୨୦ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )ପାଟଣାଗଡ଼ :- ବିଦ୍ୟଳୟ ସ୍ତରୀୟ ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ପାଟଣାଗଡ଼ ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ବେଲପଡ଼ା ବ୍ଲକ ଅନ୍ତର୍ଗତ ତେନ୍ତୁଳିମୁଣ୍ଡା ଜୟରାମ ମେହେର ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ବିଦ୍ୟାଳୟ ସ୍ତରୀୟ ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଉତ୍ସବରେ ଅତିଥି ମାନ ଙ୍କୁ ଗୀତ ମଧ୍ୟରେ ଆମନ୍ତ୍ରିତ କରି ଏକ୍ ସଭା ଅନୁଷ୍ଠିତ ହେଇଥିଲା ଏହି ବୈଠକରେ ସ୍କୁଲ ର ପ୍ରଧାନ ଶିକ୍ଷକ ରୋହିତାଶ୍ଵର ଠାକୁର ସଭାପତିତ୍ଵ କରି ସଭା ପରିଚାଳନା କରିଥିଲେ।
ସ୍କୁଲ ସଭାପତି ବୃନ୍ଦାବନ ମେହେର ଦେବେନ୍ଦ୍ର ମଲ୍ଲିକ, ଯଶୋବନ୍ତ ମଲ୍ଲିକ ଦସବନ୍ତ ସୁନାନି ସ୍କୁଲ ର ସିନିୟର ଶୀକ୍ଷକ ପର୍ଶୁରାମ ମେହେର ମଞ୍ଚାସୀନ ହେଇ ସମ୍ୟକ ବକ୍ତବ୍ୟ ଦେଇ ସଭା ସାଙ୍ଗ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ କ୍ଲବ୍ ତଥା ସାହିତ୍ୟ ସୃଜନି ର କଥା କାହାଣୀ ଶୀକ୍ଷକ ,ପୁସ୍ତକ ମେଳା କୁ ଅତିଥି ଗଣ ଅଭିଭାବକ ପୂରାତନ କମିଟି ସଦସ୍ୟ ମାନେ ବୁଲି ଦେଖି ଥିଲେ। ପରିଶେଷରେ ଚାରୋଟି କ୍ଲବ୍ ର ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।














