No Result
View All Result
୫ ଫେବୃଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ବେଗୁନିଆ :- ବେଗୁନିଆ ବ୍ଲକ ହୀରାପୁର ଗ୍ରାମ ପଞ୍ଚାୟତ ଗୌଡିଆପଡା , ଇନ୍ଦିପୁର ଗ୍ରାମରେ ମା ଜାଗୁଳାଇ ଟୁର୍ଣ୍ଣାମେଣ୍ଟ ୫.୨.୨୦୨୪ ରିଖ ଠାରୁ ଆରମ୍ଭ ହୋଇଯାଇଛି। ଏହି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ କୁ ସରପଞ୍ଚ ଶ୍ରୀଯୁକ୍ତ ଆରତ ଚରଣ ମାଝି ଉଦଘାଟିତ କରିଥିଲେ। ଉଦଘାଟନ ମ୍ୟାଚ ରେ ବି.ବି.ଜି କ୍ଳବ ଖୋର୍ଦ୍ଧା ଓ ଫ୍ରେଣ୍ଡସ କ୍ଳବ ଭୁବନେଶ୍ୱର ମଧ୍ୟରେ ହୋଇଥିଲା। ମ୍ୟାଚ ର ପ୍ରଥମାର୍ଦ୍ଧରେ ବି.ବି.ଜି କ୍ଲବ ଖୋର୍ଦ୍ଧା ଗୋଟିଏ ଗୋଲ ଏବଂ ଫ୍ରେଣ୍ଡସ କ୍ଲବ ଗୋଟିଏ ଗୋଲ ଦେଇଥିଲେ।
ଦ୍ୱିତୀୟାର୍ଦ୍ଧରେ ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ଦଳ ଗୋଲ ଦେଇପାରିନଥିଲେ। ଶେଷରେ ବି.ବି.ଜି. କ୍ଲବ ଖୋର୍ଦ୍ଧା କୁ ୩-୨ ଟ୍ରାଇ ବ୍ରେକର ମାଧ୍ୟମରେ ପରାସ୍ତ କରି ଫ୍ରେଣ୍ଡସ କ୍ଲବ ଭୁବନେଶ୍ୱର ସେମି ଫାଇନାଲ କୁ ପ୍ରବେଶ କରିଛି। ଆଜିର ଖେଳକୁ ଚିତ୍ତରଞ୍ଜନ ପରିଡ଼ା ପରିଚାଳନା କରିଥିଲେ । ସମ୍ମାନିତ ଅତିଥି ଭାବେ ଅର୍ଜୁନ ବଳିୟାରସିଂହ , ସୁରେଶ ବାଘସିଂହ, ପର୍ଶୁରାମ ବଳିୟାରସିଂହ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।

No Result
View All Result