୨୮ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ :-> କଟକ ସଦର ବ୍ଲକ ଆମଣ ପଞ୍ଚାୟତର ଆମଣ ଖେଳପଡିଆ ଠାରେ ଦୁଇ ଦିନ ଧରି ଚାଲିଥିବା ଯୁବ ଓଡିଶା ନବୀନ ଓଡିଶା ପକ୍ଷରୁ ବ୍ଲକ ସ୍ଥରୀୟ କ୍ରୀକେଟ ପ୍ରତିଯୋଗିତା ଗୁରୁବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାମାଞ୍ଚଳରେ କ୍ରୀଡ଼ାର ବିକାଶ ସହିତ ଲୋକଲୋଚନକୁ ଆସିପାରୁ ନଥିବା କ୍ରୀଡ଼ାବିତ ମାନଙ୍କୁ ଲୋକ ଲୋଚନକୁ ଆଣିଵା ପାଇଁ ଯୁବ ଓଡିଶା ନବୀନ ଓଡିଶା ଜରିଆରେ ବିଭିନ୍ନ କ୍ରୀଡା ଆୟୋଜନ କରିଛନ୍ତି ।

ବିଭିନ୍ନ କ୍ରୀଡ଼ାରେ ଅଂଶ ଗ୍ରହଣ କରିବାକୁ ଯୁବକ ମାନଙ୍କୁ ସୁଯୋଗ ଦିଆଯିବାର ବ୍ୟବସ୍ଥା କରାଯାଉଛି । ମୁଖ୍ୟମନ୍ତ୍ରୀ କ୍ରୀଡ଼ାର ବିକାଶ ଏବଂ ପ୍ରତିଭାବାନ କ୍ରିଡାବିତ ମାନଙ୍କୁ ଆଗକୁ ଯିବା ପାଇଁ ସୁଯୋଗ ସୃଷ୍ଟି କରିଛନ୍ତି । ଯାହା ଫଳରେ ରାଜ୍ୟର ବିଭିନ୍ନ ବ୍ଲକରେ ଯୁବ ଓଡିଶା ନଵୀନ ଓଡିଶା ପକ୍ଷରୁ କ୍ରୀଡ଼ା କାର୍ଯ୍ୟ କରା ଯାଉଛି । କଟକସଦର ବ୍ଲକର କନିଷ୍ଠ ଯନ୍ତ୍ରୀ ସସ୍ମିତା ଦାସଙ୍କ ନେତୃତ୍ୱରେ ଆମଣ ଠାରେ ଆୟୋଜିତ କ୍ରୀକେଟ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବରେ , କଟକ ସଦର ବ୍ଲକ ବିଡ଼ିଓ ରୁମାନା ଜାଫର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଯାପନୀ କ୍ରୀଡ଼ର ଖଳକୁ ଉଦଘାଟନ କରି ,

ଯୋଗ ଦେଇଥିବା କ୍ରୀଡା ବିତଙ୍କ ସହିତ କରମର୍ଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ବିଡ଼ିଓ ଝାଡେଶ୍ୱର ଦାସ, ଏ ଇ ଇ କୈଳାସ ଚନ୍ଦ୍ର ସାହୁ, ଉରାଳୀ ସରପଞ୍ଚ ଅଭିଶେକ ବେହେରା ( ଜାକିନା ବାବୁ ), ଖଣ୍ଡେଏତା ପଞ୍ଚାୟତର ପୂର୍ବତନ ସରପଞ୍ଚ ପୂର୍ଣ୍ଣ ଚନ୍ଦ୍ର ପରିଡ଼ା, ଆମଣ ପଞ୍ଚାୟତ ସମିତି ସଭ୍ୟ ରାଜ କିଶୋର ପଟ୍ଟନାୟକ, ଆମଣ ପଞ୍ଚାୟତ ବିଜେଡ଼ି ସଭାପତି ବିପ୍ରଚରଣ ଭୋଳ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଫାଇନାଲ କ୍ରୀକେଟ ମ୍ୟାଚ ଉରାଳୀ ବନାମ ଖଣ୍ଡେଏତା ମଧ୍ୟରେ ଅନୁଷ୍ଠିତ ହୋଇଇଥିଲା ।

ଉରାଳୀ ବିଜୟୀ ହୋଇଥିଲାବେଳେ ଖଣ୍ଡେଏତା ରନର୍ସ ହୋଇଥିଲା । ଟୁର୍ଣ୍ଣାମେଣ୍ଟରେ ମୋଟ ୧୦ ଗୋଟି ଟିମ ଅଂଶଗ୍ରହଣ କରିଛନ୍ତି । ଶୁକ୍ରବାର ଦିନ ୪୨ ମୌଜାର ଚାନ୍ଦବାଲି ଠାରେ ଚମ୍ପିୟାନ ଏବଂ ରନର୍ସ ଟିମକୁ ଟ୍ରଫି ଏବଂ ମାନପତ୍ର ବ୍ଲକ ପକ୍ଷରୁ ପ୍ରଦାନ କରାଯିବ । ଏହି କ୍ରୀଡା କାର୍ଯ୍ୟକ୍ରମ କୁ ପିଓ ହେମନ୍ତ କୁମାର ଦାଶ, ଜିଆରଏସ ଜୟଦେବ ଦାସ , ଜୟନ୍ତ ମହାନ୍ତି, ବିଜୟ କୁମାର ମହାନ୍ତି, ଅଭିରାମ ପରମହଂସ ବିଦ୍ୟାପୀଠର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜ କିଶୋର ମିଶ୍ର , ଲକ୍ଷ୍ମୀଧର ଭୋଳ, ଉପେନ୍ଦ୍ର ବେହେରା, ତାପସ ଦଳାଇ ପ୍ରମୁଖ ପରିଚାଳନା କରିଥିଲେ ।














