ସ୍ଥାନାନ୍ତରିତ ହୋଇଥିବା ଗୋଟିଏ ମତଦାନ କେନ୍ଦ୍ରର ସୂଚନା ପ୍ରଦାନ କରିବା ସହିତ ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ନିର୍ବାଚନ ରିଟର୍ଣ୍ଣିଙ୍ଗ ଅଧିକାରୀ ଭାବେ ଉପଜିଲ୍ଲାପାଳ ଡା.ରୀନା ପ୍ରଧାନ ଏବଂ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଙ୍ଗ ଅଧିକାରୀ ଭାବେ କନ୍ଧମାଳର ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଳ ଦାୟିତ୍ଵରେ ଥିବା ନେଇ ସୂଚନା ପ୍ରଦାନ କରିଥିଲେ । ଏଥିରେ ଉପସ୍ଥିତ ଥିବା ସମସ୍ତ ରାଜନୈତିକ ଦଳର ପ୍ରତିନିଧି ମାନେ ଅଞ୍ଚଳର କିଛି ସରକାରୀ କର୍ମଚାରୀ ଯେଉଁମାନେ ରାଜନୈତିକ ଦଳୀୟ କାର୍ଯ୍ୟ/ବୈଠକରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରୁଛନ୍ତି, ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ନିର୍ବାଚନ ସମୟରେ ପୋଲିସ ବାହିନୀଙ୍କ ସକ୍ରିୟତା ସମସ୍ତ ରାଜନୈତିକ ଦଳ ପାଇଁ ସମାନ ରହିବା ନେଇ ଦାବି ରଖିଥିଲେ ।

© 2023 Odisha Taza News.