ସହ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ୫-ଟି ସହାୟତାରେ ଅନୁଷ୍ଠିତ ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକର ମଧ୍ୟ ସମୀକ୍ଷା ହୋଇଥିଲା। ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ହେଉଥିବା ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଗାଁ ଗାଁ ରେ ବିକାଶର ଚିତ୍ର ଦେଖାଯାଉଥିବାରୁ ଉପସ୍ଥିତ କର୍ମୀ ନବୀନ ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ପ୍ରଶଂସା କରିଥିଲେ। ଏହି ବୈଠକରେ ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ ଉପସ୍ଥିତ ଥିବା କର୍ମୀ ଓ ନେତାଙ୍କୁ ଆଗାମୀ ଦିନରେ
ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ସହ ବୁଥ କମିଟି ସହ ଯୁବ, ଛାତ୍ର, ମହିଳା ଙ୍କ ସମେତ ବିଭିନ୍ନ କମିଟି ଗଠନ କରି ଗାଁ ଗାଁ ରେ ପ୍ରଚାର ଆରମ୍ଭ କରିବା ନିମନ୍ତେ ଅନୁରୋଧ କରିଥିଲେ। ଏହି ବୈଠକରେ ରାମ ଦଳବେହେରା, ଦଣ୍ଡାସି ସାହୁ, ହରିଶ୍ଚନ୍ଦ୍ର ପାତ୍ର, ଝୁମୁରୀ ବୀର ଙ୍କ ସମେତ ଶତାଧିକ ବରିଷ୍ଟ କର୍ମୀ ଏବଂ ଦଳୀୟ ନେତା ପ୍ରମୁଖ ଉପସ୍ଥିତ ରହିଥିଲେ।

© 2023 Odisha Taza News.