No Result
View All Result

୨୨ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ମାହାଙ୍ଗା :-> ମାହାଙ୍ଗା ବ୍ଲକ୍ ର କୁସୁପୁର ଗ୍ରାମ ପଞ୍ଚାୟତ ର ନନ୍ଦ କିଶୋର ବିଦ୍ୟା ମନ୍ଦିର ରେ ଆଜି ସନ୍ଧ୍ୟା -୭ ଘଟିକା ସମୟ ରେ ଆସି ପହଞ୍ଚିଥିଲେ ସେହି ସ୍ଥାନରୁ କୁସୁପୁର ଗ୍ରାମ ପଞ୍ଚାୟତ ର ମୂରବୀ, ଯୁବ ଛାତ୍ର ଓ ମହିଳା ମାନେ ସ୍ବାଗତ କରି ଆମର ମାନ୍ୟବର ଜନପ୍ରିୟ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ମହୋଦୟ ଙ୍କୁ ଓ ଯାଜପୁର ସାଂସଦ ଶ୍ରୀମତୀ ଶର୍ମିଷ୍ଠା ସେଠୀ ଙ୍କୁ ବାଜା ,

ବାଣ, ହରିବୋଲ, ହୁଳହୁଳି ଓ ଜିନ୍ଦାବାଦ ରେ ସ୍ଵାଗତ କରି ପାଛୋଟି ନେଇଥିଲେ । ସେଠାରେ ଦୁଇ ଅତିଥି ପହଞ୍ଚି ମାହାଙ୍ଗା ମାଟିର ବୀର ପୁରୁଷ କୁସୁପୁର ମାଟିର ବୀର ପୁରୁଷ ପଲ୍ଲୀ କବୀ ନନ୍ଦ କିଶୋର ବଳ ଙ୍କ ମୂତି ଉନ୍ମୋଚନ କରିଥିଲେ । ତା ପରେ ସଭା କାର୍ଯ୍ୟ ଆରମ୍ଭ କରିଥିଲେ ।

ସଭାରେ ମାନ୍ୟବର ଜନପ୍ରିୟ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ଓ ଯାଜପୁର ସାଂସଦ ଶ୍ରୀମତୀ ଶର୍ମିଷ୍ଠା ସେଠୀ , ମାହାଙ୍ଗା ବ୍ଲକ୍ ର ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଦୀପା ମଲ୍ଲିକ, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟନାରାୟଣ ମହାନ୍ତି, ଜିଲ୍ଲା ପରିଷଦ ଜଗବନ୍ଧୁ ସେଠୀ, ପ୍ରଶାନ୍ତ ରାଉତ ରାୟ ,ସରପଞ୍ଚ ଶିବ ଶଙ୍କର ସାହୁ ,

ସମିତି ସଭ୍ୟ ମେନକା ଦାସ , ଯୁବ ନେତା ହେମନ୍ତ ଦାସ, ସୁଶାନ୍ତ ରାଉତ ରାୟ , ଶୁଭ୍ରଜିତ୍ ଜେନା , ମୂରବୀ , ଯୁବ, ଛାତ୍ର,ମହିଳା , ଓ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ମାନେ ମିଶି ସଭାଟିକୁ ଶାନ୍ତି ଶୃଙ୍ଖଳା ର ସହିତ ଉପଭୋଗ କରି ଥିଲେ । ସଭା ସାଙ୍ଗ ପରେ ବିଦ୍ୟାଳୟ ର ପିଲା ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।

No Result
View All Result