ଭୁବନେଶ୍ୱର ମେୟର ସୁଲୋଚନା ଦାସ, ବିଧାୟକ ଅନନ୍ତ ନାରାୟଣ ଜେନା, ମୋ କଲେଜର ଅଧକ୍ଷ ତଥା ପ୍ରଖ୍ୟାତ ତାରକା ଆକାଶ ଦାସ ନାୟକ, ଜାତୀୟ ସାମ୍ୱାଦିକ ସଂଘର ଅଶୋକ ମଲିକ, ମହାସଚିବ ସୁରେଶ ଶର୍ମା ପ୍ରମୁଖ ସଂମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମାଜ ଗଠନ ପାଇଁ ସାମ୍ବାଦିକମାନଙ୍କର ସେବା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିବା ସହ ସଠିକ ଖବର ପରିବେଷଣ ଉପରେ ସମସ୍ତ ସାମ୍ବାଦିକ ଗୁରୁତ୍ୱ ଦେବା ପାଇଁ ସମସ୍ତେ ଆୱାନ କରିଥିଲେ. ଏହି ଅବସରରେ ଗଜପତି ଶାଖାର ସଭାପତି ଗରୁଡ଼ଧ୍ଵଜ ଚୌଧୁରୀ ଏଵଂ ସାଧାରଣ ସଂପାଦକ ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସମ୍ବର୍ଦ୍ଧନା ସ୍ୱରୂପ ଉପଢୌକନ ଓ ଟ୍ରଫି “ମୋ କଲେଜ” ଅଧକ୍ଷ ତଥା ପ୍ରଖ୍ୟାତ ଅଭିନେତା ଆକାଶ ଦାସ ନାୟକ ପ୍ରଦାନ କରିଥିଲେ. ଏହି ଅଧିବେଶନରେ ବିଭିନ୍ନ କ୍ଷେତ୍ରରେ ଉଲେଖନୀୟ ଅବଦାନ ଗ୍ରହଣ କରିଥିବା କିଛି ବ୍ୟକ୍ତି ବିଶେଷଙ୍କ ସହ ଓଡିଶାର ବହୁ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା

© 2023 Odisha Taza News.