍ରଧାନ, ରବୀନ୍ଦ୍ର କୁମାର ସେନାପତି, ବଟୁଆ ପଲେଇ, ବିକାଶ ପଲେଇ ଏବଂ ଶିବ ବଳିୟାରସିଂହ ଟାଙ୍କୋଳ ଗ୍ରା. ପ. ର ମାନସ ରଣସିଂହ, ବିଦ୍ୟାଧର ନାୟକ, ତପନ ପ୍ରଧାନ, ଅନନ୍ତ ସାହୁ, ଅଶ୍ୱିନୀ କୁମାର ବେହେରା ଏବଂ ପଞ୍ଚାନନ ପାତ୍ର l

No Result
View All Result