ଶେଷରେ ଛାତିଏ ପାଣିରେ ଘର ନିକଟରେ ଥିବା କାକଟପୁର ବ୍ରାଞ୍ଚ କେନାଲ ପାର୍ ହୋଇ ଶ୍ମଶାନକୁ ନେଇଥିଲେ ପରିବାର ଲୋକେ । ପଞ୍ଚାୟତର ନୂଆ ବେତଣ୍ତା ଗ୍ରାମରେ ୪୦ ଟି ପରିବାର ଲୋକେ ବସବାସ କରନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ଏମାନଙ୍କ ଭଲ ରାସ୍ତାଟିଏ ନିର୍ମାଣ ହୋଇପାରି ନାହିଁ । ଏଥିସହ କାକଟପୁର ବ୍ରାଞ୍ଚ କେନାଲ ଉପରେ ବ୍ରିଜ ମଧ୍ୟ ତିଆରି ହୋଇନାହିଁ । ଫଳରେ କି ଗ୍ରାମର ଛୋଟ ଛୋଟ ପିଲା ଭଙ୍ଗା, ଦଦରା, ବିପଦପୂର୍ଣ୍ଣ ବାଉଁଶ ଚାରରେ ଯା ଆସ କରୁଛନ୍ତି, ଆଉ ମଧ୍ୟ ରାସ୍ତା ଏବଂ କେନାଲ ଉପରେ ବ୍ରିଜଟିଏ ନଥିବାରୁ ଗର୍ଭବତୀ ମହିଳାଙ୍କଙ୍କୁ ମେଡ଼ିକାଲକୁ ନେଇପାରୁ ନାହାନ୍ତି ।
ଗ୍ରାମବାସୀ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ,ଏହି ସମସ୍ୟା ଗୋଟିଏ ଦିନର ନୁହଁ ବରଂ ଅନେକ ବର୍ଷର, କିନ୍ତୁ ସମାଧାନ ଶୂନ । ଗାଁ ର ଏପରି ଦୂରାବସ୍ଥା ନେଇ ଗାଁକୁ ବିବାହ ପାଇଁ ଝିଅ ଦେଉ ନାହାନ୍ତି କି ଝିଅ ନେଉ ନାହାନ୍ତି ,ଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳୁଛି , ଏଥିପ୍ରତି ପ୍ରଶାସନ କୌଣସି ଦୃଷ୍ଟି ଦେଉ ନାହାନ୍ତି, ଯଦି ସରକାର ତୁରନ୍ତ ଦୃଷ୍ଟି ନ ଦିଅନ୍ତି ତେବେ ଗ୍ରାମବାସୀମାନେ ଭୋଟ ବର୍ଜନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।

© 2023 Odisha Taza News.