No Result
View All Result
୨ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା/ଟାଙ୍ଗୀ :-> ଖୋରଧା ନିର୍ବାଚନମଣ୍ଡଳୀ, ଟାଙ୍ଗୀ ବ୍ଲକ ର ତିନିଗୋଟି ପଞ୍ଚାୟତ ର ପ୍ରତିଟି ୱାର୍ଡ ରେ ବୁଧବାର ଦିନ ରାଜ୍ୟ ବିଜୁ ମହିଳା ଜନତା ଦଳ ବରିଷ୍ଠ ଉପସଭାପତି, ବାସନ୍ତୀ ମହାପାତ୍ର ଙ୍କ ନେତୃତ୍ୱ ରେ ଏକ ମୋଟର ସାଇକେଲ ଶୋଭାଯାତ୍ର ଯୋଗେ ଲୋକ ସମ୍ପର୍କ ଓ ହୃଦୟ ଯୋଡଯାତ୍ରା ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏହି କର୍ମରେ ରାମଚନ୍ଦ୍ରପୁର, ପାରିଓରଡ଼ ଓ ବଡ଼ପାରି ପଞ୍ଚାୟତ ର ପ୍ରାଏ ୭୦୦ ମହିଳା ଯୁବଛାତ୍ର ଓ ବରିଷ୍ଠ ବିଜେଡି କର୍ମୀ ସାମିଲ ହୋଇ ପ୍ରତିଟି ୱାର୍ଡ ପରିକ୍ରମା କରିଥିଲେ l

ଓଡିଶା କୁ ଅଗ୍ରଣୀ ଓ ବିକଶିତ ରାଜ୍ୟରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବହୁମୁଖୀ ଯୋଜନା ଓ ଏହାର ସଫଳ ରୂପାୟନ କୁ ରୂପାନ୍ତରିତ କରୁଥିବା ୫ଟି ଅଧକ୍ଷ ଭି. କେ. ପାଣ୍ଡିଆନ ଙ୍କ ନିଷ୍ଠା, ଚେଷ୍ଟା ସମ୍ପର୍କ ରେ ସମସ୍ତକୁ ଅବଗତ କରାଇବା ସହ ଷଷ୍ଠ ଥର ପାଇଁ ପୁନଃଶ୍ଚ ମୁଖ୍ୟମନ୍ତ୍ରୀ ପଦରେ ନବୀନ ପଟ୍ଟନାୟକ ଙ୍କୁ ଆସୀନ କରାଇବାକୁ ନିବେଦନ କରିଥିଲେ ଶ୍ରୀମତୀ ମହାପାତ୍ର l

ପ୍ରତେକ ଗାଁରେ ଶୋଭାଯାତ୍ରା ପହଂଚିବା ପରେ ଗ୍ରାମବାସୀ ମାନେ ଶ୍ରୀମତୀ ମହାପାତ୍ର ଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା ଜଣାଇ ପାଛୋଟି ନେଇଥିଲେ l ନିର୍ବାଚନ ଆଉ କେତୋଟି ମାସ ଥିବାବେଳେ ଏହି ନିର୍ବାଚନମଣ୍ଡଳୀ ରେ ରାଜନୈତିକ ଉଷ୍ମତା ଆରମ୍ଭ ହେବାସହ ବାସନ୍ତୀ ମହାପାତ୍ର ଙ୍କ ସପକ୍ଷରେ ପ୍ରଭାବିତ ହେଉଥିବା ସାଧାରଣ ରେ ଆଲୋଚିତ ହେଉଅଛି.

No Result
View All Result