୨୪ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ମାହାଙ୍ଗା :-> ସନ୍ଧ୍ୟା -୬ ଘଟିକା ସମୟ ରେ ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ ମୂଳବସନ୍ତ ଗ୍ରାମ ପଞ୍ଚାୟତ ର ବାଗ୍ମୀ ବିଶ୍ଵନାଥ କର ଉଚ୍ଚ ବିଦ୍ୟାଳୟ ମୂଳବସନ୍ତ ପରିସର ରେ ବାଗ୍ମୀ ପ୍ରବର ସାହିତ୍ୟ ଗୁରୁ ସ୍ବର୍ଗତ ବାଗ୍ମୀ ବିଶ୍ଵନାଥ କର ଙ୍କ -୧ ୫୯ତମ ଜୟନ୍ତୀ ସମାରୋହ ଉତ୍ସବ ପାଳନ କରାଯାଇଥିଲା। ଏହି ଉତ୍ସବ ରେ ଯୋଗ ଦେଇଥିଲେ ପୂର୍ବତନ ମନ୍ତ୍ରୀ ମାହାଙ୍ଗା ର ବିଶ୍ଵକର୍ମା ଓ ଜନପ୍ରିୟ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ମହୋଦୟ ,

ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଶ୍ରୀମତୀ ପ୍ରମିଳା ମଲ୍ଲିକ ମାନ୍ୟବର ବାଚସ୍ପତି ଓଡ଼ିଶା ସରକାର । ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଶ୍ରୀମତୀ ଦିପା ମଲ୍ଲିକ ଅଧକ୍ଷା ମାହାଙ୍ଗା ପଞ୍ଚାୟତ ସମିତି, ଶ୍ରୀଯୁକ୍ତ ସତ୍ୟନାରାୟଣ ମହାନ୍ତି ଉପାଧ୍ୟକ୍ଷ ମାହାଙ୍ଗା ପଂଚାୟତ ସମିତି , ରାଜକିଶୋର ଜେନା ସଭାପତି ବିଯୁଜନତାଦଳ ମାହାଙ୍ଗା ,

ମୂର୍ଶିଦ୍ ରିଆଯୁଲ ହୋଦା ୩୯ନଂ ଜିଲ୍ଲା ପରିଷଦ ସଦସ୍ୟ , ସୁସ୍ମିତା ଦାସ୍ -୪ ୦ ନଂ ଜିଲ୍ଲା ପରିଷଦ ସଦସ୍ୟା , ଅନ୍ନପୂର୍ଣ୍ଣା କର ସରପଞ୍ଚ ମୂଳବସନ୍ତ ଗ୍ରାମ ପଞ୍ଚାୟତ , ସଂଗୀତା ମହାନ୍ତି ସମିତି ସଭ୍ୟା ମୂଳବସନ୍ତ ଗ୍ରାମ ପଞ୍ଚାୟତ ଯୁବ ନେତା କ୍ଷମା ସାଗର ଦାସ୍ , ଦୀପ୍ତି ରଞ୍ଜନ ପଲେଇ, ଶ୍ରୀନିବାସ ରାଉତରାୟ ,

ଦୀପକ ଦାସ , ମୂରବୀ , ମହିଳା , ଯୁବ ଛାତ୍ର ଓ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଏହି ଉତ୍ସବ ରେ ଯୋଗ ଦେଇଥିଲେ । ଏହି ସଭା ଟିକୁ ଶୃଙ୍ଖଳା ର ସହିତ ପରିଚାଳନା କରିଥିଲେ ଏବଂ ବିଦ୍ୟାଳୟର ଚାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ସର୍ବ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା ।














