No Result
View All Result
୨୪ ଜାନୁଆରୀ ୨୦୨୪ ( ଓଡିଶା ତାଜା ନିୟୁଜ ) ପାଟଣାଗଡ :- ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ବାଘମୁଣ୍ଡ ଗ୍ରାମର ଦିନପଦ୍ମ ଉଚ୍ଚ ବିଦ୍ୟାଳୟ ଠାରେ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଗୌରାଙ୍ଗ ଚରଣ ଦାଶଙ୍କ ସଭାପତିତ୍ୱ ଓ ବରିଷ୍ଠ ଶିକ୍ଷକ ଶାନ୍ତନୁ କୁମାର ସାହୁଙ୍କ ମଞ୍ଚ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଚଙ୍ଗରିଆ ଗ୍ରାମ ପଂଚାୟତ ସରପଞ୍ଚ ତଥା ସମାଜସେବୀ ସୁଶୀଳ କୁମାର ଗୁରୁ, ମୁଖ୍ୟ ବକ୍ତା , ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ପ୍ରବଚକ ଶିବ ପ୍ରସାଦ ପଣ୍ଡା,ସମ୍ମାନିତ ଅତିଥି ଭାବରେ ବାଘମୁଣ୍ଡ ଗ୍ରାମ ପଂଚାୟତ ସରପଞ୍ଚ ଦେବାଶିଷ ସାହୁ, ସମିତି ସଭ୍ୟ କୀର୍ତ୍ତି ନାରାୟଣ ରାଏ, ସ୍କୁଲ ପରିଚାଳନା କମିଟିର ସଭାପତି ଭାରତୀ ମେହେର, ବାଘମୁଣ୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧନ ଶିକ୍ଷକ ତଥା ପୂର୍ବତନ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବନମାଳୀ ସାହୁ ଙ୍କ ସମେତ ଗ୍ରାମର ସମସ୍ତ ୱାର୍ଡ ସଭ୍ୟ ସଭ୍ୟା, ଅଭିଵାବକ ଅଭିଵାବିକା ପ୍ରମୁଖ ଯୋଗଦେଇ ଥିଲେ l କାର୍ଯ୍ୟକ୍ରମରେ ଭାଷା ସାହିତ୍ୟ ଓ ସୃଜନଶୀଳତା ସମ୍ପର୍କରେ ଆଲୋଚନା ହୋଇଥିଲା । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ଭାଷାରୁ ସୃଷ୍ଟି ସାହିତ୍ୟ । ସାହିତ୍ୟ ଆମ ସମାଜରେ ଥିବା ତୃଟି ବିଚ୍ୟୁତିକୁ ସୁଧାରିବାରେ ସାହାଯ୍ୟ କରିଥାଏ । ମନରେ ଦୃଢ଼ତା ଓ ଭାଷାରେ ମନ କିଣି ପାରିଲେ ସାହିତ୍ୟ ।
ସୃଜନଶୀଳତା ବ୍ୟକ୍ତିଙ୍କୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥାଏ । ଶିକ୍ଷା ପ୍ରତି ପ୍ରତିବଦ୍ଧତା, ମନରେ ଦୃଢ଼ତା ଓ ଆଭ୍ୟନ୍ତରୀଣ ଗୁଣର ବିକାଶ ପାଇଁ ଅତିଥିବୃନ୍ଦ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତଦାଶ ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ସ୍ୱାଗତ କରିଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମରେ ପିଲାଙ୍କ ଦ୍ୱାରା ଲିଖିତ ମୋ କଥା ମୋ କାହାଣୀ ଉନ୍ମୋଚନ ସହ କବିତା ପାଠ, ଗଳ୍ପ ପାଠ ସହ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସଂସ୍କୃତ ଶିକ୍ଷକ ପ୍ରଦୀପ କୁମାର ମେହେର , ହିନ୍ଦୀ ଶିକ୍ଷକ ଅଦ୍ୱେତ ଚରଣ ତ୍ରିପାଠୀ, ଖେଳ ଶିକ୍ଷକ ମାଝୀ ସାହୁ ପ୍ରମୁଖ ତଥା ବିଦ୍ୟାଳୟ ଅଣ ଶିକ୍ଷକ କର୍ମଚାରୀ ଜଗତ ସାହୁ ରାଘବ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ କିରାଣୀ ଦିଲୀପ କୁମାର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result