• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଦ୍ଵିତୀୟ ବିଳାଶୁଣୀ ମହୋତ୍ସବ ମହାସମାରୋହରେ ସମାପ୍ତ

Proprietor Abhimanyu Maharana by Proprietor Abhimanyu Maharana
December 7, 2023
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
Second Bilasuni Mahotsava Becomes a Massive Success
Share on FacebookShare on TwitterWhatsapp

୬ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> କଟକ ଜିଲ୍ଲାର ନିଆଳି ବ୍ଲକ ଅନ୍ତର୍ଗତ ବିଳାଶୁଣୀ ଗ୍ରାମରେ ତିନିଦିନିଆ ଦ୍ବିତୀୟ ବିଳାଶୁଣୀ ମହୋତ୍ସବ ମହାସମାରୋହରେ ସମାପ୍ତ ହୋଇଯାଇଛି।ଏହି କ୍ରୀଡା, ଆଧ୍ୟାତ୍ମିକ ଓ ସାଂସ୍କୃତିକ ମହାକୁମ୍ଭରେ ପ୍ରାୟ ଦଶ ହଜାର ସ୍ଥାନୀୟ ବାସିନ୍ଦା ଯୋଗ ଦେଇଥିବା ଦେଖାଯାଇଥିଲା । ଭଲ୍ୟୁଣ୍ଟାରୀ ଏମ୍ପ୍ପୱାରମେଣ୍ଟ ଡେଭେଲପମେଣ୍ଟ ଏଣ୍ଡ ଆକ୍ସନ(ବେଦା) ଦ୍ବାରା ପ୍ରତିଷ୍ଠିତ ସାମାଜିକ ଉନ୍ନୟନ ପରିଷଦ,

ବିଳାଶୁଣୀ ଆନୁକୂଲ୍ୟରେ ଦ୍ଵିତୀୟ ଥର ପାଇଁ ଆୟୋଜିତ ଏହି ମହୋତ୍ସବ ବିପୁଳ ସଫଳତା ହାସଲ କରିଥିବା ଲକ୍ଷ କରାଯାଇଛି।ଚଳିତ ବର୍ଷର ମହୋତ୍ସବ କୁ କେନ୍ଦ୍ର କରି ବିଳାଶୁଣୀ ର ଗ୍ରାମ ବାସୀ ମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଅପୂର୍ବ ଉଲ୍ଲାସ, ଅଜସ୍ର ଉତ୍ସାହ, ଅଦମ୍ୟ ଉତ୍କଣ୍ଠା ଓ ଅଫୁରନ୍ତ ଉଦ୍ଦୀପନା ପ୍ରକାଶ ପାଇଥିବା ଦେଖିବାକୁ ମିଳିଥିଲା। ବେଦା, ବିଳାଶୁଣୀ ଓ ଏହାର ଆଖପାଖ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡା, ସଂସ୍କୃତି, ଆଧ୍ୟାତ୍ମିକ ଏବଂ ଧାର୍ମିକ ପରମ୍ପରା ର ବିକାଶ ଦିଗରେ କାର୍ଯ୍ୟ କରି ଆସୁଅଛି।

ଚଳିତ ବର୍ଷର ଉତ୍ସବରେ ମୁଖ୍ୟ ଆକର୍ଷଣ ଦୁଇ ଦିନିଆ ସଂସ୍କୃତି ସଂସଦ ଥିଲା। ପ୍ରଖ୍ୟାତ ଆଧ୍ୟାତ୍ମିକ ପ୍ରବଚକ ପଣ୍ଡିତ କାଶୀନାଥ ମିଶ୍ର ଦୁଇ ଦିନ ଧରି ମାଳିକା ର ମାହାତ୍ମ୍ୟ ଏବଂ ଅଲୌକିକତା ତଥା ଶ୍ରମଦ ଭାଗବତ ର ଗୂଢ ରହସ୍ୟ ଓ ସାର ତତ୍ତ୍ୱ ସମ୍ପର୍କରେ ବିସ୍ତୃତ ଭାବେ ବାଖ୍ୟାନ କରିଥିଲେ।ମହୋତ୍ସବ ର ପ୍ରଥମ ଓ ଦ୍ଵିତୀୟ ସନ୍ଧ୍ୟାରେ ପଣ୍ଡିତ ମିଶ୍ରଙ୍କର ଓଜସ୍ୱିନୀ ଅଭିଭାଷଣ ଶ୍ରୋତାମାନଙ୍କୁ ଭଗବତ ସତ୍ତା ର ସ୍ୱାଦ ଆସ୍ଵାଦନ କରିବାର ଅମୃତ ସୁଯୋଗ ସୃଷ୍ଟି କରିବା ସାଙ୍ଗକୁ ସେମାନଙ୍କୁ ଐଶ୍ୱରୀକ ଆନନ୍ଦ ର ଉତ୍ସ୍ଵାସ ପ୍ରଦାନ କରାଉଥିବା ଭଳି ପ୍ରତୀୟମାନ ହୋଇଥିଲା ।

ପଣ୍ଡିତ ଶ୍ରୀ ମିଶ୍ର ଙ୍କର ପ୍ରବଚନ ସମୟରେ ପୁରୀର ମହାଲକ୍ଷ୍ମୀ ମନ୍ଦିର ର ମୁଖ୍ୟ ପୂଜାରୀ ଲକ୍ଷ୍ମୀଧର ଖୁଣ୍ଟିଆ ଉପସ୍ଥିତ ଥିଲେ। ଉଭୟ ଦିନ ସନ୍ଧ୍ୟାରେ ପ୍ରବଚନ ସହିତ ଭବ୍ୟ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ବିଖ୍ୟାତ କଣ୍ଠ ଶିଳ୍ପୀ ସୁବାଷ ଦାସ, ସୁନାମଧନ୍ୟା ଗାୟିକା ଅନୁସୟା ନାଥ, ଶୈଳଭାମା ମହାପାତ୍ର ଓ ରବୀନ୍ଦ୍ର ମହାପାତ୍ର ପ୍ରମୁଖ ମର୍ମସ୍ପର୍ଶୀ ଭକ୍ତି ସଂଗୀତମାନ ପରିବେଷଣ କରି ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ।

ଚଳିତ ବର୍ଷର ବିଳାଶୁଣୀ ମହୋତ୍ସବ ର ବିଶେଷ ଆକର୍ଷଣ ମହାଦେବ ମହାପାତ୍ର ସ୍ମାରକୀ ଆନ୍ତଃ ଜିଲ୍ଲା ଫୁଟବଲ ପ୍ରତିଯୋଗିତା ଥିଲା।ଏଥିରେ କଟକ, ଖୋର୍ଦ୍ଧା, କେନ୍ଦ୍ରାପଡା, ଢେଙ୍କାନାଳ, ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ ଓ ଦେବଗଡ଼ ଆଦି ଜିଲ୍ଲାର ଆଠଟି ଅଗ୍ରଣୀ ଫୁଟବଲ ଟିମ ଭାଗ ନେଇଥିଲେ।ପ୍ରତିଯୋଗିତାରେ ବଲାଙ୍ଗୀର ଟିମ ବିଜୟୀ ହୋଇ ଚମ୍ପିୟାନ ବନିଥିବା ବେଳେ ଦେବଗଡ଼ ଟିମ ରନର୍ସଅପ୍ ହୋଇଥିଲା ।

ମହୋତ୍ସବ ର ସମାପନ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ କ୍ରୀଡ଼ା, ଯୁବ ବ୍ୟାପାର, ଇଲକ୍ଟ୍ରୋନିକ୍ସ, ଆଇ ଟି ଓ ଗୃହ ରାଜ୍ୟ ମନ୍ତ୍ରୀ ତୁଷାରକାନ୍ତି ବେହେରା ଗ୍ରାମାଞ୍ଚଳରେ ଏଭଳି ଅନନ୍ୟ ମହୋତ୍ସବ ଆୟୋଜନ କରାଯିବାର ସାଧୁ ପ୍ରୟାସ କୁ ଭୁୟସୀ ପ୍ରଶଂସା କରିଥିଲେ । ଶ୍ରୀ ବେହେରା ବିଳାଶୁଣୀ ମହୋତ୍ସବ ର ମୁଖ୍ୟକର୍ତ୍ତା ବଦ୍ରୀ ମହାପାତ୍ର ଙ୍କ ଦ୍ଵାରା ଆଗତ ବିଳାଶୁଣୀ ଠାରେ ଏକ ମିନି ଷ୍ଟାଡିଅମ ପ୍ରତିଷ୍ଠା କରାଯିବାର ପ୍ରସ୍ତାବ କୁ ସ୍ୱାଗତ ଜଣାଇବା ସାଙ୍ଗକୁ ଏନେଇ ସରକାରୀ ସ୍ତରରେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ପ୍ରଦାନ କରିବାକୁ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଥିଲେ।

ଅନ୍ୟତମ ଅତିଥି ରାଜ୍ୟ କ୍ରୀଡା ବିଭାଗ ର ଯୁଗ୍ମ ସଚିବ ଶୈଳେନ୍ଦ୍ର ଜେନା, ସ୍ଥାନୀୟ ସାଂସଦ ଡ଼ଃ ରାଜଶ୍ରୀ ମଲ୍ଲିକ ଓ ବିଧାୟକ ଡ଼ଃ ପ୍ରମୋଦ କୁମାର ମଲ୍ଲିକ ଷ୍ଟାଡିଅମ ନିର୍ମାଣ ନେଇ ଆବଶ୍ୟକୀୟ ସମ୍ବଳ ଉପଲବ୍ଧ କରିବାରେ ସହଯୋଗ କରିବେ ବୋଲି ଘୋଷଣା କରିଥିଲେ। ଦ୍ଵିତୀୟ ଦିବସ ରେ ସମ୍ମାନୀୟ ଅତିଥି ଭାବରେ ସାମିଲ ହୋଇ ପ୍ରସିଦ୍ଧ ଚିତ୍ର ତାରକା ତଥା ସାଂସଦ ପ୍ରଶାନ୍ତ ନନ୍ଦ, ବିଳାଶୁଣୀ କୁ ଏକ ଆଦର୍ଶ ଓ ସ୍ମାର୍ଟ ଗ୍ରାମ ଭାବରେ ଗଢିତୋଳିବା ପାଇଁ ବେଦା କରୁଥିବା ପ୍ରଚେଷ୍ଟା କୁ ସ୍ୱାଗତ ଜଣାଇଥିଲେ। ଶୋଭନୀୟ ଆନ୍ଦୋଳନ ର ନିର୍ଦ୍ଦେଶୀକା ଡ଼ଃ ଅରୁନ୍ଧତୀ ଦେବୀ,

ବିଳାଶୁଣୀ ଭଳି ଗ୍ରାମ ରେ ଏଭଳି ବିଶାଳ ମହୋତ୍ସବର ଆୟୋଜନ ତୃଣମୂଳ ସ୍ତରରେ ସଦ୍ଭାବନା ଓ ସଂସ୍କୃତିକୁ ସୁଦୃଢ କରିବାରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ । ତିନି ଦିନ ର ସଭାରେ ସଭାପତିତ୍ୱ କରି ମୁଖ୍ୟ ଆୟୋଜକ ଓ ସାମାଜିକ ଉନ୍ନୟନ ପରିଷଦର ସଭାପତି ବଦ୍ରୀ ମହାପାତ୍ର ବିଳାଶୁଣୀ କୁ ଏକ ସ୍ୱୟଂ ସମ୍ପନ୍ନ ଓ ସର୍ଵସମୃଦ୍ଧ ଗ୍ରାମ ରେ ପରିଣତ କରିବା ପାଇଁ ସମସ୍ତଙ୍କ ର ସାହାଯ୍ୟ ସହଯୋଗ କାମନା କରିଥିଲେ।

ଅନ୍ୟ ନିମନ୍ତ୍ରିତ ଅତିଥି ମାନଙ୍କ ମଧ୍ୟରେ ପୂର୍ଵତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ରାଜ୍ୟ ସୂଚନା କମିଶନର ସୁଶାନ୍ତ କୁମାର ମହାନ୍ତି, ୱାଲର୍ଡ଼ ଓଡ଼ିଶା ସୋସାଇଟି ର ଭାରତୀୟ ଅଧ୍ୟାୟ ର ସଭାପତି ଡ଼ଃ ବିପିନ ମିଶ୍ର,ବିଶ୍ୱ ମାନବ ଅଧିକାର ସୁରକ୍ଷା ସଂଗଠନ ର ସଭାପତି ଡ଼ଃ ଅଭିନ୍ନ ହୋତା,ମୁମ୍ବଇ ର ଖାରଘର ସ୍ଥିତ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ଡ଼ଃ ଭଗବାନ ହରିହର ପଣ୍ଡା,ନିଆଳୀ ପଞ୍ଚାୟତ ସମିତି ର ଅଧ୍ୟକ୍ଷ ଉମେଶ ଚନ୍ଦ୍ର ବେହେରା,

ବିଳାଶୁଣୀ ଗ୍ରାମ ପଞ୍ଚାୟତ ର ସରପଞ୍ଚ ସବିତା ନନ୍ଦ ଓ ପଞ୍ଚାୟତ ସମିତି ସଭ୍ୟ ସମ୍ପଦ ମହାନ୍ତି ପ୍ରମୁଖ ଯୋଗ ଦେଇ ବିଳାଶୁଣୀ ଗ୍ରାମ ବାସୀ ମାନଙ୍କୁ ଆତ୍ମନିର୍ଭରଶୀଳ ଓ ସଶକ୍ତ କରିବା ପାଇଁ ଉନ୍ନୟନ ପରିଷଦ ର ଅଭିନବ ପରିକଳ୍ପନା କୁ ଅଭିନନ୍ଦନ ଜଣାଇଥିଲେ। ସମାପନ ସନ୍ଧ୍ୟାରେ ମହୋତ୍ସବ ର ସ୍ମରଣିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ।ଏହାର ମୁଖ୍ୟ ସମ୍ପାଦିକା ବିଶିଷ୍ଟ ଲେଖିକା ସୁକାନ୍ତି ରାଉତ ଅଟନ୍ତି।

ଉଦଯାପନୀ ସମାରୋହରେ ପରିବେଷିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକ ମାନଙ୍କ ଦ୍ଵାରା ବେଶ ଆଦୃତ ହୋଇଥିଲା।ବିଶିଷ୍ଟ ଗାୟିକା ଅନନ୍ଦିତା ଦାସ, ମହାନ ସଙ୍ଗୀତଜ୍ଞ ଅଭିଜିତ ମଜୁମଦାର ଓ ପ୍ରତିଷ୍ଠିତ ଗାୟକ ଅନୀଲ ମିଶ୍ରଙ୍କର ଗୋଟିଏ ପରେ ଗୋଟିଏ ଯାଦୁଭରା ସଂଗୀତ ଶ୍ରୋତା ମାନଙ୍କୁ ଅଭିଭୂତ କରି ଦେଇଥିଲା। ଓଲିଉଡ ର ଉଦୀୟମାନ ତାରକା ଦୀପକ ବାରିକ, ତାଙ୍କର ଅଭିନବ ବାକ୍ ଚାତୁର୍ଯ୍ୟ ଦ୍ବାରା ଦର୍ଶକ ମାନଙ୍କର ବେଶ ମନୋରଞ୍ଜନ କରିଥିଲେ।

ସମଗ୍ର କାର୍ଯ୍ୟକ୍ରମ କୁ ଚକ୍ରଧର ରାଜ ଓ ଲଲାଟେନ୍ଦୁ ସାହୁ ଖୁବ ସୁଚାରୁ ରୁପେ ସଂଯୋଜନା ଓ ସଂଚାଳନା କରିଥିଲେ।ସମାଜ ର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପ୍ରଦାନ କରିଥିବା ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ଦ୍ଵିତୀୟ ବିଳାଶୁଣୀ ସମ୍ମାନରେ ବିଭୂଷିତ କରାଯାଇଥିଲା।ଓଡ଼ିଆ ଚଳଚ୍ଚିତ୍ର କ୍ଷେତ୍ରରେ ଜୀବନ ତମାମ ସାଧନା ପାଇଁ ପ୍ରଶାନ୍ତ ନନ୍ଦଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ଉତ୍କୃଷ୍ଟ ପ୍ରଶାସନିକ ସେବା ପାଇଁ ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏବଂ ଶ୍ରୀ ମନ୍ଦିରର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଚଳିତ ବର୍ଷ ର ବିଳାଶୁଣୀ ସମ୍ମାନ ଲାଭ କରିଛନ୍ତି।

ଅନ୍ୟାନ୍ୟ ପୁରସ୍କୃତ ପ୍ରତିଭା ମାନଙ୍କ ମଧ୍ୟରେ ବିଜୟ ଜେନା, ବିପିନ ବିହାରୀ ମିଶ୍ର, କ୍ଷୀରୋଦ କୁମାର ଜେନା,ରବି ମହାପାତ୍ର ,ଜୀତେନ୍ଦ୍ର କୁମାର ନାୟକ, ପ୍ରଭାସ କୁମାର ପ୍ରଧାନ, ଡ଼ଃ ଅଭିନ୍ନ କୁମାର ହୋତା, କୃପାନିଧୀ ବିଶ୍ଵାଳ, ସୁକାନ୍ତି ରାଉତ, ପୁଷ୍ପାଞ୍ଜଳି ବାରିକ, ପ୍ରତିଭା ପଣ୍ଡା, ଅନୁଶ୍ରୀ ଦାଶ, ଡ଼ଃ ଭୀଷ୍ମ ପ୍ରସାଦ ରଥ, ଅନନ୍ତ ଚରଣ ଖଟେଇ, ମୀନା କୁମାରୀ ପ୍ରଧାନ, ସବ୍ୟସାଚୀ ମିଶ୍ର, ଡ଼ଃ ଭଗବାନ ହରିହର ପଣ୍ଡା, ଡ଼ଃ ସୁରେନ୍ଦ୍ର ନାଥ ମହାପାତ୍ର, ବଂଶୀଧର ଜେନା, ଡ଼ଃ ସତ୍ୟବ୍ରତ ମହାପାତ୍ର, ଡ଼ଃ ପୂର୍ଣ୍ଣେନ୍ଦୁ କୁମାର ବେହେରା,

ଲମ୍ବୋଦର ରାଉତ, ଡ଼ଃ କୁଳମଣି ବିଶ୍ଵାଳ,କମଳ କୁମାର, ଲଭଲୀନ ମହାପାତ୍ର, ରମେଶ ବାରିକ ଓ ମହେଶ୍ୱର ମହାନ୍ତି ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। ଏହା ବ୍ୟତୀତ ପାରଦର୍ଶି ସେବା ପାଇଁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ବ୍ୟକ୍ତି ବିଶେଷ ଙ୍କ ମଧ୍ୟରେ ଭରଦ୍ୱାଜ ମିଶ୍ର, ଘନଶ୍ୟାମ ବିଶ୍ଵାଳ, ପ୍ରମୋଦ ରାଉତରାୟ,ଶାଶ୍ୱତୀ ପତି,ଜ୍ଞାନାନନ୍ଦ ସାହୁ,କାର୍ତ୍ତିକ ଚନ୍ଦ୍ର ଷଡ଼ଙ୍ଗୀ,ମଦନମୋହନ ଜେନା, ମୁରଲୀଧର ଜେନା, ରଞ୍ଜନ ପ୍ରଧାନ ଓ ସୁକାନ୍ତ ବିଶ୍ଵାଳ ପ୍ରମୁଖ ଅନ୍ୟତମ ।

ପ୍ରଥମ ଦିବସରେ ଅନୁଷ୍ଠିତ ଶ୍ରୀ ଶ୍ରୀ ଗୋପାଳଜୀଉ ଏକଦିବସୀୟ ଫୁଟବଲ ପ୍ରତିଯୋଗିତାରେ ବିଜୟୀ ବିଳାଶୁଣୀ ଟିମ ଓ ରନର୍ସଅପ ଅଡ଼ଶପୁର ଟିମକୁ ମୁଖ୍ୟ ଅତିଥି ପୂର୍ଵତନ କ୍ରୀଡ଼ା ମନ୍ତ୍ରୀ ସୁରେଶ କୁମାର ରାଉତରାୟ ଟ୍ରଫି ପ୍ରଦାନ କରିଥିଲେ। ଏହି ଅବସରରେ ରେ ବିଶିଷ୍ଟ ଅତିଥି ଭାବରେ ପୂର୍ଵତନ ଜିଲ୍ଲା ପରିଷଦ ସଭ୍ୟା ମମତା ଭୋଇ ଓ ଗୋପାଳଜୀଉ ସରକାରୀ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଚାରୁଲତା ବେହେରା ଉପସ୍ଥିତ ଥିଲେ।

 

ଦ୍ଵିତୀୟ ବିଳାଶୁଣୀ ମହୋତ୍ସବ କୁ ସଫଳତା ର ସହିତ ଆୟୋଜନ କରାଇବାରେ ବିଶେଷ ଯୋଗଦାନ ଦେଇଥିବା ଦକ୍ଷ ସଂଗଠକ ମାନଙ୍କ ମଧ୍ୟରେ ଉପେନ୍ଦ୍ର ମହାନ୍ତି, ପ୍ରକାଶ ମହାନ୍ତି, ପ୍ରଦୀପ୍ତ ନନ୍ଦ, ସମ୍ପଦ ମହାନ୍ତି, ସ୍ୱାଧୀନ ମହାନ୍ତି, ନିରଞ୍ଜନ ରାୟ, କାର୍ତ୍ତିକ ଚନ୍ଦ୍ର ଷଡ଼ଙ୍ଗୀ, ମଦନମୋହନ ଜେନା, ଵିଷ୍ଣୁ ଚରଣ ଡାଳୁଆ , ଚକ୍ରଧର ରାଜ, ଲଲଟେନ୍ଦୁ ସାହୁ ଓ ମାନଭଞ୍ଜନ ବେହେରା ପ୍ରମୁଖଙ୍କର ନାମ ଉଲେଖ୍ୟଯୋଗ୍ୟ।

 

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବ୍ଲକ ସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମ

ବ୍ଲକ ସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମ

June 23, 2026
ରଣପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ମଣିନାଗଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା

ରଣପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ମଣିନାଗଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା

June 23, 2026
କୋରାପୁଟ ବାଦଲିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

କୋରାପୁଟ ବାଦଲିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

June 23, 2026
ମାଁ ବନଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ

ମାଁ ବନଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ

June 23, 2026

Recent News

ବ୍ଲକ ସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମ

ବ୍ଲକ ସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମ

June 23, 2026
ରଣପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ମଣିନାଗଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା

ରଣପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ମଣିନାଗଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା

June 23, 2026
କୋରାପୁଟ ବାଦଲିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

କୋରାପୁଟ ବାଦଲିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

June 23, 2026
ମାଁ ବନଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ

ମାଁ ବନଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ

June 23, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବ୍ଲକ ସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମ

ବ୍ଲକ ସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମ

June 23, 2026
ରଣପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ମଣିନାଗଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା

ରଣପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ମଣିନାଗଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା

June 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version