୧୦ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ପାଟଣାଗଡ଼ :- କୂଅ ଭିତରୁ ଯୁବକର ମୃତ ଦେହ ଉଦ୍ଧାର |ବାରିପଟେ ଥିବା କୂଅ ରୁ ଯୁବକ ର ମୃତ୍ୟୁ ଦେହ ଉଦ୍ଧାର କରିଛି ଲରମ୍ବା ପୁଲିସ |ତେବେ ତାକୁ ହତ୍ୟା କରି କୂଅ ରେ ଭିଙ୍ଗି ଦେଇଥିବା ଅଭିଯୋଗ କରୁଛନ୍ତି ମୃତକ ର ସ୍ତ୍ରୀ |ପୂର୍ବ ଶତ୍ରୁତାରୁ ଗାଁର ୪ଜଣ ବ୍ୟକ୍ତି ଏମିତି କାମ କରିଥିବା ସେ କହିଛନ୍ତି |ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପାଟଣାଗଡ଼ ଲରମ୍ଭା ଥାନା ଫଟାମୁଣ୍ଡା ଗାଁରେ |ଗାଁର ଉଜ୍ୱଳ ବରିହା ଙ୍କ ମୃତ୍ୟୁ ଦେହ ବାରିପଟେ ଥିବା କୂଅ ରୁ ଉଦ୍ଧାର କରିଛି ପୁଲିସ |ତେବେ ସେ ଗତ ୭ ତାରିଖ ରୁ ନିଖୋଜ ଥିଲେ |ନିକଟ ଖୁଣ୍ଟସମଲେଇ ଗାଁର ଏକ ବାହାଘର କୁ ଯୋଗଦାନ କରିବାକୁ ଯାଇ ସେ ଆଉ ଘର କୁ ଫେରିନ ଥିଲେ |
ଏନେଇ ପରିବାର ଲୋକ ଥାନାରେ ଲିଖିତ ଅଭିଯୋଗ ପରେ କିଛି ଜଣାପଡ଼ିନଥିଲା |ଆଜି ତାଙ୍କ ମୃତ୍ୟୁ ଦେହ ଗାଁରେ ଥିବା ବିରାଟ ସାହୁ ଙ୍କ କୂଅ ରୁ ଉଦ୍ଧାର ହୋଉଛି |ପୁଲିସ ଶବ ଉଦ୍ଧାର କରି ତଦନ୍ତ କରିଥିବା ବେଳେ ଅଧିକ ପାଇଁ ବଲାଙ୍ଗୀର ରୁ ସାଇଣ୍ଟିକଫିକ ଟିମ କୁ ଆସୁଛନ୍ତି |ତେବେ ପୁରା ତଦନ୍ତ ପରେ ହିଁ ଘଟଣା ର ସତ୍ୟାସତ୍ୟ ଜଣାପଡିବ | ଅନ୍ୟପଟେ ମୃତକ ଉଜ୍ଜଳ ଙ୍କ ସ୍ତ୍ରୀ ମହନୀ ବରିହା ମୋର ସ୍ବାମୀ ଙ୍କୁ ହତ୍ୟା କରି କୁଅ ରେ ପକାଇ ଦେଇଛନ୍ତି ବୋଲି ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୁକ୍ତୁ ମାନଙ୍କୁ ତୁରନ୍ତ ଗିରଫ କରିବାକୁ ସେ ଦାବି କରିଛନ୍ତି ।

© 2023 Odisha Taza News.