No Result
View All Result
୧୦ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ହିଞ୍ଜିଳିକାଟୁ :- ହିଞ୍ଜିଳି ଥାନା କଣ୍ଟେଇକୋଳି ଗ୍ରାମରେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ସହ ଅଧିକ ଯୌତୁକ ପାଇଁ ଗଣ୍ଡଗୋଳ ନେଇ ପତ୍ନୀକୁ ଗାମୁଛା ସାହାଯ୍ୟରେ ତଣ୍ଟିଚିପି ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ଉଦ୍ୟମ କରିବା ପାଇଁ ତରବରିଆ ଭାବେ ଶବକୁ ଦାହ କରିବା ମାମଲାରେ ଅଭିଯୁକ୍ତ ସ୍ବାମୀଙ୍କୁ ଏନ୍ ଗଣେଶଙ୍କୁ ଶୁକ୍ରବାର ଅତିରିକ୍ତ ଜିଲ୍ଳା ଜର୍ଜ ଛତ୍ରପୁର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଗତ ୨୦୧୮ ମସିହା ସେପ୍ଟେମ୍ବର ୭ ତାରିଖରେ ହିଞ୍ଜିଳି ଥାନା କଣ୍ଟେଈକୋଳି ଗ୍ରାମର ଏନ୍ ଗଣେଶ ଓ ତାଙ୍କ ପରିବାର ଯୌତୁକ ଓ ପାରିବାରିକ କଳହକୁ କେନ୍ଦ୍ର କରି ପତ୍ନୀ ଏନ. ଲତାଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏଥି ନେଇ ମୃତା ଏନ୍ ଲତାଙ୍କ ଭାଇ ହିଞ୍ଜିଳି ଥାନା ପିତଳ ଡେରା ସାହିର ଏ. ତାରିଣୀ ପୋଲୁ ଘଟଣା ଦିନ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ତତ୍ କାଳୀନ ହିଞ୍ଜିଳି ଥାନା ଆଇଆଇସି ତଥା ବର୍ତ୍ତମାନ ପୁରୀ ସଦର ଡିଏସପି ପ୍ରଶାନ୍ତ କୁମାର ସାହୁ ଓ ହିଞ୍ଜିଳି ପୋଲିସ ଟିମ ମଶାଣିରୁ ହାଡ଼,ପାଉଁଶ ଜବତ ସହ ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଥିବା ଗାମୁଛାକୁ ଜବତ କରିଥିଲେ।
ପୋଲିସ ଲତାଙ୍କ ସ୍ବାମୀ ଏନ. ଗଣେଶ, ଶାଶୁ ଏନ୍. ଦେବା କୁମାରୀ, ଦେଢଶୁର ଏନ୍. ବାଲରାଜୁଙ୍କୁ ଗିରଫ କରିଥିଲେ। ଅନ୍ୟପକ୍ଷରେ ଶବଦାହ କରି ପ୍ରମାଣନଷ୍ଟ ଅଭିଯୋଗରେ ଗ୍ରାମର ବାବୁ ସେଠି, ସୁଦର୍ଶନ ବେହେରା, ଶ୍ୟାମ ସାହୁଙ୍କୁ ମଧ୍ୟ ପୋଲିସ ଗିରଫ କରି ସମସ୍ତଙ୍କୁ କୋର୍ଟ ଚାଲାଣ କରିଥିଲା। ହିଞ୍ଜିଳି ଥାନାରେ କେସ ନଂ – ୨୩୧/୨୦୧୮ରେ ମାମଲା ରୁଜୁ ହୋଇଥିଲା। ପ୍ରକାଶ ଯେ, ୨୦୦୮ ମସିହାରେ ହିଞ୍ଜିଳି ଥାନା କଣ୍ଟେଇକୋଳି ଗ୍ରାମର ଏନ. ଗଣେଶଙ୍କ ସହ ପିତ୍ତଳ ଗ୍ରାମ ଡେରା ସାହିର ଏନ୍ ଲତାଙ୍କ ସହ ବିବାହ ହୋଇଥିଲା । ପୁଲିସ ହତ୍ୟା ମାମଲାର ତଦନ୍ତ କରି ଫେରାର ସ୍ଵାମୀ ଗଣେଷଙ୍କୁ କୁକୁଡ଼ାଖଣ୍ଡିରୁ ଓ ଅନ୍ୟମାନଙ୍କୁ କଣ୍ଟେଇକୋଳି ଗ୍ରାମରୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।ଶୁକ୍ରବାର ଛତ୍ରପୁର କୋର୍ଟରେ ଅତିରିକ୍ତ ଜିଲ୍ଲା ଦୌରାଜଜ ଶୁଣାଣି କରି ପୁଲିସ ରିପୋର୍ଟ, ପାରିପାର୍ଶ୍ବକ ପ୍ରମାଣ ଏବଂ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ପତ୍ନୀ ହତ୍ୟା ମାମଲାରେ ସ୍ବାମୀ ଏନ୍ ଗଣେଶ ଙ୍କୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି ।

No Result
View All Result