No Result
View All Result

୨ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା ଜିଲ୍ଲା :-> ସମଲିଙ୍ଗୀ ସମ୍ପର୍କକୁ ନେଇ ମର୍ଡର ହୋଇଥିବା ପ୍ରଥମିକ ସୂଚନାରୁ ସନ୍ଦେହ ପ୍ରକାଶ । ମୃତ ଯୁବକଙ୍କ ନାମ ରଶ୍ମିରଞ୍ଜନ ବଳିୟାରସିଂହ । ଘଟଣାରୁ ପ୍ରକାଶ ଶଗଡଭଙ୍ଗା ଗାଁର ରଶ୍ମିରଞ୍ଜନ ବଳିୟାରସିଂହ ନାମକ ଜଣେ ଯୁବକ ଏକ ରାମ ନାଟକ ଯାତ୍ରାରେ ରୋଲ କରିବା ପାଇଁ ଚନ୍ଦନପୁର ଅଞ୍ଚଳର ସୋମନାଥ ଲାଥ ନାମକ ଜଣେ ତୃତିୟଲିଙ୍ଗି କୁ ଆଣି ନିଜ ଘରେ ରଖିବା ସହିତ ତା ସହିତ ମିଳାମିଶା କରୁଥିଲା ।

ହେଲେ କୌଣସି କାରଣକୁ ନେଇ ଆଜି ଦିନବେଳେ ରଶ୍ମିରଞ୍ଜନଙ୍କ ପରିବାର ଲୋକ ଘରେ ନ ଥିବା ସୁଯୋଗ ପାଇ ରଶ୍ମିରଞ୍ଜନଙ୍କୁ ଏକୁଟିଆ ପାଇ ଘର ଭିତରେ ତୃତିୟଲିଙ୍ଗି ସୋମନାଥ ଲାଥ ଲୁହା ରଡରେ ଆକ୍ରମଣ କରିଥିଲା ପରେ ରଶ୍ମିରଞ୍ଜନଙ୍କ ମୃତ୍ୟୁ ପରେ ସୋମନାଥ ତାଙ୍କ ଘରୁ ଟଙ୍କା ସହିତ କିଛି ସୁନାଅଳଙ୍କାର ଲୁଟ କରି ଫେରାର ହୋଇଯାଇଛି ।

ରଶ୍ମିରଞ୍ଜନଙ୍କ ମାଆ ଅଙ୍ଗନୱାଡ଼ିରେ କାମ କରୁଥିବାରୁ ଦିନ ଦୁଇଟା ବେଳକୁ ଆସି କବାଟ ଚାବି ପଡିଥିବା ଦେଖି ରଶ୍ମିରଞ୍ଜନଙ୍କୁ ଫୋନ କରିଥିଲେ ହେଲେ ରଶ୍ମିରଞ୍ଜନ ଫୋନ ନ ଉଠାଇବାରୁ ବାଧ୍ୟ ହୋଇ ପଡୋଶୀଙ୍କ ସହାୟତାରେ କବାଟ ଭାଙ୍ଗିବାପରେ ରଶ୍ମିରଞ୍ଜନ ମୂର୍ତ ଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖିଥିଲେ । ସଙ୍ଗେ ସଙ୍ଗେ ଜଙ୍କିଆ ପୋଲିସକୁ ଖବର ଦେଇଥିଲେ ଏବଂ ଜଙ୍କିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

No Result
View All Result