No Result
View All Result

୧୩ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିଆଳି :-> ରାଜଧନୀ ଭୁବନେଶ୍ଵର ଉପକଣ୍ଠ ବାଲିପାଟଣା ବ୍ଲକ ଅନ୍ତର୍ଗତ ବନମାଳୀପୁର ସ୍ଥିତ ଆଦର୍ଶ ଶିଶୁ ନିକେତନର ୨୩ ତମ ବାର୍ଷିକ ଉତ୍ସବ ଓ ମାତୃପିତୃ ପୂଜନ ଦିବସ ପାଳିତ ହୋଇ ଅଛି । ଆଦର୍ଶ ଶିଶୁ ନିକେତନର ସମ୍ପାଦକ ରବୀନ୍ଦ୍ର ନାଥ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଡେପୁଟୀ commandant ତଥା ଭାରତୀୟ ରେଡକ୍ରସ society ର ଯୁଗ୍ମ ସଚିବ ଲଳି ତେନ୍ଦୁ ମହାନ୍ତି ଯୋଗ ଦେଇ ଉପସ୍ଥିତ ପିଲାମାନଙ୍କୁ କହିଥିଲେ ଯେ ପିତାମାତା ଭଗବାନ ସଦୃଶ୍ୟ,

ସମସ୍ତ ପିଲାମାନେ ସେମାନଙ୍କର ପାଦ ଛୁଇଁ ପ୍ରଣାମ କଲେ ଆଶ୍ରି ବାଦ ମିଳେ। ଆଉ ମଧ୍ୟ ପିତାମାତା ମାନେ ନିଜ ଶାଶୁ ଶଶୁରଙ୍କ ସେବା କରିବା ଉଚିତ । ଏହି ଉତ୍ସବରେ ମୂଖ୍ୟ ବକ୍ତା ଭାବେ ଓସେବାର ଡେପୁଟୀ ଡାଇରେକ୍ଟର ମହେଶ୍ୱର ସାହୁ, ଏବଂ ସରପଞ୍ଚ ଲିଲି ପ୍ରିୟା ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଥିଲା ବେଳେ ଏଥିରେ ଆଡଭୋକଟ ଅବଦୁଲ ବାରି ମଞ୍ଚ ପରିଚାଳନ। କରିଥିଲେ ।

ପ୍ରଧାନ ଶିକ୍ଷୟତ୍ରୀ ଶୈଳବାଳା ମେକାପ ବିବରଣୀ ପାଠ କରିଥିଲେ । ପରିଚାଳନ। କମିଟିର ବିଜୟ କୁମାର ବେହେରା, ପ୍ରଦୀପ କୁମାର ପାତ୍ର, ଉମେଶ ଚନ୍ଦ୍ର ସାହୁ, ସଞ୍ଜୟ କୁମାର ସାହୁ, ଟୁଲୁ ସାହୁ, ପ୍ରତାପ ବେହେରା ପ୍ରମୁଖଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପରି ଚାଳନାରେ ସହଯୋଗ କରିଥିଲେ । ବିଦ୍ୟାଳୟର ପିଲାମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।


No Result
View All Result