No Result
View All Result
୨୭ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ପାଟଣାଗଡ଼ :-> ସାରା ଭାରତ ବର୍ଷରେ କଂଗ୍ରେସ ନେତା ରାହୁଲ ଗାନ୍ଧି ରୋଜଗାର ଦୋ ନ୍ୟାୟ ଦୋ ଯୋଜନା ର ଶୁଭାରମ୍ଭ କରିଛନ୍ତି । ଏହି ପରିପେକ୍ଷୀରେ ବଲାଙ୍ଗିର ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଗତକାଲି ପାଟଣାଗଡ଼ ଠାରେ ଓଡ଼ିଶା ରାଜ୍ୟ ଯୁବ କଂଗ୍ରେସ ର ସାଧାରଣ ସଂପାଦକ ସୁବ୍ରତ ବେହେରା ଙ୍କ ନେତୃତ୍ବ ରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଏହି ଯୋଜନା ର ଶୁଭାରମ୍ଭ କରାଯାଇଛି । ଏହି ଯୋଜନା ର ମୂଲ ଲକ୍ଷ ହେଲା ଦେଶରେ ପୀଡ଼ିତ ,ଦଳିତ ତଥା ନିଷ୍ପେସିତ ହେଉଥିବା ଲୋକ ମାନଙ୍କୁ ସେମାନେ କିପରି ଭାବରେ ରୋଜଗାର ସହ ନ୍ୟାୟ ପାଇପାରିବେ ଏହା ହି ଏହାର ମୂଲ ଲକ୍ଷ ।

ଗତ ୨୦୧୪ ମସିହା ରେ କେନ୍ଦ୍ର ସରକାର ନିର୍ବାଚନୀ ଇସ୍ତାହାର ରେ ପ୍ରତ୍ୟେକ ବର୍ଷ ଦେଶ ର ୨ କୋଟି ଯୁବକ ଯୁବତୀ ମାନଙ୍କୁ ରୋଜଗାର ଦେବାର ପ୍ରତିଶୃତି ଦେଇଥିଲେ । ଏତତ ବ୍ୟତିତ ରାଜ୍ୟ ରେ ଦୀର୍ଘ ୨୫ ବର୍ଷ ଧରି ଚାଳିଥିବା ବିଜେଡି ସରକାର ମଧ୍ୟ ବେକାର ଯୁବକ। ଯୁବତୀ ମାନଙ୍କୁ ରୋଜଗାର ଦେଉଛି କହି ଡିମଡିମି ପିଟୁଛନ୍ତି । ତାହା ସମୁଦ୍ର ଶଙ୍ଖେ ପାଣି ସଦୃଶ ହୋଇଥିବା ବେଳେ ରାଜ୍ୟ ସରକାର ଯାହାବି ନିଯୁକ୍ତି ଦେଉଛନ୍ତି ସେଥିରେ ଭ୍ରଷ୍ଟାଚାର ହେଉଛି ବୋଲି ବଲାଙ୍ଗିର ଜିଲ୍ଲା ନିର୍ବାଚିତ ଯୁବ କଂଗ୍ରେସ ସଭାପତି ଗଣେଶ ସାହୁ କ୍ଷୋଭପ୍ରକାଶ କରିଥିଲେ ।

କଂଗ୍ରେସ ଏହି ରୋଜଗାର ଦୋ ନ୍ୟାୟ ଦୋ ଯୋଜନା ବଲାଙ୍ଗିର ଜିଲ୍ଲାର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଥିବା ବେରୋଜଗାର ଯୁବକ ଯୁବତୀ ମାନଙ୍କ ପାଖକୁ ଯାଇ ଦଳୀୟ ନେତା ଓ କର୍ମୀ ଏଥିରେ ସାମିଲ ହେବାକୁ ଆହ୍ୱାନ କରାଯିବ ବୋଲି ରାଜ୍ୟ ଯୁବ କଂଗ୍ରେସ ସଭାପତି ଶ୍ରୀ ବେହେରା ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ପାଟଣାଗଡ଼ ଯୁବ କଂଗ୍ରେସ ନିର୍ବାଚିତ ସଭାପତି ଚନ୍ଦନ ସାହୁ ଓ କର୍ମୀ ନରେନ୍ଦ୍ର ଛତ୍ରିଆ ଉପସ୍ଥିତ ଥିଲେ ।

No Result
View All Result