No Result
View All Result
୫ ଫେବୃଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଖୋର୍ଦ୍ଧା :- ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣ୍ଟାବାଡ଼ ଠାରେ ବିଜେଡି ନେତା ତଥା ଆଇନିଜିବି ଦକ୍ଷ ସଂଗଠକ ଅର୍ଜୁନ ପରିଡା ଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ର ପରିବାର ଜନ ସମ୍ପର୍କ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ହଜାର ହଜାର ପୁରୁଷ ମହିଳା ବିଜେଡି କର୍ମୀ ଙ୍କୁ ନେଇ କଣ୍ଟାବାଡ଼ ଠାରେ ଏକ ବିରାଟ ଶୋଭାଯାତ୍ରା କରାଯାଇଥିଲା ବେଳେ ରାଜ୍ୟ ନବୀନ ସରକାର ଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ଲୋକ ଙ୍କୁ ଅବଗତ କରାଇଥିଲେ।ବିଶେଷ କରି ମହିଳା ଶସକ୍ତିକରଣ, ମଧୁବାବୁ ଭତ୍ତା,ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ,ନବୀନ କାର୍ଡ,ଆହାର ଯୋଜନା,ମୁଖ୍ୟମନ୍ତ୍ରୀ ସଡକ ଯୋଜନା,ଆଦିବାସୀ କଲ୍ୟାଣ ଯୋଜନା, ବିଜୁପକ୍କା ଘର,୫ ଟି ରେ ବିଦ୍ୟାଳୟ ରୁପାନ୍ତିକରଣ ଓ ମନ୍ଦିର,ଜଗନ୍ନାଥ ସଂସ୍କୃତି ଉନ୍ନତି, ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ,ଲଷ୍ମୀ ବସ,ମମତା ,ହରିଶ୍ଚନ୍ଦ୍ର ଯୋଜନା,ପ୍ରତିଘରେ ଜଳ ଯୋଗାଇବା ପାଇଁ ବସୁଧା ଭଳି ଲୋକାଭିମୁଖୀ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଇବା ସହିତ ସ୍ୱଚ୍ଛ ଭାବମୂର୍ତି ନବୀନ ଓ ନୂଆ ଓଡିଶା ବିକାଶ ର ବାହକ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ
ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟା ରେ ଭୋଟ ଦେବାକୁ ଆହ୍ୱାନ ଦେଇଥିଲେ ଶ୍ରୀ ପରିଡା ।ଏହି ପରିବାର ସମ୍ପର୍କ ଅଭିଯାନ ରେ ପୂର୍ବତନ ସରପଞ୍ଚ ଅଜିତ ପରିଡା,ଅନ୍ଧାରୁଆ ସମିତି ସଭ୍ୟା ଜ୍ୟୋଷ୍ଣା ଦେହୁରୀ,ଦିଲ୍ଲୀପ ବେହେରା, ଭାବଗ୍ରାହୀ,ଯୋଗିନାଥ ସାହୁ,ମଙ୍ଗୁଳି ହରିଚନ୍ଦନ,ଶରତ ସାହୁ,ବିମ୍ବାଧର ବରାଳ,ସୁଲୋଚନା ପାଲଟାସିଂ,,ଗୋଲାପ ପରିଡା,ଲଷ୍ମୀଧର ସାମନ୍ତରାୟ,ପ୍ରତାପ ନାୟକ,ଶରତ ନାୟକ,ବନିତା ପରିଡା,ନିରୂପମା ବେହେରା,ଦିନେଶ ହରିଚନ୍ଦନ,ସୁକାନ୍ତ ଜେନା,ପ୍ରମୁଖ ନେତୃତ୍ୱ ନେଇଥିବା ବେଳେ ଶେଷରେ ପବିତ୍ର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।ଶ୍ରୀ ପରିଡା ଙ୍କ ଏଭଳି ବିରାଟ କାର୍ଯ୍ୟ କୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିବା ଦେଖିବାକୁ ମିଳିଛି।

No Result
View All Result